www.samajalive.in
Friday, December 12, 2025
26.1 C
Bhubaneswar

ଟରେଣ୍ଟୋରେ ଗୁଳିମାଡ ; ୨ ମୃତ, ୧୩ରୁ ଅଧିକ ଆହତ

ଟରେଣ୍ଟୋ : କାନାଡାର ଟରେଣ୍ଟୋ ସହର ନିକଟସ୍ଥ ଗ୍ରୀକ୍‍ ଟାଉନର ଏକ ହୋଟେଲ ସମ୍ମୁଖରେ ରବିବାର ବିଳମ୍ବିତ ରାତିରେ ଜଣେ ଅଜଣା ବ୍ୟକ୍ତିଙ୍କ ଗୁଳିମାଡରେ ୨ ଜଣଙ୍କ ମୃତ୍ୟୁ ହେବା ସହ ୧୩ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଜଣେ ନାବାଳକ ଥିବା ସୂଚନା ମିଳିଛି। ସ୍ଥାନୀୟ ସାମ୍ବାଦିକ ଡେଭିଡ୍‍ ନିଜର ଟୁଇଟର ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି। କଳା ରଙ୍ଗର ଜ୍ୟାକେଟ ପିନ୍ଧିଥିବା ଅଜଣା ବ୍ୟକ୍ତି ଜଣକ ଗୁଳିଚାଳନା କରୁଥିବା ଭିଡିଓରେ ଦେଖିବାକୁ ମିଳିଛି।
ପୁଲିସର କହିବା ମୁତାବକ ଗ୍ରୀକ ଟାଉନସ୍ଥିତ ଏକ ହୋଟେଲ ନିକଟରୁ ଫୋନ ଆସିବାପରେ ସେମାନେ ଘଟଣାସ୍ଥଳରେ ପହଁଞ୍ଚିଥିଲେ।  ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ପାଖାପାଖି୨୫ଟି ଗୁଳିର ଶବ୍ଦ ଶୁଣିବାକୁ ମିଳିଥିଲା। ସମସ୍ତ ଆହତ ଲୋକମାନେ ବର୍ତ୍ତମାନ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।  ଆହତ ମାନଙ୍କ ଅବସ୍ଥା ଜଟିଳ ଥିବା ଜଣାପଡିଛି।

Hot this week

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

Related Articles

Popular Categories