www.samajalive.in
Sunday, December 7, 2025
26.1 C
Bhubaneswar

“ସମାଜ ର ପ୍ରଭାବ” ଅଙ୍ଗନବାଡ଼ିରେ ଅଣ୍ଡା ହଡପ ଘଟଣା: ଅଣ୍ଡା ଫେରାଇଲେ ଅଙ୍ଗନବାଡି ଦିଦି

କେଶଦୁରାପାଳ : “ସମାଜ ର ପ୍ରଭାବ” ଅଙ୍ଗନବାଡ଼ିରେ ଅଣ୍ଡା ହଡପ ଘଟଣା  ଅଣ୍ଡା ଫେରାଇଲେ ଅଙ୍ଗନବାଡି ଦିଦି । ସମଗ୍ର ଦେଶରେ କରୋନା ମହାମାରୀ ପାଇଁ ସରକାର ପ୍ରତ୍ୟେକ ଅଙ୍ଗନବାଡ଼ିର ପିଲାମାନଙ୍କ ପାଇଁ ୨୫ ଓ ଗର୍ଭବତୀଙ୍କ ପାଇଁ ୧୨ଟି ଲେଖାଏ ଅଣ୍ଡା ଓ ଚାଉଳ, ଛତୁଆ, ମକାଗୁଣ୍ଡ, ବାଦାମ ଲଡୁ ଆଦି ଅନେକ ଖାଦ୍ୟ ମାଗଣାରେ ସରକାର ଦେଉଛନ୍ତି । କିନ୍ତୁ କିଛି ଅସାଧୁ ଅଙ୍ଗନବାଡ଼ି ଦିଦି ମାନେ ଏହି ଖାଦ୍ୟରୁ କିଛି ଦେଇ କିଛି ପାଟିରେ ପକେଇ ହଡ଼ପ କରୁଥିବା ଖବର  “ସମାଜ ଦୈନିକ ଖବରକାଗଜ ଗତ ୫ ତାରିଖରେ ପ୍ରକାଶ ପାଇବାପରେ ପ୍ରଶାସନ ତତ୍ପର ହୋଇ ତଦନ୍ତ ଆରମ୍ଭ କରିଛନ୍ତି । ଆନନ୍ଦପୁର ସିଡିପିଓ ଶ୍ରୀମତୀ ସତ୍ୟଭାମା ସେଠୀ ଓ ସୁପରଭାଇଜର ଶ୍ରୀମତୀ ମମତା ଜେନା ସିଧାସଳଖ ବେଲବାହାଳିରେ ପହଞ୍ଚି ଏ ସମ୍ପର୍କରେ    ଲୋକମାନଙ୍କ ସହ ଆଲୋଚନା କରି ଅଙ୍ଗନବାଡି ଦିଦିଙ୍କୁ ତାଗିଦ୍ କରିବା ସହ ଅଙ୍ଗନବାଡି ଦିଦି ହଡ଼ପ କରିଥିବା  ଅଣ୍ଡା ଗୁଡିକ ଯଥାଶୀଘ୍ର ଲୋକମାନଙ୍କୁ ଫେରାଇବେ ବୋଲି ସିଡିପିଓ ପ୍ରତିଶ୍ରୁତି ଦେଇଥିଲେ। ଏଥିରେ ସମସ୍ତ ଅଙ୍ଗବାଡି ଦିଦିମାନେ ସିଡ଼ିପିଓ ଙ୍କ ସମ୍ମାନ ରକ୍ଷା କରି ଛୁଆ ମାନଙ୍କୁ ଅଣ୍ଡା ଫେରାଇଛନ୍ତି । ଏଥିସହ ସରକାରଙ୍କ ପକ୍ଷରୁ ଆସୁଥିବା ଅନ୍ୟ ଖାଦ୍ୟ ସାମଗ୍ରୀ ଗୁଡିକ ମଧ୍ୟ ସଠିକ୍ ମାତ୍ରାରେ ଦିଆଯିବ ବୋଲି ଆଲୋଚନା କରିଥିଲେ।  ବେଲବାହାଳି ଓ ହରିଡାପାଳ ପଞ୍ଚାୟତର ମୁଖ୍ୟ ବ୍ୟକ୍ତି ମାନଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି । ଆଗାମୀ ଦିନରେ ଏଭଳି ଅନିୟମିତତା ଆଉ ନ ହେବା ପାଇଁ ଅଧିକାରୀମାନେ ଚେତାବନୀ ଦେଇଛନ୍ତି । ଏହି ସମୟରେ ସ୍ଥାନୀୟ ସରପଞ୍ଚ ଓ ସମିତିସଭ୍ୟଙ୍କ ସହ ଗ୍ରାମର ମୁଖିଆମାନେ ଉପସ୍ଥିତ ଥିଲେ ।

Hot this week

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

Related Articles

Popular Categories