www.samajalive.in
Saturday, December 6, 2025
26.1 C
Bhubaneswar

ବୋଲେର ସହ ୨୧ କିଲୋ ଗଂଜେଇ ଜବତ, ୩ ଗିରଫ

ଫୁଲବାଣୀ : କନ୍ଧମାଳ ଜିଲା ଫିରିଙ୍ଗିଆ ପୁଲିସ୍ ଆଜି ଏକ ବୋଲେର ଗାଡ଼ି ସହିତ ୨୧ କେଜି ଗଂଜେଇ ଜବତ କରିଛି। ଏହି ଘଟଣାରେ ୩ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ପି.ଶ୍ୟାମ ସୁନ୍ଦର ରାଓ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ, କୌଣସି ସୁତ୍ରରୁ ଖବର ପାଇ ଫିରିଙ୍ଗିଆ ପୁଲିସର ଏକ ସ୍ୱତନ୍ତ୍ର ଟିମ ଫିରିଙ୍ଗିଆ ଡିମିରିଗୁଡା ରାସ୍ତାର ସିମିଳିସାହି ଛକ ନିକଟରେ ତନଖି ଆରମ୍ଭ କରିଥିବା ବେଳେ ଜବତ ବୋଲେରକୁ ଧରିବାରେ ସଫଳ ହୋଇଛି। ଜବତ ଗଞେଇ ଫିରିଙ୍ଗିଆ ବ୍ଲକ ଡିମିରିଗୁଡା ଠାରୁ ଭବନେଶ୍ୱର ଚାଲାଣ ହେଉଥିବା ପୁଲିସ ତଦନ୍ତରୁ ଜାଣି ପାରିଛି। ଏହି ଘଟଣାରେ ଡିମିରିଗୁଡା ଗ୍ରାମର ଲିପୁନ ଦଳବେହେରା, ସରତ ଦିଗାଳ ଓ ଭରତ କହଁର ୩ ଜଣକୁ ଗିରଫ କରି ଏକ ମାମଲା ରୁଜୁକରି ସମସ୍ତଙ୍କ କୋର୍ଟ ଚାଲଣ କରାଯାଇଥିବା ବେଳେ ଘଟଣାର ତଦନ୍ତ ଏସଆଇ ପ୍ରଦୀପ କୁମାର ରାଉତ ଚଳାଇଛନ୍ତି।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories