www.samajalive.in
Saturday, December 13, 2025
23.1 C
Bhubaneswar

ବିମାନ ବନ୍ଦରରେ ହ୍ୟାଣ୍ଡବ୍ୟାଗ୍‍ର ହେବ ସ୍କାନିଂ

ନୂଆଦିଲ୍ଲୀ: ବିମାନ ଯାତ୍ରା ପୂର୍ବରୁ ଯାତ୍ରୀମାନେ ସେମାନଙ୍କ ବ୍ୟାଗରୁ ଆଉ ଗୋଟି ଗୋଟି କରି ସବୁ ଜିନିଷ ବାହାର କରି ସୁରକ୍ଷା ଅଧିକାରୀଙ୍କୁ ଦେଖାଇବା ଆବଶ୍ୟକ ନାହିଁ। ଏଣିକି ଥ୍ରୀଡି ସ୍କାନିଂ ଜରିଆରେ ସେମାନଙ୍କ ହ୍ୟାଣ୍ଡବ୍ୟାଗ୍‍ ଭିତରେ କଣ ଅଛି ତାହା ଜଣାପଡ଼ିବ। ଦେଶର କେତେକ ବୃହତ୍‍ ଓ ବ୍ୟସ୍ତବହୁଳ ବିମାନ ବନ୍ଦରରେ ଏହି ବ୍ୟବସ୍ଥା ପରୀକ୍ଷାମୂଳକ ଭାବେ ଲାଗୁ କରାଯାଇଥିବା ଅନ୍ୟାନ୍ୟ ସହରରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ ବୋଲି ଜଣାପଡ଼ିଛି।
ଦେଶର ସମସ୍ତ ବିମାନ ବନ୍ଦର ସୁରକ୍ଷା ଦାୟିତ୍ୱରେ ଥିବା କେନ୍ଦ୍ରୀୟ ଶିଳ୍ପାଞ୍ଚଳ ସୁରକ୍ଷା ବଳର ଜଣେ ଅଧିକାରୀ କହିଛନ୍ତି ଯେ ଗତ ୫ ବର୍ଷ ମଧ୍ୟରେ ଦେଶର ବିମାନ ବନ୍ଦରରେ ହାରାହାରି ଯାତ୍ରୀ ଭିଡ଼ ୬୫% ବୃଦ୍ଧି ପାଇଛି। ବ୍ୟସ୍ତ ସମୟରେ ଭିଡ଼ ଆହୁରି ଅଧିକ ହେଉଛି। ଏହି ଭିଡ଼କୁ ଦେଖି ଉପରୋକ୍ତ ଅତ୍ୟାଧୁନିକ ବ୍ୟବସ୍ଥା ଗ୍ରହଣ କରାଯିବା ପାଇଁ ନିଷ୍ପତ୍ତି ହୋଇଛି। ଏହାଦ୍ୱାରା ସୁରକ୍ଷା ବ୍ୟବସ୍ଥା ଅଧିକ କଡ଼ା ହେବ ଓ ସମୟ ଅପଚୟକୁ ରୋକାଯାଇପାରିବ। ସୁରକ୍ଷା ଅଧିକାରୀ ଓ କର୍ମଚାରୀଙ୍କ ଉପରୁ ଚାପ ହ୍ରାସ ପାଇବ।

Hot this week

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

Related Articles

Popular Categories