www.samajalive.in
Friday, December 12, 2025
15.1 C
Bhubaneswar

ଘରେ ଫଟୋ ଲଗାଉଛନ୍ତି କି! ଜାଣନ୍ତୁ ଏହାର ସଠିକ ଦିଗ

ବାସ୍ତୁଶାସ୍ତ୍ର ଅନୁସାରେ ଘରେ ସଠିକ ଦିଗରେ ଫଟୋ ଲଗାଇବା ଦ୍ୱାରା ସକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ। କିନ୍ତୁ ଭୁଲ ଦିଗରେ ଫଟୋ ଲଗାଇବା ଦ୍ୱାରା ଘରର ସମସ୍ତ ଖୁସି ନଷ୍ଟ ହୋଇ ଯାଇଥାଏ। ବାସ୍ତୁ ଅନୁସାରେ ଘରେ ପରିବାର ସଦସ୍ୟଙ୍କ ଫଟୋ ଲଗାଇବାର କିଛି ବିଶେଷ ଦିଗ ରହିଥାଏ। ପରିବାର ସଦସ୍ୟଙ୍କ ଫଟୋ ସର୍ବଦା ଉତ୍ତର ଦିଗ, ପୂର୍ବ ଦିଗ ଓ ଉତ୍ତର-ପୂର୍ବ ଦିଗରେ ଲଗାଇବା ଉଚିତ। ଏହା ସହ ନିବିଡ ବନ୍ଧୁମାନଙ୍କ ଫଟୋ ମଧ୍ୟ ଘରେ ଲଗାଇ ପାରିବା।

ଫଟୋ ଲଗାଇବା ବେଳେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ:
ପୂର୍ବଜ/ ସ୍ୱର୍ଗୀୟ ସଦସ୍ୟଙ୍କ ଫଟୋ ଉତ୍ତର ଦିଗରେ ଲଗାଇବା ଉଚିତ। ଏହି ସ୍ୱର୍ଗୀୟ ସଦସ୍ୟଙ୍କ ଫଟୋ କେବେ ବି ପୂଜା ସ୍ଥାନ, ମନ୍ଦିର କିମ୍ବା ଅନ୍ୟ ଦିଗରେ ଲଗାନ୍ତୁ ନାହିଁ। ଠିକ ଦିଗରେ ସ୍ୱର୍ଗୀୟ ସଦସ୍ୟଙ୍କ ଫଟୋ ଲଗାଇବା ଦ୍ୱାରା ଘରେ ଶାନ୍ତି ରହିଥାଏ। ପିତୃଦୋଷ ମଧ୍ୟ ଦୂର ହୋଇଥାଏ।

- Advertisement -

ଭଗବାନଙ୍କ ଉଗ୍ର ରୂପ କିମ୍ବା ଯୁଦ୍ଧ କରୁଥିବା ଫଟୋ ଘରେ ଲଗାନ୍ତୁ ନାହିଁ। ଏପରି ଫଟୋ ଘରେ ଲଗାଇବା ଦ୍ୱାରା ଘରେ କଳହ ସୃଷ୍ଟି ହୋଇଥାଏ।
ଘରେ ହନୁମାନଙ୍କ ଫଟୋ କେବଳ ପୂଜା ସ୍ଥାନରେ ରଖନ୍ତୁ। ଘରର ଅନ୍ୟ କୌଣସି ସ୍ଥାନରେ ହନୁମାନଙ୍କ ଫଟୋ ଲଗାଇବା ଦ୍ୱାରା କ୍ଷତି ହୋଇଥାଏ। ହନୁମାନଙ୍କ କୋପ ଦୃଷ୍ଟି ପରିବାର ସଦସ୍ୟଙ୍କ ଉପରେ ପଡିଥାଏ। ଘରେ ଅଶାନ୍ତି ଓ ଦୁଶ୍ଚିନ୍ତା ବଢିଥାଏ।
ଭଗବାନ କୁବେରଙ୍କ ଫଟୋ ଘରେ ଲଗାଇବା ଅନୁଚିତ। କୁବେରଙ୍କୁ ଧନର ଦେବତା କୁହାଯାଇଥାଏ। ଘରେ କୁବେରଙ୍କୁ ପୂଜା କରିବା ଉଚିତ ନୁହେଁ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories