www.samajalive.in
Saturday, December 13, 2025
26.1 C
Bhubaneswar

ସବୁଜିମା ପ୍ରଚାରରେ ଅଟୋଚାଳକ

ପ୍ରଦୂଷଣର ବିଷାକ୍ତ ଭବିଷ୍ୟତ ପ୍ରତି ଆମେ ସାଧାରଣ ଲୋକ ହିଁ ପ୍ରଥମେ ସଚେତନ ହେବା ଆବଶ୍ୟକ। କେତେଜଣ ବ୍ୟକ୍ତି ଏଇ ଦିଗ ପ୍ରତି ସତର୍କ ହେବା ସହିତ ସେମାନଙ୍କ ପଦକ୍ଷେପ ମଧ୍ୟ ପ୍ରକୃତରେ ପ୍ରଶଂସନୀୟ। କେରଳର ପଲ୍ଲକଡ଼ ନିବାସୀ ହେଉଛନ୍ତି ଅଟୋଚାଳକ ଶ୍ୟାମ କୁମାର। ତାଙ୍କ ଘରକୁ ପ୍ରବେଶ କଲେ ଯେ କେହି ଭାବିବ, ଏହା ଏକ ଛୋଟ ପକ୍ଷୀ ଅଭୟାରଣ୍ୟ। ଘର ଚାରିପାଖରେ ଗଛଲତା ଥିବାବେଳେ ବିଭିନ୍ନ ପ୍ରଜାତିର ଚଢ଼େଇଙ୍କ କିଚିରିମିଚିରି ଶବ୍ଦ ହିଁ ଶୁଣିବାକୁ ମିଳେ। ଏଇ ପରିବେଶକୁ ନିଜ ହାତରେ ଗଢ଼ିଥିବାର କହିଛନ୍ତି ଶ୍ୟାମ କୁମାର। ୨୩ ବର୍ଷ ତଳର ଏଇ ଘରେ ସେ ନିଜେ ଚାରାରୋପଣ କରି କୁନି ଜଙ୍ଗଲର ଭ୍ରମ ସୃଷ୍ଟି କରିଛନ୍ତି। ସମୟକ୍ରମେ ଚଢ଼େଇମାନଙ୍କର ଭିଡ଼ ଏଠାରେ ହେଲା। ଶ୍ୟାମ ଓ ତାଙ୍କ ପରିବାରଲୋକ କେହି ଚଢ଼େଇଙ୍କୁ କ୍ଷତି ପହଞ୍ଚାଇନଥାନ୍ତି। ବରଂ ଗଛ ପାଖରେ ନିୟମିତ ଖାଦ୍ୟପାନୀୟ ରଖାଯାଏ। ଘର ପାଖ ପଡ଼ୋଶୀମାନେ ମଧ୍ୟ ଏ ବାବଦରେ ସତର୍କ। ତାଙ୍କର ଅନ୍ୟ ଏକ କାମ ପାଇଁ ଶ୍ୟାମ ସମଗ୍ର ରାଜ୍ୟରେ ପରିଚିତ। ଅଟୋଚାଳକ ହେବା ସହ ସହରର ବିଭିନ୍ନ ପ୍ରାନ୍ତରେ ସେ ଚାରାରୋପଣ କରିଛନ୍ତି। ଗତ ୧୮ ବର୍ଷ ହେଲା ଏଇ କାମ କରିଆସୁଥିବାବେଳେ ନିୟମିତ ପାଣି ମଧ୍ୟ ସେ ନିଜେ ଅଟୋରେ ଯାଇ ଦେଉଥିବାର ପ୍ରକାଶ। ୨୩ହଜାରରୁ ଅଧିକ ଚାରାରୋପଣ କରିଥିବାବେଳେ ଲୋକେ ତାଙ୍କୁ ଉତ୍ସାହିତ କରୁଛନ୍ତି। ଏଇ କାମ‌େର ଶ୍ୟାମଙ୍କୁ ପତ୍ନୀ ଓ ପୁଅ ମଧ୍ୟ ସହଯୋଗ କରୁଥିବାର ଜଣାପଡ଼ିଛି। ରାଜ୍ୟସ୍ତରରେ ତାଙ୍କର ଏହି କାମ ପାଇଁ ସଂଖ୍ୟାଧିକ ପୁରସ୍କାର ପାଇଛନ୍ତି ଶ୍ୟାମ। ଆମେ ସାଧାରଣ ଜନତା ସଚେତନ ନ ହେଲେ, ପୃଥିବୀପୃଷ୍ଠର ସବୁଜିମାର ଦାୟିତ୍ବ କାହା ଉପରେ ନ୍ୟସ୍ତ ହେବ ବୋଲି ଶ୍ୟାମ କୁମାର କହିଛନ୍ତି।

Hot this week

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

Related Articles

Popular Categories