www.samajalive.in
Saturday, December 6, 2025
26.1 C
Bhubaneswar

ସରପଞ୍ଚଙ୍କ ସ୍ତ୍ରୀଙ୍କୁ ୫୦ ବର୍ଷ ବୟସ, ନେଉଛନ୍ତି ବାର୍ଦ୍ଧକ୍ୟ ଭତ୍ତା

ମୁରିବାହାଲ: ସିରୋଲ ସରପଞ୍ଚଙ୍କ ସ୍ତ୍ରୀ ୫୦ ବର୍ଷରେ ବାର୍ଦ୍ଧକ୍ୟ ଭତ୍ତା ନେଉଛନ୍ତି। ଏକଥା ଖୋଦ୍ ସରପଞ୍ଚ ଓ ପିଇଓ ଏହି କଥାକୁ ବି ସ୍ୱୀକାର କରୁଛନ୍ତି। ଯାହାକୁ ନେଇ ଏବେ ସରପଞ୍ଚଙ୍କ ବହିଷ୍କାର ଓ ଭତ୍ତା ଟଙ୍କା ଫେରାଇ ଆଣିବା ସହ କାର୍ଯ୍ୟାନୁଷ୍ଠାନ ଦାବି ଜୋର ଧରିଛି।
ମୁରିବାହାଲ ବ୍ଲକ ସିରୋଲ ପଞ୍ଚାୟତର ସରପଞ୍ଚ ନୃପତୀ ବଗର୍ତ୍ତି। ସ୍ତ୍ରୀ ନିରବତୀ(୫୦)। ଦୁଇ ବର୍ଷ ଧରି ନିରବତୀ ବାର୍ଦ୍ଧକ୍ୟ ଭତ୍ତା ନେଉଥିବା ଜଣାପଡିଛି। ସରପଞ୍ଚ ସ୍ୱାମୀ ଶ୍ରୀ ବଗର୍ତି ଚଞ୍ଚକତା କରି ନିଜ ସ୍ତ୍ରୀ ନିରବତୀଙ୍କ ସହ ତାଙ୍କ ପରିବାରର ବହୁ ଲୋକଙ୍କୁ ବାର୍ଦ୍ଧକ୍ୟ ଭତ୍ତା ଯୋଜନାରେ ସାମିଲ କରିଥିବା ଅଭିଯୋଗ କରିଛନ୍ତି ୫ ନମ୍ବର ଓାର୍ଡ ସଭ୍ୟ ହୁତାସନ ବାଗ ଓ ୯ ନମ୍ବର ଓାର୍ଡ ସଭ୍ୟ ତୀଳ ପୁଟେଲ। ନିରବତୀଙ୍କ ବୟସ ୨୦୧୭ ମସିହା ଭୋଟର ତାଲିକାରେ ୫୩ବର୍ଷ ହୋଇଥିବା ବେଳେ ଆଧାର କାର୍ଡ ଅନୁସାରେ ତାଙ୍କ ଜନ୍ମ ବର୍ଷ ୧୯୭୦। ଉଭୟ ଭୋଟର କାର୍ଡ ଓ ଆଧାର କାର୍ଡ ଅନୁଯାୟୀ ନିରବତୀଙ୍କୁ ଆଜି ସୁଦ୍ଧା ୬୦ ବର୍ଷ ସମ୍ପୂର୍ଣ୍ଣ ହୋଇ ନାହିଁ। ଅନ୍ୟ ପକ୍ଷରେ ପଞ୍ଚାୟତ ତଥା ବ୍ଲକରେ ବହୁ ଗରିବ ହିତାଧିକାରୀ ଭତ୍ତାରୁ ବଞ୍ଚିତ ହେଉଥିବା ବେଳେ ଜଣେ ନିର୍ବାଚିତ ପ୍ରତିନିଧି ହୋଇ ନିଜ ପରିବାର ପାଇଁ ଭତ୍ତା ନେଉଥିବା ଦୁର୍ଭାଗ୍ୟ ଜନକ ବୋଲି ସ୍ଥାନୀୟ ଲୋକେ କହିଛନ୍ତି।

ଏ ସମ୍ପର୍କରେ ସରପଞ୍ଚ ନୃପତୀ ବଗର୍ତିଙ୍କୁ ପଚାରିବାରୁ ନିଜ ସ୍ତ୍ରୀ ଓ ପରିବାର ଲୋକେ ବାର୍ଦ୍ଧକ୍ୟ ଭତ୍ତା ନେଉଥିବା ଅଭିଯୋଗକୁ ସ୍ୱୀକାର କରିଥିଲେ। ପିଇଓ ଗଙ୍ଗାଧର ଛତରଙ୍କୁ ପଚାରିବାରୁ ପଞ୍ଚାୟତରେ ୬୭୧ଜଣ ବିଭିନ୍ନ ଯୋଜନାରେ ଭତ୍ତା ନେଉଛନ୍ତି। ସରପଞ୍ଚଙ୍କ ସ୍ତ୍ରୀ ପଞ୍ଚାୟତ ଲେଜର ନମ୍ବର-୩୫୫ରେ ମଧୁବାବୁ ପେନ୍‌ସନ୍‌ ଯୋଜନାରେ ଭତ୍ତା ନେଉଥିବା ପ୍ରକାଶ କରିଥିଲେ। ତତ୍କାଳୀନ ସିରୋଲ ପିଇଓ ଥିବା ଆନନ୍ଦ ପୁଟାଙ୍କୁ ପଚାରିବାରୁ ସରକାରଙ୍କ ପିଠା ଯୋଜନାରେ ସାମିଲ ହୋଇ ନିରବତୀ ଭତ୍ତା ନେଉଥିବା ସ୍ୱୀକାର କରିଥିଲେ। ସରପଞ୍ଚଙ୍କୁ ଏଥିପାଇଁ ମନା କରିବା ସତ୍ତ୍ବେ ସେ ମାନି ନଥିବା ପ୍ରକାଶ କରିଥିଲେ। ସିରୋଲ ପଞ୍ଚାୟତର ୫ଜଣ ବିଧବା, ୧୧ଜଣ ବାର୍ଦ୍ଧକ୍ୟ ଭତ୍ତା ଓ ଜଣେ ବ୍ୟକ୍ତିଙ୍କ ବିକଳାଙ୍ଗ ଭତ୍ତା ପାଇଁ ଟିଟିଲାଗଡ ଉପ-ଜିଲାପାଳଙ୍କ ନିକଟକୁ ପଠାଯାଇଥିବା ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏ ସମ୍ପର୍କରେ ମୁରିବାହାଲ ବ୍ଲକ ଭାରପ୍ରାପ୍ତ ବିଡିଓ ମହେନ୍ଦ୍ର ପ୍ରଧାନୀଙ୍କୁ ପଚାରିବାରୁ ଅଭିଯୋଗ ସମ୍ପର୍କରେ ତଦନ୍ତ କରାଯିବ ଓ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories