www.samajalive.in
Saturday, December 6, 2025
23.1 C
Bhubaneswar

‘ସାଁସ୍’ କାର୍ଯ୍ୟକ୍ରମର ଶୁଭାରମ୍ଭ,କରାଯାଇପାରିବ ନିମୋନିଆର ସଫଳ ନିରାକରଣ

ଭୁବନେଶ୍ବର: ଓଡ଼ିଶାରେ ନିମୋନିଆ ଜନିତ ଶିଶୁ ମୃତ୍ୟୁହାର କମାଇବା ପାଇଁ ତା.୧୨.୧୧.୨୦୨୦ ରିଖରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସମ୍ମିଳନୀ କକ୍ଷରେ, ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଦ୍ୱାରା ‘ସାଁସ୍’ (ନିମୋନିଆର ସଫଳ ନିରାକରଣ ପାଇଁ ସାମାଜକ ସଚେତନତା ଅଭିଯାନ) କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଏହି ଅବସରରେ ବ୍ୟାପକ ଜନସଚେତନତା ପାଇଁ ଅନେକ ସ୍ୱାସ୍ଥ୍ୟ ଶିକ୍ଷା ଉପକରଣ (ଲିଫ୍ଲେଟ୍, ପୋଷ୍ଟର ଇତ୍ୟାଦି) ଉନ୍ମୋଚିତ ହୋଇଅଛି। ୧୨ ନଭେମ୍ବର ୨୦୨୦ରୁ ୨୮ ଫେବୃଆରୀ ୨୦୨୧ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ଆଶା ଓ ସ୍ୱାସ୍ଥ୍ୟକର୍ମୀମାନେ ୫ ବର୍ଷରୁ କମ୍ ବୟସର ଶିଶୁମାନଙ୍କର ନିମୋନିଆ ଲକ୍ଷଣ ଚିହ୍ନଟ କରିବା ସହିତ ଚିକିତ୍ସା ପାଇଁ ପଦକ୍ଷେପ ନେବେ ଓ ସେ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବେ।

 

- Advertisement -

ଏହି ଉଦ୍‌ଘାଟନ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ, ପରିବାର କଲ୍ୟାଣ ନିର୍ଦ୍ଦେଶକ, ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରତିଷ୍ଠାନର ନିର୍ଦେଶକ, ୟୁନିସେଫ୍‌ର କର୍ମକର୍ତା ତଥା ରାଜ୍ୟର ପ୍ରମୁଖ ସ୍ୱାସ୍ଥ୍ୟ ଅନୁଷ୍ଠାନର ପଦାଧିକାରୀମାନେ ବ୍ୟକ୍ତିଗତ ଭାବେ ଏବଂ ଡିଜିଟାଲ୍ ପ୍ଲାଟଫର୍ମ ମାଧ୍ୟମରେ ଅଂଶଗ୍ରହଣ କରିଥିଲେ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories