www.samajalive.in
Saturday, December 6, 2025
23.1 C
Bhubaneswar

ଦୁଇ ମାସ ହେଲା ଅମ୍ବୁଡ୍ସପର୍ସନ ପଦବୀ ଖାଲି, ଅଫିସରେ ପଡିଛି ତାଲା

ନବରଙ୍ଗପୁର: ଜିଲାରେ କେନ୍ଦ୍ର ସରକାରଙ୍କର ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ କୋଟିକୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ଏହି କାର୍ଯ୍ୟ ତଦାରଖ କରିବା ପାଇଁ ପ୍ରତ୍ୟେକ ଜିଲାରେ କେନ୍ଦ୍ରସରକାର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟଙ୍କର ଦ୍ୱାରା ଅନୁମୋଦନରେ ରାଜ୍ୟସରକାର ପଞ୍ଚାୟତ ରାଜ ଓ ପାନୀୟଜଳ ବିଭାଗ ଦ୍ୱାରା ଅମ୍ବୁଡ୍ସପର୍ସନ ନିଯୁକ୍ତି ଦେଇଛନ୍ତି। ତେବେ ଦୁଇ ବର୍ଷଧରି ନିଯୁକ୍ତିର କାର୍ଯ୍ୟକାଳ ଶେଷ ହେବାପରେ ପ୍ରାୟ ଦୁଇ ମାସହେଲା ନବରଙ୍ଗପୁର ଜିଲାରେ ଏହି ପଦବୀ ଖାଲି ରହିଛି। ଜିଲାର ଡିଆରଡିଏ ଅଫିସରେ ରହିଥିବା ଅମ୍ବୁଡ୍ସପର୍ସନ କାର୍ଯ୍ୟାଳୟରେ ଏବେ ତାଲାଝୁଲୁଛି। ଅମ୍ବୁଡ୍ସପର୍ସନ ଏହି ଯୋଜନାରେ କରାଯାଉଥିବା ଅନୀୟମିତତା ଓ ଶାସନ କ୍ଷେତ୍ରରେ ସଂପୃକ୍ତ ଯନ୍ତ୍ରୀ ଓ ଅଧିକାରୀ ମାନଙ୍କର ବିରୋଧରେ ଆପତ୍ତି ଓ ଅଭିଯୋଗ ଗୁଡିକ ଅନୁସନ୍ଧାନ ପାଇଁ କାର୍ଯ୍ୟ କରିଥାନ୍ତି ଓ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଥାନ୍ତି। ତେବେ ଗତ ଦୁଇମାସ ଧରି ଏହି ପଦବୀ ଖାଲି ରହିଥିବାବେଳେ ଏହା ପୂରଣ ହୋଇ ପାରିନଥିବାରୁ ଏହି ଯୋଜନାର ଅନୀୟମିତତା ଓ ଶ୍ରମିକ ମଜୁରୀ ବିଳମ୍ବ ପ୍ରଭୃତି ଅଭିଯୋଗ ଓ ସମସ୍ୟାର ସମାଧାନ ହୋଇ ପାରୁ ନ ଥିବା ଜଣାଯାଇଛି। ତେଣୁ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ଅମ୍ବୁଡ୍ସପର୍ସନ ନିଯୁକ୍ତି ଦେବାକୁ ସାଧାରଣରେ ଦାବି ହେଉଛି।

 

Hot this week

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

Related Articles

Popular Categories