mission shakti banner

ମହାନଦୀରେ ମଧ୍ୟମ ଓ କ୍ଷୁଦ୍ର ବନ୍ୟାର ଆଶଙ୍କା

BSKY banner  750×100
0

ଭୁବେନଶ୍ୱର: ମହାନଦୀରେ ବଡ ଧରଣର ବନ୍ୟା ଆଶଙ୍କା ନଥିବା ବେଳେ ମଧ୍ୟମ ଓ କ୍ଷୁଦ୍ର ଧରଣ ବନ୍ୟାର ସମ୍ଭାବନା ରହିଛି । ଏଭଳି ପରିସ୍ଥିତି ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ରହିଛନ୍ତି ବୋଲି ଏସଆରସି ବିଷ୍ଣୁପଦ ସେଠୀ ଗଣମାଧ୍ୟମରେ କହିଛନ୍ତି। ଦୁଇ ଦିନର ଲଗାଣ ବର୍ଷା ଯୋଗୁଁ ଜଳ ସ୍ତର ବୃଦ୍ଧି ପାଇଛି। ସୋମବାର ସନ୍ଧ୍ୟା ସୁଦ୍ଧା ମୁଣ୍ଡଳୀରୁ ୮ ଲକ୍ଷ କ୍ୟୁସେକ୍‌ ବନ୍ୟା ଜଳ ନିଷ୍କାସିତ ହେବ । ଏଥିରେ ୬ଟି ଜିଲା ପ୍ରଭାବିତ ହେବାର ଆଶଙ୍କା କରାଯାଉଛି। ଯାଜପୁର, କଟକ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ସତର୍କ କରାଯାଇଛି। ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସ୍ୱତନ୍ତ୍ର ରିଲିଫ କମିଶନର ସୂଚନା ଦେଇଛନ୍ତି।

Leave A Reply