www.samajalive.in
Wednesday, December 10, 2025
14.1 C
Bhubaneswar

କାମରେ ଆସୁନି ସ୍ୱଚ୍ଛଭାରତ ଯୋଜନା ପାଇଖାନା

ଆଗଲପୁର : ସରକାର ପକ୍ଷରୁ ସ୍ୱଚ୍ଛଭାରତ ଯୋଜନାରେ ପାଇଖାନା ନିର୍ମାଣ କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚା କରାଯାଇଛି। ପାଇଖାନା କାମରେ ଅସୁ ନଥିବାର ଅଭିଯୋଗ ହୋଇଛି। ପ୍ରାପ୍ତ ସୂଚନା ଅନୁସାରେ ବାହାରେ ମଳତ୍ୟାଗ ନ କରିବା ପାଇଁ ଓ ନିଜେ ସ୍ୱଚ୍ଛ ରହିବା ସହିତ ଅନ୍ୟମାନଙ୍କୁ ସ୍ୱଚ୍ଛତା ରହିବା ପାଇଁ ସରକାର ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। କିନ୍ତୁ ଯେଉଁ ଆଗଲପୁର ବ୍ଲକର ପୁରପଲ୍ଲିରେ ପାଇଖାନାଗୁଡିକ ଠିକାଦରାମାନଙ୍କ ଦ୍ୱାରା ନିର୍ମାଣ କରାଯାଇଛି। ପାଇଖାନା ମଧ୍ୟରୁ ଗୋଟିଏ ମଧ୍ୟ କାର୍ଯ୍ୟକାରୀ ହେଉ ନଥିବା ଅଭିଯୋଗ ହେଉଛି। ହିତାଧିକାରୀମାନଙ୍କ ସୂଚନା ଅନୁସାରେ ନିଜେ ପାଇଖାନା ନିର୍ମାଣ କଲେ ହିତାଧିକାରୀମାନଙ୍କ ନାମରେ ଜମି ରହିଥିବା ନିକଟସ୍ଥ ଆରଆଇଙ୍କ ରିପୋର୍ଟ ଓ ନିର୍ଦ୍ଧାରିତ ସମୟ ମଧ୍ୟରେ ପାଇଖାନା ନିର୍ମାଣ କରିବା ପାଇଁ ଅନେକ ନିୟମ ଲାଗୁ କରାଯାଉଛି। ଯାହା ଫଳରେ ପାଇଖାନା ନିର୍ମାଣ କରିଥିବା ବ୍ୟକ୍ତି ଟଙ୍କା ପାଇବାରୁ ବଞ୍ଚିତ ହେଉଛନ୍ତି। ବ୍ଲକରେ ଠିକାଦାରମାନଙ୍କ ଜରିଆରେ ନିର୍ମାଣ କରାଯାଉଛି। କିନ୍ତୁ ଠିକାଦାର ପାଇଖାନା ନିର୍ମାଣ କଲେ ବିନା କାଗଜ ପତ୍ରରେ ପାଇଖାନା ନିର୍ମାଣ କରାଯାଇ କେବଳ ସାଧାରଣ ପାଇଖାନା ଗୋଟିଏ ଲେଖାଏଁ  ବସା ଯାଇ ଚାରି ପଟେ କାନ୍ଥ ନିର୍ମାଣ କରି ସାରିଲା ପରେ ଠିକାଦାରଙ୍କୁ ପାଇଖାନା ନିର୍ମାଣ କରାଯାଇଥିବାର ବିଲ୍‌ଗୁଡିକ ସଙ୍ଗେ ସଙ୍ଗେ ପୈଠ କରାଯାଇଥାଏ। କିନ୍ତୁ ସଧାରଣ ଲୋକ ପାଇଖାନା ନିର୍ମାଣ କଲେ ତାଙ୍କୁ ଅର୍ଥ ପ୍ରଦାନ କରିବା ପାଇଁ ବାରମ୍ବାର ବ୍ଲକ କାର୍ଯ୍ୟାଳୟକୁ ଦଉଡିଲେ ମଧ୍ୟ ଟଙ୍କା ମିଳୁ ନଥିବା ଅଭିଯୋଗ କରିଛନ୍ତି। ଏଣୁ ଠିକାଦରାଙ୍କ ଦ୍ୱାରା ନିର୍ମାଣ କରାଯାଇଥିବା କେତେକ ପାଇଖାନା କାର୍ଯ୍ୟକ୍ଷମ ହେଉଛି ତାହା ଭିଜଲାନ୍ସ ଦ୍ୱାରା ତଦନ୍ତ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହେଉଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories