ଫୁଲବାଣୀ : କିଛିଦିନର ନୀରବତା ପରେ ପୁଣିଥରେ କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗତକାଲି ଠାରୁ ବ୍ରହ୍ମପୁର ଅବକାରୀ ବିଭାଗ ତରଫରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ୧୫୬ ଲିଟର ଚୋରା ଦେଶୀମଦ ଜବତ କରିବା ସହିତ ୧୦ଜଣକୁ ଗିରଫ କରାଯାଇଛି। ଅଞ୍ଚଳର ଘଂଚ ଜଙ୍ଗଲ ଭିତର ବିପୁଳ ମାତ୍ରାରେ ମହୁଲ ପୋଚ ମଧ୍ୟ ନଷ୍ଟ କରାଯାଇଛି। ଗିରଫ ୧୦ ଜଣ ମଦ ବ୍ୟବସାୟୀଙ୍କୁ କୋର୍ଟଚାଲାଣ କରାଯାଇଥିବା ନେଇ ବ୍ରହ୍ମପୁର ଅବକାରୀ ବିଭାଗର ଆଇଆଇସି ମିହିର କୁମାରସେଠୀ ସୂଚନା ଦେଇଛନ୍ତି। ଗିରଫ ମାନେ ହେଳେ ଦାରିଙ୍ଗବାଡ଼ି ଥାନା ଅର୍ନ୍ତଗର ଗାର୍ଗାବାଡ଼ିର ପୁନା ନାୟକ, ମାହାଡ଼ଗାଣ୍ଡା ଗ୍ରାମର ମନୋରଂଜନ ନାୟକ, ସିମନବାଡ଼ି ଗ୍ରାମର ରଶାନ୍ତ ନାୟକ, ସାରଙ୍ଗଡ଼ ଥାନା ଅନ୍ତର୍ଗତ ବନ୍ଦଗୁଡ଼ା ଗ୍ରାମର ଲକ୍ଷ୍ମୀ ସାହୁ, ପ୍ରଭାସିନୀ ସାହୁ ଓ କୌତୁକ ସାହୁ ଏବଂ ବାଲିଗୁଡ଼ା ଥାନା ଅନ୍ତର୍ଗତ ସଲାଗୁଡ଼ା ଗ୍ରାମର ଲବନାୟକ, କଂଟାପଡ଼ା ଗ୍ରାମର ଲଛମନ ନାୟକ, ଲଣ୍ଡାଗାଁ ଗ୍ରାମର କୃଷ୍ଣ ଥେଲା, କନୂଆଗାଁ ଥାନା ଚଣାପଦର ଗ୍ରାମର ମଂଜରୀ ପ୍ରଧାନ। ଗତକାଲି ଠାରୁ ଏହି ଚଢ଼ାଉ ଜିଲ୍ଲାର ବିଭିନ୍ନ ଥାନା ଅଂଚଳରେ ଜାରି ରହିଥିଲା। ବ୍ରହ୍ମପୁର ଅବକାରୀ ବିଭାଗର ଆଇଆଇସି ଶ୍ରୀ ସେଠୀଙ୍କ ନେତୃତ୍ୱରେ ଏ.ଏସ.ଆଇ ଜେ.ଜେ ନାୟକ, କନେଷ୍ଟବଳ ସନ୍ତୋଷ ନାୟକ, ବିକେକାନନ୍ଦ ଖେତି, ସୁବ୍ରତ ବେହେରା, ସୀତାରାଣୀମୁମୁଁ ପ୍ରମୁଖ ସାମିଲ ହୋଇଥିଲେ। ତେବେ ଅନେକ ଚୋରା ମଦବ୍ୟବସାୟୀ ଚଢାଉ ପୂର୍ବରୁ କିଏ କୁଆଡ଼େ ଲୁଚିବାରେ ସକ୍ଷମ ହେବା ସହିତ ଅବକାରୀ ବିଭାଗ କର୍ମଚାରୀଙ୍କ ଚକମା ଦେବାରେ ସକ୍ଷମ ହୋଇଥିବା ଯୋଗୁଁ ଏଥିରେ କିଛି ସ୍ଥାନୀୟ ର୍କମଚାରୀ ସଂପୃକ୍ତ ଥାଇ ଚଢାଉ ପୂର୍ବରୁ ଖବର ଦେଇଥିବା ନେଇ ଆଲୋଚନା ଜୋର ଧରିଛି।
Popular Categories



