www.samajalive.in
Sunday, December 7, 2025
23.1 C
Bhubaneswar

କମଳା ଦେବୀ ହାରିସ କିଏ ?

ଶୈଳେନ୍ଦ୍ର ନାରାୟଣ ସ୍ବାଇଁ

ଶକ୍ତିଶାଳୀ ଓ ବିଶ୍ୱର ସର୍ବପୁରାତନ ଗଣତାନ୍ତ୍ରିକ ଦେଶ ଆମେରିକାରେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ପଦ ପାଇଁ ହୋଇଥିବା ନିର୍ବାଚନରେ ଜୋ ବାଇଡେନ ରାଷ୍ଟ୍ରପତି ପଦ ପାଇଁ ଜିତି ଥିଲାବେଳେ ଭାରତ ଓ ଜାମାଇକା ଦେଶର ବଂଶଜ କମଳା ଦେବୀ ହାରିସ ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଜିତିଛନ୍ତି। କମଳା ୨୦ ଜାନୁଆରୀ ୨୦୨୧ରେ ଆମେରିକାର ୪୯ତମ ଉପରାଷ୍ଟ୍ରପତି ଭାବେ କାର୍ଯ୍ୟରେ ଯୋଗଦେବେ।

କମଳା ଆମେରିକାର ପ୍ରଥମ ବହୁଜାତୀୟ, ପ୍ରଥମ ଏସିଆନ ଆମେରିକାନ, ପ୍ରଥମ ଭାରତ ବଂଶଜ ଆମେରିକାନ ଓ ପ୍ରଥମ ଆଫ୍ରିକୀୟ ଆମେରିକାନ ଭାବେ ଏହି ପଦ ଅଳଙ୍କୃତ କରିଵାକୁ ଯାଉଛନ୍ତି। ସେ ହେବେ ଆମେରିକା ଇତିହାସରେ ପ୍ରଥମ ମହିଳା ଉପରାଷ୍ଟ୍ରପତି ଏବଂ ଆମେରିକାର ଉଚ୍ଚସ୍ତରୀୟ ପଦ ପାଇଁ ହୋଇଥିବା ନିର୍ବାଚନରେ ଜିତିଥିବା ପ୍ରଥମ ମହିଳା। ୫୬ ବର୍ଷୀୟ କମଳାଙ୍କ ଜନ୍ମ ୨୦ ଅକ୍ଟୋବର ୧୯୬୪ରେ କାଲିଫର୍ଣ୍ଣିଆ ରାଜ୍ୟର ଓକଲାଣ୍ଡ ସହରରେ ହୋଇଥିଲା। ତାଙ୍କ ବାପାଙ୍କ ନାମ ହେଉଛି ଡୋନାଲ୍‌ଡ ଜାସ୍ପେର ହାରିସ, ଯିଏ ୧୯୬୧ ମସିହାରେ ବ୍ରିଟିଶ ଜାମାଇକାରୁ ଆମେରିକା ଆସିଥିଲେ ଓ ୧୯୬୬ରେ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ଡ଼କ୍ଟରେଟ୍‌ ଉପାଧି ଲାଭ କଲେ। ସେ ଷ୍ଟାନ୍‌ଫୋର୍ଡ଼ ବିଶ୍ୱବିଦ୍ୟାଳୟର ପ୍ରଫେସର ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ସେ କେନ୍‌ସଙ୍କ ଅର୍ଥନୈତିକ ତତ୍ତ୍ୱ ଏବଂ କ୍ରମୋନ୍ନତି ଅର୍ଥନୀତି ଉପରେ ବହୁତ ଗବେଷଣା କରିଛନ୍ତି। ତାଙ୍କ ମା’ଙ୍କ ନାମ ହେଉଛି ଶ୍ୟାମଳା ଗୋପାଲନ ଯିଏ ପିଲା ଦିନରୁ ବହୁତ ମେଧାବୀ ଛାତ୍ରୀ ଥିଲେ ଓ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଲେଡି ଇରବିନ କଲେଜରୁ ସ୍ନାତକ ପାଠ ପଢିଥିଲେ l ସେ ପରେ ନିଜ ବାପାଙ୍କ ପ୍ରେରଣାରେ ଆମେରିକା ଯାଇଥିଲେ ଏବଂ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟରୁ ୧୯୬୪ରେ ଜୀବବିଜ୍ଞାନରେ ଡ଼କ୍ଟରେଟ ଉପାଧି ଲାଭ କରିଥିଲେ। ସେ ପ୍ରଜେଷ୍ଟେରନ ଗ୍ରାହକ ଅାନୁବଂଶିକ ପଦାର୍ଥ ଏବଂ ସ୍ତନ କର୍କଟ ରୋଗ ଉପରେ ବହୁତ ଗବେଷଣା କରିଥିଲେ। କମଳାଙ୍କ ଅଜା ପି. ଭି. ଗୋପାଲନ ତାମିଲନାଡୁ ରାଜ୍ୟର ତିରୁବାରୁର ଜିଲାର ମାନରଗୁଡ଼ି ଗ୍ରାମର ବାସିନ୍ଦା ଅଟନ୍ତି ଓ ଭାରତ ସରକାରଙ୍କ ଅଧୀନରେ ଯୁଗ୍ମ ସଚିବ ଭାବେ କାର୍ଯ୍ୟ କରିଥିଲେ। କମଳାଙ୍କୁ ଯେତେବେଳେ ସାତବର୍ଷ ହୋଇଥିଲା ତାଙ୍କ ପିତାମାତାଙ୍କର ଛାଡପତ୍ର ହୋଇଥିଲା। ସେ କୃଷ୍ଣକାୟ ଆମେରିକାନ ହୋଇଥିବାରୁ ଛୋଟବେଳେ ତାଙ୍କ ସହପାଠୀମାନେ ତାଙ୍କ ସହିତ ଖେଳିବାକୁ ପସନ୍ଦ କରୁନଥିଲେ। ତାଙ୍କୁ ଯେତେବେଳେ ୧୨ ବର୍ଷ ହୋଇଥିଲା, ସେ ମା’ଙ୍କ ସହିତ କାନାଡ଼ା ଯାଇଥିଲେ। ତାଙ୍କ ମା’ ମ୍ୟାକଗିଲ ବିଶ୍ୱବିଦ୍ୟାଳୟରେ ଉଚ୍ଚତର ଗବେଷଣା ଓ ଶିକ୍ଷକତା କରୁଥିଲାବେଳେ କମଳା ୱେଷ୍ଟ ମାଉଣ୍ଟ ଉଚ୍ଚବିଦ୍ୟାଳୟରେ ପାଠ ପଢିଥିଲେ। ପରେ ସେ ୱାଶିଂଟନରେ ଥିବା ହୋୱାର୍ଡ ବିଶ୍ୱ ବିଦ୍ୟାଳୟରେ ରାଜନୀତି ଓ ଅର୍ଥନୀତିରେ ୧୯୮୬ମସିହାରେ ସ୍ନାତକ ଡ଼ିଗ୍ରୀ ଲାଭ କରିଥିଲେ l ସେ ୧୯୮୯ ମସିହାରେ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ହଷ୍ଟିଙ୍ଗସ କଲେଜରୁ ଆଇନ ପାଠ ପଢିଥିଲେ ଏବଂ ଆଫ୍ରିକୀୟ ଆଇନ ଛାତ୍ର ସଂସଦର ସଭାପତି ମଧ୍ୟ ହୋଇଥିଲେ l ସେସାନ ଫ୍ରାନ୍ସିକୋ ଜିଲା ନ୍ୟାୟାଳୟରେ ୨୭ତମ ମୁଖ୍ୟ ଆଇନ ପରାମର୍ଶଦାତା ଭାବେ ୮ ଜାନୁଆରୀ ୨୦୦୪ରୁ ୩ ଜାନୁଆରୀ ୨୦୧୧ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ପୁନଶ୍ଚ ୪ ଜାନୁଆରୀ ୨୦୧୧ରୁ ୩ ଜାନୁଆରୀ ୨୦୧୭ ପର୍ଯ୍ୟନ୍ତ କାଲିଫର୍ଣ୍ଣିଆ ରାଜ୍ୟର ୩୨ତମ ଆଇନ ପରାମର୍ଶଦାତା ଭାବେ କାର୍ଯ୍ୟ କରିଥିଲେ। ସେ ୪ ଜାନୁଆରୀ ୨୦୧୭ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ କାଲିଫୋର୍ଣ୍ଣିଆ ରାଜ୍ୟର କନିଷ୍ଠ ସିନେଟର ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି l

- Advertisement -

କେବଳ କମଳା ହାରିସ ନୁହନ୍ତି ଅନେକ ଭାରତୀୟ ବଂଶଜ ଅଛନ୍ତି ଯେଉଁମାନେ ଅନ୍ୟଦେଶରେ ଉତ୍କର୍ଷତା ପ୍ରତିପାଦନ କରିଛନ୍ତି l ସେମାନଙ୍କ ମଧ୍ୟରେ ଫିଜି ଦେଶର ଚତୁର୍ଥ ପ୍ରଧାନମନ୍ତ୍ରୀ ମହେନ୍ଦ୍ର ପାଲଚୌଧରୀ, ଗୁଏନା ଦେଶର ସପ୍ତମ ରାଷ୍ଟ୍ରପତି ଭାରତ ଜଗଦେଓ, ତ୍ରିନିଦାଦ ଓ ଟୋଵାଗ ଦେଶର ସପ୍ତମ ପ୍ରଧାନମନ୍ତ୍ରୀ କମଳା ପ୍ରସାଦ ବିଶେସର, ମରିସସ୍‌ ଦେଶର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଓ ଚତୁର୍ଥ ରାଷ୍ଟ୍ରପତି ଅନିରୁଦ୍ଧ ଜଗନ୍ନାଥ ଓ ସେହି ଦେଶର ତୃତୀୟ ପ୍ରଧାନମନ୍ତ୍ରୀ ନବୀନ ଚନ୍ଦ୍ରରାମ ଗୁଲାମ ଅନ୍ୟତମ। ଗତ ମାସରେ ଗୋପାଳ ଗଞ୍ଜ, ବିହାର ସହ ସଂପର୍କ ରଖିଥିବା ୱାଭେଲରାମ କଲାୱାନସେସେଲସ ଦେଶର ପଞ୍ଚମ ରାଷ୍ଟ୍ରପତି ହେବାରେ ସୌଭାଗ୍ୟ ଅର୍ଜନ କରିଛନ୍ତି। କମଳା ହାରିସ ଉପରାଷ୍ଟ୍ରପତି ହେବା ଦ୍ୱାରା ବିଶ୍ୱର ସର୍ବପୁରାତନ ବିକଶିତ ଗଣତାନ୍ତ୍ରିକ ଦେଶ ଆମେରିକା ଓ ବୃହତ୍ତମ ବିକାଶଶୀଳ ଗଣତାନ୍ତ୍ରିକ ଦେଶ ଭାରତ ମଧ୍ୟରେ ସଂପର୍କ ସୁଦୃଢ ହେବ ବୋଲି ଅନେକଙ୍କର ଆଶା ରହିଛି।

Hot this week

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

Related Articles

Popular Categories