www.samajalive.in
Friday, December 12, 2025
16.1 C
Bhubaneswar

ଗାନ୍ଧୀ ସ୍ମୃତିପୀଠରୁ ଆରମ୍ଭ ପଦଯାତ୍ରା ଗୋପବନ୍ଧୁଙ୍କ ଷଠିଘର ଠାରେ ଉଦଯାପିତ

ସୁଆଣ୍ଡୋ : ଡେଲାଙ୍ଗ ଗାନ୍ଧୀ ସ୍ମୃତିପୀଠରୁ ଆରମ୍ଭ ହୋଇଥିବା କରୋନା ଓ ନିଶା ନିବାରଣ ସଚେତନତା ପଦଯାତ୍ରା ପୁଣ୍ୟାତ୍ମା ଗୋପବନ୍ଧୁଙ୍କ ସୁଆଣ୍ଡୋ ସ୍ଥିତ ବାସଭବନ ଷଠିଘରେ ରବିବାର ଉଦଯାପିତ ହୋଇଯାଇଛି । ଗାନ୍ଧୀ ଗୋପବନ୍ଧୁ ଜୟପ୍ରକାଶ ଅବଦୁଲ କାଲାମଙ୍କ ଜନ୍ମମାସ ଅକ୍ଟୋବର ଅଠର ତାରିଖରୁ ଡେଲାଙ୍ଗ ଗାନ୍ଧୀ ପ୍ରଗତି ପ୍ରତିଷ୍ଠାନ ଆନୁକୁଲ୍ୟରେ ଗାନ୍ଧୀ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠାନର ସଂଯୋଜକ ଅନୁପ କୁମାର ପରିଡା ତିଳୋତମ ବାରିକ ମିହିର ରଞ୍ଜନ ମୁଦୁଲି ପଦଯାତ୍ରାର ନେତୃତ୍ବ ନେଇଥିଲେ ।

ଗୋପବନ୍ଧୁଙ୍କ ଷଠିଘରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଆଶୀର୍ବାଦ ପ୍ରାର୍ଥନା କରିଥିଲେ । ଏହି ପଦଯାତ୍ରାରେ ସତର ଜଣ ଅଂଶଗ୍ରହଣ କରିଥିଲେ । ନୀଳାଚଳ କୃଷକ ମହାସଂଘ ପୁରୀଜିଲା ସଂଯୋଜକ ଗୋବିନ୍ଦ ମହାପାତ୍ର ସାମାଜିକ କର୍ମୀ ସୁଶୀଲ କୁମାର ସାହୁଙ୍କ ସହିତ ଅଜୟ ପ୍ରଧାନ ମନୋଜ ଜେନା ବୀଣା ଷଢଙ୍ଗି କମଳା ସାହୁ ଶରତ ପ୍ରଧାନ ଦୁଶାସନ ବେହେରା ମହେଶ୍ବର ବେହେରା ପ୍ରମୁଖ ପଦଯାତ୍ରାରେ ଭାଗନେଇଥିଲେ । ଅନୁଷ୍ଠିତ ପଥପ୍ରାନ୍ତ ସଭାରେ କରୋନା ସଚେତନତା ମାସ୍କ ହାତ ଧୋଇବା ସମଦୂରତା ଓ ନିଶା ରାକ୍ଷସ ଠାରୁ ଯୁବ ସମାଜ ନିଜକୁ ଦୂରେଇ ରଖିବା ପାଇଁ ବକ୍ତାମାନେ ନିଜ ନିଜର ବକ୍ତବ୍ୟ ରଖିଥିଲେ ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories