www.samajalive.in
Saturday, December 6, 2025
23.1 C
Bhubaneswar

ନରସିଂହଙ୍କ ନିର୍ବାଚନ ମଣ୍ଡଳୀ ସ୍ତରୀୟ ସମୀକ୍ଷା; ୨ ବ୍ଲକ ସହ ପୌରାଞ୍ଚଳର ଉନ୍ନୟନ ପ୍ରକଳ୍ପକୁ ଗୁରୁତ୍ୱ

ବଲାଙ୍ଗିର : ବଲାଙ୍ଗିର ବିଧାନସଭା କ୍ଷେତ୍ର(ବଲାଙ୍ଗିର, ଦେଓଗାଁ ବ୍ଲକ ତଥା ପୌରାଞ୍ଚଳ)ରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ସହ ବିଭିନ୍ନ ବିଭାଗର କାମକୁ ନେଇ ବଲାଙ୍ଗିର ଡିଆର୍‍ଡିଏ ସମ୍ମିଳନୀ ଗୃହରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ନିଜ ନିର୍ବାଚନ ମଣ୍ଡଳୀ ସ୍ତରୀୟ ଉନ୍ନୟନର ସମୀକ୍ଷା କରିଛନ୍ତି।
ମାର୍ଚ୍ଚ ୩ ପରେ ବନ୍ଦ ରହିଥିଲା ବୈଠକ। ୮ମାସ ପରେ ସମୀକ୍ଷା ବୈଠକ ହୋଇଥିବା ବେଳେ ଗତ ବୈଠକର ବିବରଣୀ ବିଧାୟକ ଶ୍ରୀ ମିଶ୍ରଙ୍କୁ ବିଳମ୍ବରେ ଦିଆଯାଇଥିଲା। କିଛିି ନିଷ୍ପତ୍ତି ବିବରଣୀରେ ଉଲ୍ଲେଖ ନଥିବାରୁ ସେ କ୍ଷୋଭ ପ୍ରକାଶ କରିଥିଲେ। ସହରରେ ଦ୍ୱିତୀୟ ସାପ୍ତାହିକ ବଜାର, ଖାଲି ସ୍ଥାନରେ ଭେଣ୍ଡିଙ୍ଗ୍ ଜୋନ ଖୋଲିବା ପାଇଁ ଶ୍ରୀ ମିଶ୍ର କହିଥିଲେ। ଲକ୍ଷ୍ମୀଯୋର ତଥା ସହରର ୧୬ଟି ବନ୍ଧ କଟାର ସଫେଇ, ସୌନ୍ଦର୍ଯ୍ୟକରଣ ସହ ଲକ୍ଷ୍ମୀଯୋର ଉଭୟ କଡରେ ରହୁଥିବା ଲୋକଙ୍କୁ ବିନା ମୂଲ୍ୟରେ ଜମି ଓ ବାସଗୃହ ଯୋଗାଇବା ପରେ ହିଁ ଲୋକମାନଙ୍କୁ ସ୍ଥାନାନ୍ତରିତ କରାଯାଉ ବୋଲି ଶ୍ରୀ ମିଶ୍ର କହିଥିଲେ। ସହରରେ ଆଉ ଗୋଟିଏ ଟାଉନ ଥାନା ଓ ଦେଓଗାଁର ଅର୍ଜୁନପୁରରେ ଆଉ ଗୋଟିଏ ଆଉଟ ପୋଷ୍ଟ ପାଇଁ ପୁଲିସ ବିଭାଗ ପଦକ୍ଷେପ ନେବାକୁ ଶ୍ରୀ ମିଶ୍ର କହିଥିଲେ। ସହରରରେ ଥିବା ମାହାତ୍ମା ଗାନ୍ଧୀ ମାର୍ଗର ସୌନ୍ଦର୍ଯ୍ୟକରଣ, ଡ୍ରେନେଜ୍ ବ୍ୟବସ୍ଥାକୁ ବ୍ୟବସ୍ଥିତ କରିବା, ସହର ପ୍ରବେଶ ଦ୍ୱାରରେ ଜାତୀୟ ରାଜପଥ ପକ୍ଷରୁ ୩ଟି ତୋରଣ ନିର୍ମାଣ ନିର୍ଦ୍ଦେଶ ଦେଇଥିଲେ। ଗନ୍ଧରେଲ ଡ୍ୟାମରେ ପର୍ଯ୍ୟଟନ ପାଇଁ ଏକ ପ୍ରକଳ୍ପ ରିପୋର୍ଟ ତିଆରି କରିବାକୁ କ୍ଷୁଦ୍ର ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ଶ୍ରୀ ମିଶ୍ର କହିଥିଲେ।
ସେହିପରି ନିର୍ମାଣଧିନ ବସଷ୍ଟାଣ୍ଡ, ଫରେଷ୍ଟ ପାର୍କ ନିକଟ ଲକ୍ଷ୍ମୀଯୋରରେ ଏକ ବ୍ରିଜ୍ ନିର୍ମାଣ, ନୂତନ ଜିଲାପାଳ ଅଫିସ୍ ନିର୍ମାଣ, ପୁରୁଣା ବସଷ୍ଟାଣ୍ଡରେ ଭେଣ୍ଡିଙ୍ଗ୍ ଜୋନ, ଲକ୍ଷ୍ମୀ ଯୋରରେ ବନ୍ୟା ପ୍ରତିରୋଧକ, ସ୍କୁଲ କଲେଜରେ ଶିକ୍ଷକ ପଦ, ଡାକ୍ତର ପଦ ପୂରଣ, ବେଆଇନ ମଦ, ସଟ୍ଟା, ଜୁଆ ତଥା ନିଶା କାରବାରକୁ ବନ୍ଦ କରିବା, ବଲାଙ୍ଗିର ବ୍ଲକରେ ମାଫିଆରାଜ ବନ୍ଦ କରିବା, ବେଆଇନ ଭାବେ ଦେବୋତ୍ତର ଷ୍ଟଲଗୁଡିକ ମାଲିକାନା ପରିବର୍ତ୍ତନ କରିବା ତଥା ବିପଦପୂର୍ଣ୍ଣ ଅବସ୍ଥାରେ ଥିବା ରାଜଶ୍ରୀ ଧର୍ମଶାଳାକୁ ଭାଙ୍ଗି ବେକାର ଯୁବକଙ୍କ ପାଇଁ ଦେକାନ ଗୃହ ନିର୍ମାଣ କରି କର୍ମନିଯୁକ୍ତି ସୃଷ୍ଟି କରିବା ପାଇଁ ବୈଠକରେ ଶ୍ରୀ ମିଶ୍ର ପଦକ୍ଷେପ ନିଆଯିବାକୁ କହିଥିଲେ। ଭୀମ ପାହାଡରେ ପର୍ଯ୍ୟଟନ ଉନ୍ନତି, ସ୍ଥାନୀୟ ଏଲ୍‍ଏନ୍‍ଏସ୍‍ କ୍ଲବରେ ଏକ ଅଡିଟରିୟମର ପ୍ରସ୍ତାବ ଦିଆଯିବାର ନିଷ୍ପତ୍ତି ହୋଇଥିଲା। ବୈଠକରେ ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ବ୍ୟବସ୍ଥିତ କରିବା, ବାର୍ଦ୍ଧକ୍ୟ ଭତ୍ତା ତଥା ଭୂମିହୀନଙ୍କୁ ଜମି ଓ ଘର ଯୋଗାଇବା, ବଲାଙ୍ଗିର ବାଇପାସରେ ଜମି ଯାଉଥିବା ଲୋକଙ୍କୁ ଶୀଘ୍ର କ୍ଷତିପୂରଣ ଦେଇ କାମ ଆରମ୍ଭ କରାଯିବା ଉପରେ ଶ୍ରୀ ମିଶ୍ର ଗୁରୁତ୍ୱ ଦେଇଥିଲେ। ବୈଠକରେ ଜିଲାପାଳ ଚଞ୍ଚଳ ରାଣା, ଅତିରିକ୍ତ ଜିଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରି, ଜିଲା ଗ୍ରାମ୍ୟ ଉନ୍ନୟନର ପ୍ରକଳ୍ପ ନିର୍ଦ୍ଦେଶକ ଡ.ମହେଶ୍ୱର ସ୍ୱାଇଁଙ୍କ ସମେତ ସମସ୍ତ ଜିଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories