www.samajalive.in
Sunday, December 14, 2025
14.1 C
Bhubaneswar

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୁଦ୍ଧରେ କଂଗ୍ରେସର ରଣହୁଙ୍କାର : ଜାତୀୟ ରାଜପଥରେ କଂଗ୍ରେସର ଟ୍ରାକ୍ଟର ରାଲି

କଟକ : କେନ୍ଦ୍ରର କୃଷି ଆଇନ୍‌କୁ ବିରୋଧ କରି ରାଜ୍ୟ କଂଗ୍ରେସ ଆଜି ଆୟାଜନ କରିଛି କ୍ଷେତି ବଂଚାଅ ଯାତ୍ରା । ଜାତୀୟ ରାଜପଥରେ ଟ୍ରାକ୍ଟର ରାଲି କରି ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ବିରୋଧରେ କଂଗ୍ରେସ ରଣହୁଙ୍କାର ଦେଇଛି। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଚାଷୀମାରଣନୀତି ବିରୋଧରେ କରାଯାଉଥିବା ଏହି ଶୋଭାଯାତ୍ରାରେ  ଓଡିଶା ପ୍ରଭାରୀ ଚେଲାକୁମାର ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସହ ଦଳର ସମସ୍ତ ନେତା ଓ ଛାମୁଆ ସଙ୍ଗଠକ ଭାଗନେଇଥିଲେ।  ଭୁବନେଶ୍ଵରର କଂଗ୍ରେସ କାର୍ଯ୍ୟାଳୟରୁ ରାଲି ବାହାରି କଟକ ଶକ୍ତିନଗରସ୍ଥ କଟକ ଜିଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଥିଲା। ତେବେ ବାଟରେ ଫୁଲନଖରା ଛକ ଠାରେ ପୁଲିସ ପକ୍ଷରୁ ରାଲିକୁ ଅଟକା ଯାଇଥିଲା। ଯାହା ପରେ କଂଗ୍ରେସ ନେତାମାନେ ରାଜରାସ୍ତାରେ ଧାରଣାରେ ବସିଥିଲେ ।

- Advertisement -

ଏହାପରେ ପୁଲିସ କେବଳ ଅଳ୍ପ ସଂଖ୍ୟକ ଗାଡିକୁ ଅନୁମତି ଦେବାପରେ ପ୍ରଭାରୀ ଚେଲାକୁମାର ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ,ବିଧାୟକ ତାରାପ୍ରସାଦ ବାହିନୀପତି, ସୁର ରାଉତରାୟ,ବରିଷ୍ଠ କଂଗ୍ରେସ ନେତା ଗଣେଶ୍ୱର ବେହେରା, ପୁର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ପ୍ରମୁଖ ନେତା ଟ୍ରାକ୍ଟର ଯୋଗେ କଟକ ଫୁଲନଖରା ଛକରୁ ବାହାରି କଟକ ଆସିଥିଲେ। କଟକରେ ତାଙ୍କୁ ସ୍ୱାଗତ ଜଣାଇବା ପାଇଁ ବହୁ ସଂଖ୍ୟକ କର୍ମୀ ଏକତ୍ରିତ ହୋଇଥିଲେ।

ପରେ ଶକ୍ତିନଗର ଠାରେ ନୁତନ କରି ଜିଲା କାର୍ୟ୍ୟାଳୟକୁ ଉଦଘାଟନ କରିଥିଲେ ପ୍ରଭାରୀ ଏ ଚେଲ୍ଲାକୁମାର। ଆଉ ଜିଲା କାର୍ୟ୍ୟାଳୟ ସମ୍ମୁଖରେ କେନ୍ଦ୍ରୀୟ ନେତାଙ୍କୁ ସମ୍ବର୍ଦ୍ଧନା ଜଣାଇଥିବା ପାଇଁ ବି କଂଗ୍ରେସ କର୍ମୀମାନେ ଭିଡ଼ ଜମାଇଥିଲେ। ଦେଶରେ ଯେଉଁଭଳି ଅରାଜକତା, ହିଂସା, କୃଷିନୀତି,ସାଧାରଣ ଜନତାଙ୍କ ମୌଳିକ ଅଧିକାରକୁ ଛଡାଇ ନିଆଯାଉଛି ସେ ସବୁକୁ ନେଇ ଉଭୟ ସରକାରଙ୍କ ବିପକ୍ଷରେ ବର୍ଷିଥିଲେ କଂଗ୍ରେସ ପ୍ରଭାରୀ। ବିଶେଷ କରି କଂଗ୍ରେସ ଶାସିତ ରାଜ୍ୟରେ କୃଷି ବିଲ୍ ନୀତି ଆରମ୍ଭ କରିସାରିଛନ୍ତି । ଯେଉଁଥିରେ ପାଇଁ ସେଠାକାର ଚାଷୀ ଅଧିକ ଲାଭବାନ ହେଉଛନ୍ତି। ମାତ୍ର ଓଡିଶା ସରକାର ଏହି ସମସ୍ୟାକୁ ରୋକିବା ଦିଗରେ ବିଫଳ ହୋଇଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହାବାଦ୍ କୃଷି ବିଲ୍ ବିରୋଧରେ ରାଜ୍ୟର ଅନ୍ୟ ଜିଲା ମାନଙ୍କରେ ଏହିଭଳି ପ୍ରତିବାଦ କରାଯିବ ବୋଲି ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ କହିଛନ୍ତି ଓଡିଶା ପ୍ରଭାରୀ ଏ ଚେଲ୍ଲାକୁମାର।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories