www.samajalive.in
Wednesday, December 10, 2025
14.1 C
Bhubaneswar

ଧାନ ଖରିରେ ନିଆଁ, ଲକ୍ଷାଧିକ ଟଙ୍କାର ଧାନ ପୋଡି ପାଉଁଶ

ଖପ୍ରାଖୋଲ : ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଚାଉଲବାଞ୍ଜି ଗ୍ରାମର ତୀର୍ଥରାଜ ଧରୁଆଙ୍କ ଧାନଖରିରେ ନିଆଁ ଲାଗି ଯାଇ ଲକ୍ଷାଧିକ ଟଙ୍କାର ଧାନ ପୋଡି  ପାଉଁଶ ହୋଇଯାଇଛି। ତୀର୍ଥରାଜଙ୍କ ପରିବାର ଲୋକ ନିକଟରେ ତାଙ୍କ କ୍ଷେତରୁ ଧାନ କାଟି ଧାନଖରିକୁ ଆଣି ତାଙ୍କ ଖଳାରେ ରଖିଥିଲେ। ଧାନ ମଡାଇବା ପାଇଁ  ରଖାଯାଇଥିଲା। ମାତ୍ର କୌଣସି କାରଣବଶତଃ ଏହି ଧାନଖରିରେ ନିଆଁ ଲାଗି ଯାଇଥିଲା। ଖବର ପାଇ ଖପ୍ରାଖୋଲ ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଥିଲେ। ମାତ୍ର ହୁ ହୁ ହୋଇ ଧାନଖରି ସବୁ କିଛି ସମୟ ମଧ୍ୟରେ ପୋଡି ପାଉଁଶ ହୋଇଯାଇଥିଲା। କିପରି ନିଆଁ ଲାଗିଲା ସେ ନେଇ ଏ ପର୍ଯ୍ୟନ୍ତ ଜଣାପଡିନାହିଁ। ଅନ୍ୟପକ୍ଷରେ ଛୋଟ ପିଲାମାନେ ଖେଳିଲା ବେଳେ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ଘଟଣାକୁ ନେଇ ପରିବାର ଲୋକ ଦୁଃଖରେ ଭାଙ୍ଗି ପଡିଛନ୍ତି। ସରକାରୀ ସହାୟତା ଯୋଗେଇ ଦେବାକୁ ପରିବାର ପକ୍ଷରୁ ଅନୁରୋଧ କରାଯାଇଛି। ଖପ୍ରାଖୋଲ ତହସିଲଦାର ଧିରଜ କୁମାର ପାତ୍ରଙ୍କ ନିର୍ଦ୍ଦେଶକ୍ରମେ ସ୍ଥାନୀୟ ଆରଆଇ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories