www.samajalive.in
Saturday, December 13, 2025
26.1 C
Bhubaneswar

କଳାକାଚ ଗାଡ଼ିରେ ଚାଲିଛି ଅନୈତିକ କାର୍ଯ୍ୟ, ‘ଏସ୍‌କର୍ଟ ସର୍ଭିସ୍‌’ ବେପାରର କୋଡ୍‌

ଭୁବନେଶ୍ବର: ରାଜ୍ୟର ପ୍ରମୁଖ ସହର ରାଜଧାନୀଠାରୁ ଆରମ୍ଭ କରି କଟକ, ରାଉରକେଲା, ବ୍ରହ୍ମପୁର ଓ ସମ୍ବଲପୁର ଭଳି ସହରରେ ଘାଇଁ ଘାଇଁ ଘୂରିବୁଲୁଛି କଳାକାଚ ଗାଡ଼ି। ସରକାରୀ ଆଇନ ଓ ସୁପ୍ରିମକୋର୍ଟଙ୍କ ନିର୍ଦେଶକୁ ଆଖିଠାର ମାରି ଗାଡ଼ିରେ କଳାକାଚ ଲଗାଇ ବୁଲୁଛନ୍ତି ପ୍ରତିପତ୍ତିଶାଳୀ। କେବଳ ଭିଭିଆଇପି ତଥା କଡ଼ାସୁରକ୍ଷା ଯୋଗାଇ ଦିଆଯାଉଥିବା ବ୍ୟକ୍ତିଙ୍କୁ ବାଦ୍‌ ଦେଲେ ଅନ୍ୟ କୌଣସି ଗାଡ଼ିର କାଚରେ କଳା ଫିଲ୍ମ ଲଗାଯାଇ ପାରିବ ନାହିଁ। କଳାକାଚ ଲଗାଯାଇଥିବା କିଛି ପ୍ରଭାବଶାଳୀଙ୍କ ଗାଡ଼ିକୁ ଅଟକାଇ ଅନେକ ଥର ପୁଲିସ ଓ ପରିବହନ ବିଭାଗର ଅଧିକାରୀ ଅପଦସ୍ତ ହୋଇଛନ୍ତି। ତେଣୁ ଏହି ଧରପଗଡ଼ ଏକ ପ୍ରକାର ବନ୍ଦ ହୋଇଯାଇଥିଲା। ଏବେ ରାଜଧାନୀରେ କିଛି ଦିନ ହେବ କଳା କାଚ ଧରପଗଡ଼ ଆରମ୍ଭ ହୋଇଛି। ଅନ୍ୟ କୌଣସି ସହରରେ ଏହା ଉପରେ ପୁଲିସ ବା ପରିବହନ ବିଭାଗର ନଜର ନାହିଁ। ନିର୍ଭୟା ଘଟଣା ପରେ ସୁପ୍ରିମ୍‌କୋର୍ଟ କଳାକାଚ ଲଗାଇବା ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିଲେ। କଳାକାଚ ଲଗାଯାଇଥିବା ଗାଡ଼ିଗୁଡ଼ିକରେ ମହିଳାଙ୍କୁ ଅପହରଣ, ଯୌନନିର୍ଯାତନା ଓ ଡକାୟତି ଭଳି ଘଟଣା ଘଟୁଥିବାରୁ କେହି ଗାଡ଼ିରେ ବ୍ଲାକ୍‌ ଫିଲ୍ମ ଲଗାଇଥିଲେ ଏହାକୁ ଅପରାଧିକ ଦୃଷ୍ଟିକୋଣ ଭାବେ ବିବେଚନା କରାଯିବ ବୋଲି ସ୍ପଷ୍ଟ କରିଥିଲେ। ସୁପ୍ରିମକୋର୍ଟଙ୍କର ଏହି ନିର୍ଦେଶନାମାକୁ କାର୍ଯ୍ୟକାରୀ କରିବାକୁ କୌଣସି ବିଭାଗର ଆନ୍ତରିକତା ନାହିଁ। ଦିନରେ ବୁଲୁଥିବା ଗାଡି ଧରାପଡିଲେ ଜୋରିମାନା ଦେଉଛନ୍ତି। ରାତିରେ ଏଭଳି କଳାକାଚ ଗାଡ଼ି ନିର୍ବିଘ୍ନରେ ଘୂରି ବୁଲୁଛି। ସବୁଠୁ ସ୍ପର୍ଶକାତର ବିଷୟଟି ହେଉଛି ରାତିରେ ଘୂରୁଥିବା କଳାକାଚ ଗାଡ଼ିରେ ରାଜ୍ୟର ପ୍ରମୁଖ ସହରରେ ଅବାଧ ଚାଲିଛି ‘ଏସକର୍ଟ ସର୍ଭିସ’। ‘ଏସକର୍ଟ ସର୍ଭିସ’ ଶବ୍ଦଟି ସାଧାରଣତଃ ପରିଛନ୍ନ ଲାଗୁଥିଲେ ହେଁ ଏହା ପଛରେ ରହିଛି ଅନୈତିକ ବ୍ୟବସାୟ।

ଗୁଗଲ୍‌ ଭଳି ପ୍ରମୁଖ ସର୍ଚ୍ଚ ଇଞ୍ଜିନ ପ୍ଲାଟଫର୍ମରେ ଖୋଜିଲେ ନିର୍ଦିଷ୍ଟ କିଛି ୱେବ୍‌ସାଇଟ୍‌ରେ ରାଜ୍ୟର ପ୍ରମୁଖ ସହରଗୁଡ଼ିକରେ ଉପଲବ୍ଧ ହେଉଛି ‘ଏସକର୍ଟ ସର୍ଭିସ’। କିଛି ବିଳାସୀ ଲୋକ ଏସବୁ ୱେବ୍‌ସାଇଟ୍‌ ମାଧ୍ୟମରେ ଖୋଲାଖୋଲି କହିଲେ ‘କଲ୍‍ ଗାର୍ଲ’ ବୁକ୍‌ କରୁଛନ୍ତି। ଏହି ସାଇଟ୍‍ଗୁଡ଼ିକର ବିଜ୍ଞାପନ ଅନୁସାରେ ଏଥିରେ ମଡ଼େଲ, ଏୟାର ହୋଷ୍ଟେସ ଓ କଲ୍‌ସେଣ୍ଟରରେ କାର୍ଯ୍ୟ କରୁଥିବା ଯୁବତୀ, ଗୃହିଣୀ, ଏପରିକି ବିଦେଶୀ ଯୁବତୀ ବି ଉପଲବ୍ଧ। ସେବା ଅନୁସାରେ ସର୍ଭିସ ଚାର୍ଜ। ଦେହ ବ୍ୟବସାୟ ପାଇଁ ଏବେ ସାମାଜିକ ଗଣମାଧ୍ୟମକୁ ବି ବ୍ୟବହାର କରାଗଲାଣି। ହ୍ୱାଟ୍ସଆପ୍‍ କଲ କରି ଗ୍ରାହକ ନିଜ ମନପସନ୍ଦର ଯୁବତୀଙ୍କୁ ବୁକିଂ କରୁଛନ୍ତି। ଇ-ମେଲ ଆଇଡ଼ିରେ ମଧ୍ୟ ବୁକିଂ କରାଯାଉଛି। କେତେକ ୱେବସାଇଟ୍‍ରେ ‘ଇନ୍‍ କଲ୍‍’, ‘ଆଉଟ୍‍ କଲ’ ପାଇଁ ଭିନ୍ନ ଭିନ୍ନ ଦର ଧାର୍ଯ୍ୟ କରାଯାଇଛି। ୮ ହଜାରରୁ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ। ବିଭିନ୍ନ ସେବା ନିମନ୍ତେ ବିଭିନ୍ନ ଦର। ପୁରା ଖୋଲାଖୋଲି ଅନୈତିକ ବେପାର ଚାଲୁଛି। କୌଣସି ଅଗ୍ରୀମ ଦେଣନେଣ ନାହିଁ, ବ୍ୟାଙ୍କ ଟ୍ରାନ୍ସଫର ବ୍ୟବସ୍ଥା ନାହିଁ। ପୁରା ନଗଦ କାରବାର। ଏ ବ୍ୟବସାୟରେ ବି ମନି ବ୍ୟାକ୍‍ ଗ୍ୟାରେଣ୍ଟି ଦିଆଯାଇଛି। ଅର୍ଥାତ୍‍ ସେବାରେ ଗ୍ରାହକ ସନ୍ତୁଷ୍ଟ ନ ହେଲେ ଟଙ୍କା ଫେରସ୍ତ ଦିଆଯିବାର ସର୍ତ ରହିଛି। ଇଣ୍ଟରନେଟ୍‌ର ଏହି ଅନୈତିକ ବେପାର ଏକ ପ୍ରକାର ଗ୍ରାସ କରିଗଲାଣି ଯୁବପିଢ଼ିଙ୍କୁ। ସମ୍ପ୍ରତି କରୋନା କଟକଣାରେ ଅନୈତିକ କାରବାରକୁ ଏହି ‘ସ୍ମାର୍ଟ ଏସ୍‌କର୍ଟ’ ବେଶ୍‌ ସୁହାଇଛି। ‘ଏସକର୍ଟ ସର୍ଭିସ’ର ମୁଖ୍ୟ ମାଧ୍ୟମ ପାଲଟିଛି କଳାକାଚ ଗାଡ଼ି। ସଞ୍ଜ ନଇଁଲେ ଟ୍ରାଫିକ ଯାଞ୍ଚ କମିଲେ କଳା କାଚ ଗାଡ଼ି ରାସ୍ତାକୁ ବାହାରନ୍ତି। ଗ୍ରାହକଙ୍କ ବୁକିଂ ମୁତାବକ ସ୍ଥାନରେ କଳାକାଚ ଗାଡ଼ି ପହଞ୍ଚି ‘ଏସକର୍ଟ’ ସେବା ଯୋଗାଇ ଦେଉଛନ୍ତି।

- Advertisement -

କିଛିଦିନ ହେବ ସ୍ପା, ମସାଜ ପାର୍ଲର, ବ୍ୟୁଟି ପାର୍ଲର ଆଦି ଖୋଲିଛି। ହୋଟେଲ୍‌ ଓ ଲଜ୍‌ ବି ଖୋଲିଲାଣି। ସ୍ମାର୍ଟସିଟି ରାଜଧାନୀରେ ଏପରି ଅନୈତିକ କାର୍ଯ୍ୟ ପୁଣି ଜୋର୍‌ ଧରିଛି। ପୂର୍ବାପେକ୍ଷା ଏହି କାରବାର ଏବେ ବୃଦ୍ଧି ପାଇଛି ଭିନ୍ନ ରୂପରେ। ପୁଲିସ ଆଢୁଆଳରେ ଓ ଆଇନ ଆଖିରେ ପରଦା ଢ଼ାଙ୍କି ଏହି ବ୍ୟବସାୟ ଅତି ଚତୁରତାର ସହ ଚାଲିଛି। ନିଜ ଇଚ୍ଛାମତେ ଉପରୋକ୍ତ ୱେବ୍‌ସାଇଟ୍‌ରୁ ଯୁବତୀଙ୍କୁ ବୁକିଂ କରୁଛନ୍ତି ଗ୍ରାହକ। ଧରାପଡ଼ିଲେ ପୁଲିସକୁ ବାନ୍ଧବୀ ପରିଚୟ ଦେଇ ସାଥୀରେ ବୁଲାଇ ପାରୁଛନ୍ତି।

‘ଏସ୍‌କର୍ଟ ସର୍ଭିସ’ ଭଳି ୱେବ୍‌ସାଇଟ୍‌ରେ ବିଜ୍ଞାପନ ଦେଇ ଅନୈତିକ କାର୍ଯ୍ୟ କରୁଥିଲେ ମଧ୍ୟ ପୁଲିସ କିଛି କରିପାରୁନାହିଁ। ବିଜ୍ଞାପନରେ କୌଣସି ସ୍ଥାନରେ ଅନୈତିକ କାର୍ଯ୍ୟ ସମ୍ପର୍କରେ କିଛି ବି ଉଲ୍ଲେଖ କରାଯାଉନାହିଁ। ଏଥିପାଇଁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯିବା ସମ୍ଭବ ହେଉ ନାହିଁ ବୋଲି କହିଛନ୍ତି ଅତିରିକ୍ତ ମହାନିର୍ଦେଶକ (କ୍ରାଇମ୍‌ବ୍ରାଞ୍ଚ) ସୌମେନ୍ଦ୍ର ପ୍ରିୟଦର୍ଶୀ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

Related Articles

Popular Categories