www.samajalive.in
Friday, December 5, 2025
17.1 C
Bhubaneswar

ଭାରତୀୟ ବଜାରକୁ ଆସିଲା ଗୋ ଜିରୋ ପରଫରମାନ୍ସ ଇ-ବାଇସାଇକେଲ

ନୂଆଦିଲ୍ଲୀ : ବ୍ରିଟିଶ ଇଲେକ୍ଟ୍ରିକ୍ ବାଇକ୍ ବ୍ରାଣ୍ଡ ଗୋଜିରୋ ମୋବିଲିଟି ଭାରତୀୟ ବଜାରରେ ତାର ନୂଆ ଇ-ବାଇସାଇକେଲ ଲଞ୍ଚ କରିଛି। କମ୍ପାନୀ ପକ୍ଷରୁ ଏହାର ସବୁଠାରୁ କମ୍ ଇ-ସାଇକେଲର ମୂଲ୍ୟ ୧୯ ହଜାର ୯୯୯ଟଙ୍କା ରଖାଯାଇଛି  । ସେହିଭଳି ଏହାର ସବୁଠାରୁ ଦାମି ଇଲେକ୍ଟ୍ରିକ୍ ବାଇସାଇକେଲ ମଡେଲର ମୂଲ୍ୟ ୩୪ ହଜାର ୯୯୯ ଟଙ୍କା ରଖାଯାଇଛି । ବ୍ରିଟିଶ ଇଲେକ୍ଟ୍ରିକ୍ ବାଇକ୍ ତିଆରି କମ୍ପାନୀ ସ୍କେଲିଂ, ସ୍କେଲିଂ ଲାଇଟ୍ ଏବଂ ସ୍କେଲିଂ ପ୍ରୋ ସମେତ ଭାରତରେ ତିନୋଟି ମଡେଲର ବଜାର ପ୍ରବେଶ ହୋଇଛି ।ଯେଉଁଥିରେ ସ୍କେଲିଂର ମୂଲ୍ୟ ୧୯ ହଜାର ୯୯୯ ଟଙ୍କା ରଖାଯାଇଛି । ସେହିଭଳି ସ୍କେଲିଂ ଲାଇଟ୍‌ର ମୂଲ୍ୟ ୨୪ ଜହାର ୯୯୯ ଟଙ୍କା ଏବଂ ଏହାର ଟପ୍ ମଡେଲ୍ ସ୍କେଲିଂ ପ୍ରୋର ମୂଲ୍ୟ ୩୪ ହଜାର ୯୯୯ ଟଙ୍କା ରହିଛି। କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଏହି ନୂଆ ବାଇକ୍ ବ୍ରିଟେନରେ ଡିଜାଇନ୍ କରାଯାଇଥିବାବେଳେ ଭାରତରେ ନିର୍ମିତ ହୋଇଛି।
ସୂଚନା ଅନୁଯାୟୀ, ସ୍କେଲିଂ ଏବଂ ସ୍କେଲିଂ ପ୍ରୋ ଉଭୟ ଅନଲାଇନ୍ ଏବଂ ଅଫଲାଇନ୍ ପ୍ଲାଟଫର୍ମରେ ଉପଲବ୍ଧ ରହିଛି । ସ୍କେଲିଂ ଲାଇଟ୍ କମ୍ପାନୀର ୱେବସାଇଟ୍ ଏବଂ ଅନ୍ୟାନ୍ୟ ଇ-କମର୍ସ ପ୍ଲାଟଫର୍ମ ମାଧ୍ୟମରେ ବିକ୍ରୟ ପାଇଁ ଉପଲବ୍ଧ ରହିଛି ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories