www.samajalive.in
Sunday, December 7, 2025
14.1 C
Bhubaneswar

ବୋଲଗଡ ବ୍ଳକ୍‌ କୁ ମରୁଡି ଅଞ୍ଚଳ ଘୋଷଣା ଦାବୀ କରି ତହସିଲ ସମ୍ମୁଖରେ ଗର୍ଜିଲେ ଚାଷୀ

ବୋଲଗଡ଼ : ବୋଲଗଡ ବ୍ଲକ ଅଞ୍ଚଳରେ ଚଳିତବର୍ଷ ସ୍ୱଳ୍ପ ବର୍ଷା ହେତୁ ୮୦ଭାଗ ଧାନ ଜମୀରେ ଫସଲ ନହେବାରୁ ଏହାକୁ ମରୁଡି ଅଞ୍ଚଳଭାବେ ଘୋଷଣା କରିବାକୁ ବୁଧବାର ପୂର୍ବାହ୍ନରେ ରାଜ୍ୟସରକାରଙ୍କୁ ସ୍ଥାନୀୟ ତହସିଲଦାରଙ୍କ ମାଧ୍ୟମରେ ଏକଦାବୀପତ୍ର ପ୍ରଦାନ କରାଯାଇଅଛି।
ପ୍ରକାଶ ଯେ,ବୋଲଗଡ ବ୍ଲକର ପ୍ରାୟ ତିନିଭାଗ ଚାଷ ଜମି ଅଣଜଳସେଚିତ। ତେଣୁ ଏହି ବ୍ଲକଟି ନିପାଣିଆ ଓ ପାହାଡିଆ ଅଞ୍ଚଳଭାବେ ଓଡିଶା ଭୈାଗଳିକ ମାନଚିତ୍ରରେ ପରିଚତ। ଏଠାରେ ଧାନ ତଥା ଅନ୍ୟାନ୍ୟ ଫସଲ ଉତ୍ପାଦନ ନିମନ୍ତେ କୈାଣସି ଜଳସେଚନର ବ୍ୟବସ୍ଥା ନାହିଁ। ସାଧାରଣତଃ ଏହି ଅଞ୍ଚଳର ଚାଷୀମାନେ ଚାଷପାଇଁ ବର୍ଷା ଜଳ ଉପରେ ନିର୍ଭରଶୀଳ। ଯଦି କୈାଣସି ବର୍ଷ ବର୍ଷା ଜଳର ସ୍ୱଳ୍ପତା ଦେଖାଦିଏ ତେବେ ଏହି ବ୍ଲକ ଅଞ୍ଚଳରେ ମରୁଡି ଚାଷୀମାନଙ୍କର ନିକଟତର ଭାବେ ସାଥୀ ହୋଇଯାଇଥାଏ। ଯାହାଫଳରେ ଚାଷୀର ମେରୁଦଣ୍ଡ ଦୋହଲିଯାଇଥାଏ। ସେହିପରି ଚାଷୀଙ୍କୁ ଉତ୍ତମ ଫସଲ ଉତ୍ପାଦନ ନିମନ୍ତେ ସରକାରଙ୍କ ତରଫରୁ କୈାଣସି ପ୍ରୋତ୍ସାହନ ନାହିଁ କହିଲେ ଚଳେ। ଚଳିତ ବର୍ଷ ବର୍ଷାୠତୁ ପ୍ରାରମ୍ଭରୁ ସମଗ୍ର ବୋଲଗଡ ଅଞ୍ଚଳରେ ସ୍ୱଳ୍ପ ବୃଷ୍ଟିପାତ ହେତୁ ପ୍ରାୟ ୮୦ଭାଗ ଜମୀରେ ବେଉଷଣ ଏବଂ ରୁଆପୋତା କାର୍ଯ୍ୟ ହୋଇପାରିଲା ନାହିଁ।

ତେବେ ବର୍ଷାଋତୁର ଅନ୍ତିମ ପର୍ଯ୍ୟାୟରେ ଯେଉଁ ବର୍ଷା ହୋଇଥିଲା ତାହା ଧାନ ଫସଲ ଉତ୍ପାଦନ ନିମନ୍ତେ ଉପଯୋଗ ହୋଇପାରିଲା ନାହିଁ। ଯାହାଦ୍ୱାରା ଚାଷୀକୁଳପାଇଁ ପାଗ ଅନୁକୁଳ ପରିବର୍ତ୍ତେ ପ୍ରତିକୁଳ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ପରୀପ୍ରେକ୍ଷୀରେ ବୋଲଗଡ ଅଞ୍ଚଳର ଅଗ୍ରଣୀ ଚାଷୀ ତଥା ବରିଷ୍ଠ ନାଗରିକ ରବୀନ୍ଦ୍ର କୁମାର ପରିଡାଙ୍କ ଆବାହକତ୍ୱରେ ବ୍ଲକ ଅଞ୍ଚଳରେ ବହୁ ଚାଷୀ ନଷ୍ଟ ହୋଇଥିବା ଧନ ଗଛକୁ ହାତରେ ଧରି ବୋଲଗଡ ବଜାର ପରିକ୍ରମା କରି ସ୍ଥାନୀୟ ତହସିଲଦାର କାର୍ଯ୍ୟାଳୟ ସମ୍ମୁଖରେ ରାଜ୍ୟସରକାରଙ୍କ ଉଦେସ୍ୟରେ ସ୍ଥାନୀୟ ଅଞ୍ଚଳକୁ ତୁରନ୍ତ ମରୁଡି ଅଞ୍ଚଳ ଘୋଷଣା କରିବାକୁ ସମବେତ ହୋଇ ଏକ ଦାବୀପତ୍ର ପ୍ରଦାନ କରିଥିଲେ। ଚାଷୀମାନେ ଏହି ଦାବୀପତ୍ର ରାଜ୍ୟ ମୁଖ୍ୟମନ୍ତ୍ରୀ ,ରାଜ୍ୟ କୃଷିମନ୍ତ୍ରୀ ଓ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ତହସିଲଦାରଙ୍କ ମାଧ୍ୟମରେ ଦାବୀପତ୍ର ପ୍ରେରଣ କରିଥିଲେ। ଏହି ଚାଷୀ ସମାବେଶରେ କିଶୋରଚନ୍ଦ୍ର ହୋତ.ଲଲାଟେନ୍ଦୁ କେଶରୀସିଂହ,ନକୁଳ ରାଉତରାୟ,ରାଧାଶ୍ୟାମରାୟଗୁରୁ ମହାପାତ୍ର,ପୁରୁଷୋତ୍ତମ ସୁବୁଦ୍ଧି,ରଘୁନାଥ ବେହେରା,ଫକୀରମୋହନ ଫତେସିଂହ,ଲକ୍ଷ୍ମୀଧର ବାଘ,ମଦନମୋହନ ମାଣ୍ଡୋଇ,ଜୟକୃଷ୍ଣ ସାହୁଙ୍କ ସମେତ ଶତାଧିକ ଚାଷୀ ସାମାଜିକ ଦୁରତା ରକ୍ଷା କରି ଏବଂ ମାସ୍କ ପରିଧାନ କରି ମରୁଡି ଅଞ୍ଚଳ ଘୋଷଣା କରିବାକୁ ଦାବୀ ଜଣାଇଥିଲେ।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories