www.samajalive.in
Tuesday, December 9, 2025
15.1 C
Bhubaneswar

୪୮ ଘଣ୍ଟା ମଧ୍ୟରେ କେନ୍ଦ୍ର ସରକାର ଘୋଷଣା କରିବେ ଆଉ ଏକ ଆର୍ଥିକ ପ୍ୟାକେଜ

ନୂଆଦିଲ୍ଲୀ : କରୋନା ମହାମାରୀ ଯୋଗୁଁ ଦେଶର ଅର୍ଥନୀତି ଉପରେ ଆର୍ଥିକ ଚାପ ହ୍ରାସ କରିବାକୁ କେନ୍ଦ୍ର ସରକାର ସମସ୍ତ ସମ୍ଭାବ୍ୟ ପଦକ୍ଷେପ ନେଉଛନ୍ତି। ଏଥିପାଇଁ ସରକାର ଗୋଟିଏ ପରେ ଗୋଟିଏ ରିଲିଫ ଘୋଷଣା କରିଛନ୍ତି। ଏହି କ୍ରମରେ କେନ୍ଦ୍ରର ମୋଦୀ ସରକାର ଆସନ୍ତା ୪୮ ଘଣ୍ଟା ମଧ୍ୟରେ ପରବର୍ତ୍ତୀ ଆର୍ଥିକ  ପ୍ୟାକେଜ୍ ଘୋଷଣା କରିବେ ବୋଲି ସୂଚନା ମିଳିଛି। ଧନତେରସ ଓ ଦୀପାବଳି ପୂର୍ବରୁ ଏହି ପ୍ୟାକେଜ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିପାରନ୍ତି ବୋଲି ଏହି ସୂତ୍ରରୁ ଜଣାପଡ଼ିଛି ।

ସୂଚନାନୁସାରେ, ପରବର୍ତ୍ତୀ ରିଲିଫ ପ୍ୟାକେଜରେ ଦୁଇଟି ପ୍ରସଙ୍ଗ ଉପରେ କେନ୍ଦ୍ର ସରକାରଙ୍କ ଧ୍ୟାନ ରହିବ। ପ୍ରଥମ ପ୍ରସଙ୍ଗ ହେଉଛି ରୋଜଗାର ।  କରୋନା ସଙ୍କଟ ମଧ୍ୟରେ ବହୁ ସଂଖ୍ୟକ ଲୋକ ଚାକିରି ହରାଇଛନ୍ତି | ଏଭଳି ପରିସ୍ଥିତିରେ ଏହି ରିଲିଫ ପ୍ୟାକେଜରେ ଅଧିକରୁ ଅଧିକ ଲୋକଙ୍କୁ ନିଯୁକ୍ତି ଦେବା ଉପରେ ବିଶେଷ ଧ୍ୟାନ ଦିଆଯିବ। ଏଥିପାଇଁ ସରକାର ଇପିଏଫ୍  (ପ୍ରୋଭିଡେଣ୍ଟ ଫଣ୍ଡ) ମାଧ୍ୟମରେ୧୦ ପ୍ରତିଶତ ରିଆତି ଦେବାର ବ୍ୟବସ୍ଥା କରିବେ ବୋଲି ସୂଚନା ମିଳିଛି । ସରଳ ଶବ୍ଦରେ କହିବାକୁ ଗଲେ ସରକାର ନୂତନ କର୍ମଚାରୀଙ୍କ ଇପିଏଫର ୧୦% କେନ୍ଦ୍ର ସରକାର ଭରଣା କରିବେ ।  କେବଳ ଏତିକି ନୁହେଁ, କମ୍ପାନୀମାନଙ୍କୁ ନୂତନ ଚାକିରି ଯୋଗାଇବା ପାଇଁ ଉତ୍ସାହିତ କରିବା ପାଇଁ ସରକାର ଇପିଏଫ ରେ ନିଯୁକ୍ତିଦାତାର ୧୦% ଅଂଶ ମଧ୍ୟ  କେନ୍ଦ୍ର ସରକାର ପ୍ରଦାନ କରିବେ ।
ପ୍ରଧାନମନ୍ତ୍ରୀ ନିଯୁକ୍ତି ପ୍ରୋତ୍ସାହନ ଯୋଜନା ଅଧୀନରେ କେନ୍ଦ୍ର ସରକାର ଇପିଏଫର ମୋଟ ଅଂଶର ୨୦ପ୍ରତିଶତ ଦେୟ ପ୍ରଦାନ କରିପାରିବେ। ଦ୍ୱିତୀୟ ପଦକ୍ଷେପ ଭାବରେ, କେଭି କାମାଥ କମିଟିର ସମସ୍ତ ଚିହ୍ନିତ ଚାପ ଏବଂ ସମସ୍ୟା କ୍ଷେତ୍ର ପାଇଁ ସରକାର ଜରୁରୀକାଳୀନ କ୍ରେଡିଟ୍ (ECLGS) ପ୍ରଦାନ କରିପାରିବେ। ଏହା ବ୍ୟତୀତ ବିଭିନ୍ନ କ୍ଷେତ୍ର ପାଇଁ ବିଭିନ୍ନ ରିଲିଫ୍ ବ୍ୟବସ୍ଥା ମଧ୍ୟ କରାଯାଇପାରିବ |  ସୂଚନା ଅନୁଯାୟୀ ଆସନ୍ତା ୫ ବର୍ଷ ମଧ୍ୟରେ ପିଏଲଆଇ ଅଧୀନରେ ୧.୪୬ ଲକ୍ଷ କୋଟି ଟଙ୍କା ଆବଣ୍ଟନ କରାଯିବ। ଅଟୋମୋବାଇଲ, ରସାୟନ ବିଜ୍ଞାନ ସହ ଜଡ଼ିତ ଶିଳ୍ପ, ବ୍ୟାଟେରୀ, ଔଷଧ ଶିଳ୍ପ, ଖାଦ୍ୟ ଶିଳ୍ପ ଏହାଦ୍ବାରା ଉପକୃତ ହେବେ ବୋଲି ଆଶା କରାଯାଉଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories