www.samajalive.in
Wednesday, December 10, 2025
15.1 C
Bhubaneswar

ଦେଶର ଶ୍ରେଷ୍ଠ ୫ ସରକାରୀ ବିଦ୍ୟାଳୟ ମଧ୍ୟରେ ଓଡ଼ିଶାରୁ ୨ଟି: ଗଞ୍ଜାମର ହାତୀଓଟ ଓ ବଲାଙ୍ଗିରର ପଥରଚେପା ଆଦର୍ଶ ବିଦ୍ୟାଳୟ ସାମିଲ

ଗଞ୍ଜାମ ଜିଲାର ହାତୀଓଟା ଓ ବଲାଙ୍ଗୀର ଜିଲାର ପଥର ଚେପା ଆଦର୍ଶ ବିଦ୍ୟାଳୟ ରାଜ୍ୟ ପାଇଁ ଆଣିଛନ୍ତି ଗୌରବ । ଦେଶର ଶ୍ରେଷ୍ଠ ୫ ସରକାରୀ ସ୍କୁଲ ମଧ୍ୟରେ ଓଡ଼ିଶାର ଏହି ଦୁଇଟି ବିଦ୍ୟାଳୟ ସ୍ଥାନ ପାଇଛନ୍ତି । ହାତୀଓଟ ସରକାରୀ ସ୍କୁଲ ବର୍ଗରେ ୫ମ ସ୍ଥାନ ଓ ପଥର ଚେପା ସରକାରୀ ଆବାସିକ ସ୍କୁଲ ବର୍ଗରେ ୫ମ ସ୍ଥାନ ପାଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ ରାଜ୍ୟର ପ୍ରତ୍ୟେକ ବ୍ଲକରେ ଗୁଣାତ୍ମକ ଇଂରାଜୀ ମାଧ୍ୟମ ସିବିଏସ୍ଇ ବିଦ୍ୟାଳୟ ଯୋଗାଇବା ପାଇଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏକ ମହତ୍ୱପୂର୍ଣ୍ଣ ଯୋଜନା।

- Advertisement -

ସରକାରୀ ସ୍କୁଲ ବର୍ଗରେ ରାଜ୍ୟର ଦୁଇ ସ୍କୁଲ ସ୍ଥାନ ପାଇବାକୁ ନେଇ ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତ କରିବା ସହ ଟ୍ବିଟ୍ କରି ଉଭୟ ବିଦ୍ୟାଳୟର ଛାତ୍ର, ଶିକ୍ଷକ ଓ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।  ମୁଖ୍ୟମନ୍ତ୍ରୀ ଟ୍ୱିଟ୍‌ରେ ଲେଖିଛନ୍ତି ଯେ ଶିକ୍ଷାର ଶକ୍ତି ସହିତ ପ୍ରତ୍ୟେକ ପିଲାଙ୍କୁ ସଶକ୍ତ କରିବା ଆମର ମିଶନକୁ ଜାତୀୟ ସ୍ତରରେ ପ୍ରଶଂସା କରାଯାଇଛି।

ସୂଚନାଯୋଗ୍ୟ ଯେ ଏକ ଶିକ୍ଷା ପତ୍ରିକା ଦ୍ବାରା କରାଯାଇଥିବା ସର୍ବେକ୍ଷଣରେ ୧୧୩୬୮ ଜଣଙ୍କ ମତାମତ ନିଆଯାଇଥିଲା । ଏଥିରେ  ସାରା ଭାରତରେ ଶିକ୍ଷାଞ୍ଚଳର  ବିଦ୍ୟାଳୟ ପ୍ରଧାନଶିକ୍ଷକ, ଶିକ୍ଷକ, ୨୮ଟି ପ୍ରମୁଖ ସହରରେ ପିତାମାତା ଏବଂ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ସାମିଲ କରାଯାଇଥିଲା । ୧୪ଟି ପ୍ରସଙ୍ଗ ଆଧାରରେ ଏହି ସର୍ବେକ୍ଷଣ ହୋଇଥିଲା । 

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories