www.samajalive.in
Saturday, December 13, 2025
23.1 C
Bhubaneswar

ବୁରାଡି ଗଣଆତ୍ମହତ୍ୟା: ୨୨ଦିନ ପରେ ଟମିର ମୃତ୍ୟୁ

ନୂଆଦିଲ୍ଲୀ: ବୁରାଡିରେ ଗୋଟିଏ ପରିବାରର ୧୧ଜଣ ସଦସ୍ୟଙ୍କ ମୃତ୍ୟୁ ପରେ କୁକୁରଟିର ମଧ୍ୟ ମୃତ୍ୟୁ ହୋଇଯାଇଛି। ପରିବାରର ଲୋକଙ୍କ ସମୂହ ଆତ୍ମହତ୍ୟା ପରେ କୁକୁରଟିକୁ ନୋଏଡାର ଏଚଏସଏ ରେ ରଖାଯାଇଥିବା ବେଳେ ରବିବାରରେ ତାର ମୃତ୍ୟୁ ହୋଇଯାଇଛି।
ପରିବାର ସଦସ୍ୟଙ୍କ ଆତ୍ମହତ୍ୟା ସମୟରେ ଟମି ଛାତ ଉପରେ ବନ୍ଧା ହୋଇ ରହିଥିଲା। ପରିବାର ଲୋକଙ୍କ ମୃତ୍ୟୁ ପରେ ପାଳିତ କୁକୁର ଟମି ଏକା ହୋଇଯାଇଥିଲା। ପୁଲିସକୁ ଯେତେବେଳେ ଟମି ମିଳିଥିଲା ସେତେବେଳେ ତାକୁ ଜ୍ୱର ହୋଇଥିଲା। ଅତ୍ୟଧିକ ଜ୍ୱର ହୋଇଥିବା ସମୟରେ ଟମିକୁ ନୋଏଡାର ଏଚଏସଏରେ ରଖାଯାଇଥିଲା।ମୃତ୍ୟୁର କିଛି ଦିନ ପୂର୍ବରୁ ତାର ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ହୋଇଥିଲା। ସେ ଖେଳାବୁଲା କରୁଥିଲା ବୋଲି ଦେଖାଯାଇଥିଲା। କିନ୍ତୁ ରବିବାର ସନ୍ଧ୍ୟାରେ ହଠାତ ଟମି ପଡିଯାଇଥିଲା ଓ ପରେ ତାର ମୃତ୍ୟୁ ଘଟିଥିଲା। ଶବ ବ୍ୟବଚ୍ଛେଦରୁ ଟମିର ହୃଦଘାତରେ ମୃତ୍ୟୁ ହୋଇଥିଲା ବୋଲି ଜଣା ପଡିଛି।

Hot this week

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

Related Articles

Popular Categories