www.samajalive.in
Saturday, December 6, 2025
19.1 C
Bhubaneswar

କୃଷି ଆଇନ୍ ବିରୁଦ୍ଧରେ ପିସିସି ପକ୍ଷରୁ କ୍ଷେତ ବଂଚାଅ ଶୋଭାଯାତ୍ରା

ଭୁବନେଶ୍ୱର : କେନ୍ଦ୍ରର ବିଜେପି ସରକାର ଦେଶର କୃଷି, କୃଷକ ଓ ଶ୍ରମିକମାନଙ୍କ ସ୍ୱାର୍ଥକୁ ସଂପୂର୍ଣ୍ଣ ରୂପେ ଅଣଦେଖା କରି ୩ ଗୋଟି ବିଧେୟକ ସଂସଦରେ ପାରିତ କରି ଆଇନ୍‌ରେ ପରିଣତ କରିଛନ୍ତି । କୃଷି ଓ କୃଷକଙ୍କ ସ୍ୱାର୍ଥ ରକ୍ଷା ପାଇଁ ଏବଂ ଉକ୍ତ ଆଇନ୍‌ର ପ୍ରତ୍ୟାହାର ଦାବିରେ ଖୁବ୍ ନିକଟରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ରାହୁଲ ଗାନ୍ଧୀ ପଞ୍ଜାବ ଓ ହରିୟାଣା ରାଜ୍ୟରେ ବିଶାଳ ‘କ୍ଷେତ ବଂଚାଅ ଶୋଭଯାତ୍ରା’ରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଆଗାମୀ ଦିନରେ ଚଳାଇ ରଖିବା ପାଇଁ ନିଖିଳ ଭାରତୀୟ କଂଗ୍ରେସ କମିଟି ନିର୍ଦ୍ଦେଶରେ ଆଜି ଓଡିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ଟ୍ରାକ୍ଟର ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ।

ଏଥିରେ କଂଗ୍ରେସ ପ୍ରଭାରୀ ସାଂସଦ ଡ. ଏ. ଚେଲାକୁମାର ଯୋଗଦେଇ କହିଥିଲେ ଯେ, କୃଷକ ଓ ଶ୍ରମିକମାନଙ୍କ ଉନ୍ନତି ଓ ସ୍ୱାର୍ଥରକ୍ଷା ପାଇଁ କଂଗ୍ରେସ ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀଙ୍କ ନିର୍ଦ୍ଦେଶରେ କଂଗ୍ରେସ ଦଳ ରାଜରାସ୍ତାକୁ ଓହ୍ଲାଇଛି । ସେହିପରି ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚାଷୀମାରଣ ନୀତି ବିରୁଦ୍ଧରେ କହିଥିଲେ ଯେ, ଯଦି ସରକାରଙ୍କର ଚାଷୀଙ୍କ ପ୍ରତି ତିଳେମାତ୍ର ଆନ୍ତରିକତା ଅଛି ତେବେ ଛତିଶଗଡ ସରକାର ଯେପରି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୫୦୦ ଟଙ୍କା କରିଛନ୍ତି ସେହିପରି ଓଡିଶାରେ କରିବେକି ବୋଲି ପ୍ରଶ୍ନ କରିବା ସହିତ ୨୫୦୦ ଟଙ୍କା ତଳକୁ ଯିଏ କିଣିବ ବା ବିକ୍ରୀ କରିବ, ତା ପ୍ରତି ଜେଲ୍ ଦଣ୍ଡାଦେଶ ସହିତ ଅର୍ଥ ଦଣ୍ଡାଦେଶର ନିୟମ କଲେ ପ୍ରକୃତରେ ରାଜ୍ୟ ସରକାରଙ୍କର ଚାଷୀମାନଙ୍କ ପ୍ରତି ଦରଦ ଅଛି ବୋଲି ଜଣାପଡ଼ିବ । ଏହି ଉପଲକ୍ଷେ ଏକ ବିଶାଳ ଶୋଭାଯାତ୍ରା ଭୁବନେଶ୍ୱର କଂଗ୍ରେସ ଭବନଠାରୁ ବାହାରି କଟକ ପ୍ରତାପନଗରୀ ଦେଇ କଟକ ଅଭିମ୍ମୁଖେ ଯାତ୍ରା କରିଥିଲା । ଏହି ଶୋଭାଯାତ୍ରା କଟକ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ପହଂଚିବା ପରେ ନୂତନ କାର୍ଯ୍ୟାଳୟକୁ ଡ. ଚେଲାକୁମାର ଓ ପିସିସି ସଭାପତି ଉଦ୍‌ଘାଟନ କରିଥିବାବେଳେ ନବନିଯୁକ୍ତ କଟକ ଜିଲ୍ଲା କଂଗ୍ରେସ କମିଟି ସଭାପତି ଶ୍ରୀ ମାନସ ଚୌଧୁରୀ ସମସ୍ତ ନେତୃବୃନ୍ଦଙ୍କୁ ସ୍ୱାଗତ କରିଥିଲେ ।

- Advertisement -

ଏହି ସମସ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ସାଂସଦ ସପ୍ତଗିରି ଉଲାକା, କଂଗ୍ରେସ ନେତା ସର୍ବଶ୍ରୀ ରାମଚନ୍ଦ୍ର ଖୁଂଟିଆ, ଅନନ୍ତ ପ୍ରସାଦ ସେଠୀ, ସୁରେଶ କୁମାର ରାଉତରାୟ, ତାରାପ୍ରସାଦ ବାହିନୀପତି, ଗଣେଶ୍ୱର ବେହେରା, ଶିବାନନ୍ଦ ରାୟ, ଶୁଭେନ୍ଦୁ ମହାନ୍ତି, ଅମୀୟ ପଟ୍ଟନାୟକ ଓ ସ୍ୱରୂପା ତ୍ରିପାଠୀ ପ୍ରମୁଖ ଏହି ଶୋଭାଯାତ୍ରା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories