www.samajalive.in
Sunday, December 14, 2025
15.1 C
Bhubaneswar

ଯୁକ୍ତ ଦୁଇର ୩.୪୩ ଲକ୍ଷ ଛାତ୍ରଛାତ୍ରୀ ଚିନ୍ତାରେ, ବାର୍ଷିକ ପରୀକ୍ଷା ଅନିଶ୍ଚିତତାରେ

ଭୁବନେଶ୍ବର:ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା କନିଷ୍ଠ ମହାବିଦ୍ୟାଳୟର ଯୁକ୍ତ ଦୁଇ ଛାତ୍ରଛାତ୍ରୀ ସେମାନଙ୍କର ଭବିଷ୍ୟତକୁ ନେଇ ଚିନ୍ତାରେ ପଡ଼ିଛନ୍ତି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ)ଦ୍ବାରା ପରିଚାଳିତ ଯୁକ୍ତ ଦୁଇ କଳା,ବାଣିଜ୍ୟ,ବିଜ୍ଞାନ, ସଂସ୍କୃତ ଓ ଧନ୍ଦାମୂଳକ ଶିକ୍ଷା ପାଠ୍ୟକ୍ରମର ଦ୍ବିତୀୟ ବର୍ଷରେ ଅଧ୍ୟୟନରତ ବିଦ୍ୟାର୍ଥୀଙ୍କର ପାଠପଢା ଓ ପରୀକ୍ଷାକୁ ନେଇ ଅନିଶ୍ଚିତତା ଦେଖାଦେଇଛି। କନିଷ୍ଠ ମହାବିଦ୍ୟାଳୟ ଚଳିତ ବର୍ଷ ମାର୍ଚ୍ଚରୁ ବନ୍ଦ ଥିବାରୁ ଏଯାବତ୍‌ ବିଦ୍ୟାର୍ଥୀଙ୍କର ଶ୍ରେଣୀଗୃହ ପାଠପଢା ହୋଇପାରିନି। ଏଭଳି ସ୍ଥିତିରେ ଅନ୍‌ଲାଇନ୍‌ ପାଠପଢା ଏକମାତ୍ର ବିକଳ୍ପ ପାଲଟିଥିବାବେଳେ ଏହା ଫଳପ୍ରଦ ହେଉନଥିବା ଦେଖିବାକୁ ମିଳିଛି।

ରାଜ୍ୟରେ ୨୦୩୨ କନିଷ୍ଠ ମହାବିଦ୍ୟାଳୟରେ ୨୦୧୯-୨୦ ଶିକ୍ଷାବର୍ଷରେ ମୋଟ ୩ ଲକ୍ଷ ୪୩ ହଜାର ୮୭୧ ଛାତ୍ରଛାତ୍ରୀ ନାମ ଲେଖାଇଥିଲେ। ଏହି ଛାତ୍ରଛାତ୍ରୀ ଏବେ ଯୁକ୍ତ ଦୁଇ ଦ୍ବିତୀୟ ବର୍ଷରେ ଅଧ୍ୟୟନରତ। ତେବେ କୋଭିଡ୍‌-୧୯ ଯୋଗୁଁ ଶିକ୍ଷାନୁଷ୍ଠାନ ବନ୍ଦ ଥିବାରୁ ସବୁ ବିଦ୍ୟାର୍ଥୀ ଅନ୍‌ଲାଇନ୍‌ ଶିକ୍ଷା ଉପରେ ନିର୍ଭରଶୀଳ। ହ୍ବାଟ୍ସଆପ୍‌, ଅନ୍‌ଲାଇନ୍‌ କ୍ଲାସ୍‌ ଜରିଆରେ ଛାତ୍ରଛାତ୍ରୀଙ୍କୁ ପାଠପଢାଯାଉଛି । ତେବେ ଏହା ମାତ୍ର ୪୦ରୁ୪୫ ପ୍ରତିଶତ ବିଦ୍ୟାର୍ଥୀଙ୍କ ନିକଟରେ ପହଞ୍ଚୁଥିବାବେଳେ ଅବିଶିଷ୍ଟ ପ୍ରାୟ ୫୫ ପ୍ରତିଶତ ବିଦ୍ୟାର୍ଥୀ ଅନ୍‌ଲାଇନ୍‌ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି।

- Advertisement -

ଏହାକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ଦୂରଦର୍ଶନ ଜରିଆରେ ଟିଭିରେ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ଛାତ୍ରଛାତ୍ରୀଙ୍କୁ ପାଠ ପଢାଯାଇଛି। ତେବେ ଏହା ସ୍ବଳ୍ପ ଅବଧି ସମ୍ବଳିତ ହୋଇଥିବାବେଳେ କଳା,ଧନ୍ଦାମୂଳକ ଓ ସଂସ୍କୃତ ପାଠ୍ୟକ୍ରମ ଛାତ୍ରଛାତ୍ରୀଙ୍କ ପାଇଁ ଟିଭି‌େର ପାଠପଢା ଆରମ୍ଭ ହୋଇନି। ରାଜ୍ୟରେ ଯୁକ୍ତ ଦୁଇ କଳାରେ ସର୍ବାଧିକ ୨ଲକ୍ଷ ୨୧ ହଜାର ୭୭୫ ଛାତ୍ରଛାତ୍ରୀ ପଢୁଥିଲେ ମଧ୍ୟ ଏହି ବିଦ୍ୟାର୍ଥୀଙ୍କ ପାଇଁ ଟିଭିରେ ପାଠପଢା ଆରମ୍ଭ କରାଯାଇନି।

ଏଯାବତ୍‌ ଶ୍ରେଣୀଗୃହ ଶିକ୍ଷାଦାନ ଆରମ୍ଭ ହୋଇନଥିବାବେଳେ ଚଳିତ ବର୍ଷ ଡିସେମ୍ବର ୩୧ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ବୋଲି ସରକାର ଘୋଷଣା କରିଛନ୍ତି। ଏପର୍ଯ୍ୟନ୍ତ କୌଣସି ଶିକ୍ଷାନୁଷ୍ଠାନରେ ପ୍ରି-ଟେଷ୍ଟ ଓ ଟେଷ୍ଟ ପରୀକ୍ଷା ମଧ୍ୟ ହୋଇନି। ସବୁ ବିଦ୍ୟାର୍ଥୀ ପାଠପଢି ନଥିବାରୁ ଦୁଇ ପରୀକ୍ଷା ହୋଇ ନଥିବାବେଳେ ବାର୍ଷିକ ପରୀକ୍ଷା ପାଇଁ ଫର୍ମପୂରଣ କରାଯାଇନି। ପୂର୍ବରୁ ଅକ୍ଟୋବରରୁ ନଭେମ୍ବର ସୁଦ୍ଧା ଫର୍ମ ପୂରଣ ହୋଇଥାଏ। ଜାନୁଆରୀରୁ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହେବା ସହ ମାର୍ଚ୍ଚରୁ ଥିଓରୀ ପରୀକ୍ଷା ହୋଇଥାଏ। ତେବେ ଚଳିତ ବର୍ଷ ୩୦ ପ୍ରତିଶତ ପାଠ୍ୟକ୍ରମ କମିଥିବାବେଳେ ମହାମାରୀ ଯୋଗୁଁ ସ୍ଥିତି ଭିନ୍ନ ରହିଛି। ଏହି ବିଦ୍ୟାର୍ଥୀଙ୍କ ପାଇଁ ପରୀକ୍ଷା କାର୍ଯ୍ୟସୂଚୀ କ’ଣ ହେବ ତାକୁ ନେଇ ଅନିଶ୍ଚିତତା ଲାଗି ରହିଛି।

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ବର୍ତ୍ତମାନ ଯୁକ୍ତ ଦୁଇ ଦ୍ବିତୀୟ ବର୍ଷ ଛାତ୍ରଛାତ୍ରୀଙ୍କୁ ଅନ୍‌ଲାଇନ୍‌ରେ ପାଠ ପଢାଯାଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ଆଗାମୀ ଦିନରେ ବିଭାଗ ପକ୍ଷରୁ ସମୀକ୍ଷା କରାଯିବା ପରେ ପରୀକ୍ଷା ଓ ପାଠପଢା ସମ୍ବନ୍ଧରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ । ସେହିପରି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟର ନିର୍ଦେଶକ ବୃନ୍ଦାବନ ବେହେରା କହିଛନ୍ତି ଅନ୍‌ଲାଇନ୍‌ରେ ଆମେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦେବା ଜାରି ରଖିଛୁ। ହ୍ବାଟ୍ସଆପ୍‌, ଟିଭି ଓ ବିଭିନ୍ନ ଅନ୍‌ଲାଇନ୍‌ କାର୍ଯ୍ୟକ୍ରମ ଜରିଆରେ ପଢାଯାଇଛି। କଳା ପାଠ୍ୟକ୍ରମ ଛାତ୍ରଛାତ୍ରୀଙ୍କ ପାଇଁ ଟିଭି​‌​‌ରେ ପାଠପଢା ପାଇଁ ରେକର୍ଡିଂ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଖୁବ୍‌ ଶୀଘ୍ର ଏହା ଯାଞ୍ଚ ସରିବା ପରେ ପ୍ରସାରଣ କରାଯିବ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories