www.samajalive.in
Wednesday, December 10, 2025
14.1 C
Bhubaneswar

ଫେସବୁକରେ ଫେକ୍‍ ଆଇଡି ଖୋଲି ହିନ୍ଦୁ ଦେବାଦେବୀଙ୍କୁ ଅପମାନ, ଥାନାରେ ମାମଲା

ଖଡିଆଳ : ଫେସବୁକରେ ଏକ ଜାଲ୍‍ ଏକାଉଣ୍ଟ ଖୋଲି ଜଣେ ବ୍ୟକ୍ତି ହିନ୍ଦୁଧର୍ମର ଦେବାଦେବୀଙ୍କ ଅଶ୍ଳୀଳ ଫଟୋ ପୋଷ୍ଟ କରି ବିବାଦୀୟ ମନ୍ତବ୍ୟ ଛାଡୁଥିବା ନେଇ ଖଡିଆଳ ଥାନାରେ ଲିଖିତ ଅଭିଯୋଗ ହୋଇଛି। ସୂଚନାମତେ ଖଡିଆଳ ବ୍ଲକ ବିଛନାପାଲି ଗ୍ରାମର ଧନଞ୍ଜୟ ମଲ୍ଲିକ ନାମକ ବ୍ୟକ୍ତିଙ୍କ ନାମରେ ଜଣେ ଅଜଣା ବ୍ୟକ୍ତି ଫେସବୁକରେ ଜାଲ୍‍ ଏକାଉଣ୍ଟ ଖୋଲି ହିନ୍ଦୁ ଧର୍ମ ବିରୋଧି କିଛି ପୋଷ୍ଟ ସହ ଲେଖା ଶେୟାର କରିଛନ୍ତି। ଏହାକୁ ଗ୍ରାମବାସୀ, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଏବଂ ବଜରଙ୍ଗ ଦଳର କର୍ମକର୍ତ୍ତା ବିରୋଧ କରିଛନ୍ତି। ଏହି କାମ ଜଣେ ଅଣହିନ୍ଦୁ ବ୍ୟକ୍ତି କରିଥିବା ନେଇ ଅଭିଯୋଗରେ ଦର୍ଶାଇଛନ୍ତି। ଏନେଇ ଧନଞ୍ଜୟ ମଲ୍ଲିକ, ବଜରଙ୍ଗ ଦଳ ଏବଂ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର କର୍ମକର୍ତ୍ତା ଥାନାକୁ ଯାଇ ଲିଖିତ ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଛନ୍ତି। ଏନେଇ ଖଡିଆଳ ଥାନାରେ ଆଇଟି ଆକ୍ଟରେ ୨୮୩/୨୦୨୦ ରେ ଏକ ମାମଲା ରୁଜୁ ହୋଇ ଘଟଣାର ତଦନ୍ତ ଚଲାଇଥିବା ନେଇ ଥାନାଧିକାରୀ କୈଳାସ ଚନ୍ଦ୍ର ସେଠୀ ସୂଚନା ଦେଇଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories