ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ରସାଳପୁର କାଳୀ ମଣ୍ଡପ ଛକ ସ୍ଥିତ ଲକ୍ଷ୍ମୀ ଜୁଏଲାରୀର ମାଲିକଙ୍କୁ ଗୁରୁବାର ସନ୍ଧ୍ୟାରେ କିଛି ଦୁର୍ବୁତ୍ତ ମରଣାନ୍ତକ ଆକ୍ରମଣ କରି ୫୦୦ ଗ୍ରାମରୁ ଉର୍ଦ୍ଧ୍ବ ସୁନା, ୧ କିଲୋ ରୂପା ଓ ୩୦ ହଜାରରୁ ଅଧିକ ଟଙ୍କା ଲୁଟି ନେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ୨ଟି ବାଇକରେ ୪ ଜଣ ଦୁର୍ବୁତ୍ତ ଆସି ଆକ୍ରମଣ କରିବା ସହ ଲୁଟପାଟ କରିଛନ୍ତି। ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି।
ଆମ ବାଲେଶ୍ୱର ସମ୍ବାଦଦାତା ରତିକାନ୍ତ ସମ୍ପୃକ୍ତ ଲକ୍ଷ୍ମୀ ଜୁଏଲାରୀର ମାଲିକ ଲକ୍ଷ୍ମୀଧର ରଣାଙ୍କ ଠାରୁ ସଂଗ୍ରହ କରିଥିବା ଭିଡିଓ ତଥ୍ୟ ଅନୁଯାୟୀ, ସେ ଗହଣା ଦୋକାନ ବନ୍ଦ କରି ସନ୍ଧ୍ୟା ୯ଟା ସମୟରେ ଘରକୁ ଫେରୁଥିବା ବେଳେ ନିଜ ଘର ଗେଟ ଆଗରେ ଦୁଇଟି ବାଇକରେ ୪ ଜଣ ଆସିଥିଲେ ଓ ସେମାନଙ୍କ ମଧ୍ୟରୁ ଜଣେ ତାଙ୍କୁ ତେଲେଙ୍ଗା କଟୁରିରେ ଆକ୍ରମଣ କରିବା ସହ ସୁନା, ରୂପା ଓ ଟଙ୍କା ଭର୍ତ୍ତି ବ୍ୟାଗ ଛାଡ଼ି ନେଇ ପଳାଇଥିଲେ।



