www.samajalive.in
Saturday, December 6, 2025
26.1 C
Bhubaneswar

୪ଘଣ୍ଟା ମଧ୍ୟରେ ଦୁଇଟି ସଡକ ଦୁର୍ଘଟଣା ; ୪ ଆହତ ଓ ୩ ଗୁରୁତର

ରେଙ୍ଗାଲି : ସମ୍ବଲପୁର-ରାଉରକେଲା ୧୦ ନମ୍ବର ରାଜ୍ୟ ରାଜପଥର ଗୁରୁପାଲି ଏବଂ ରମ୍ପେଲାକେମ୍ପ ନିକଟସ୍ଥ ବିଶ୍ଫୁଟିଆ ଠାରେ ଆଜି ଦୁଇଟି ପୃଥକ୍ ପୃଥକ୍ ଦୁର୍ଘଟଣା ଘଟି ୪ଜଣ  ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ଜଣ ଗୁରୁତର ଅବସ୍ଥା ରେ ବୁର୍ଲା ଡାକ୍ତରଖାନା ରେ ଚିକିତ୍ସିତ ହେଉଛନ୍ତି। ସୂଚନା ଅନୁଯାୟୀ ସକାଲ ୮ଟା ସମୟରେ ଏକ କାର୍ ଧକ୍କାରେ ବାଇକ୍ ଚାଳକ ହୃଦାନ୍ଦ ବାରିକ(୪୫) ଗୁରୁତର ଆହତ ହୋଇଥିଲେ। ଦିନ ୧୨ ଟା ସମୟ ରେ ଅନ୍ୟ ଏକ କାର୍ ଧକ୍କାରେ ଆକ୍ଟିଭା ଏବଂ ବାଇକ୍ ଚାଳକଙ୍କ ସମେତ ୩ଜଣ ଯାତ୍ରୀ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ବଳବସପୁରର ରମାକାନ୍ତ ପଟେଲ(୪୮) ଏବଂ ସମ୍ବଲପୁର କମଳିବଜାରର ଧୁବେଇ ଚରଣ ପାତ୍ର ଗୁରୁତର ଆହତ ହୋଇ ବୁର୍ଲା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏହି ଦୁର୍ଘଟଣାରେ ଫରେଷ୍ଟ ଗାର୍ଡ ତୁଳସୀରାଣି (୨୮) ସାମାନ୍ୟ ଆହତ ହୋଇଥିବା ଜଣାପଡିଛି। ରେଙ୍ଗାଲି ପୁଳିସ ଉଭୟ ଘଟଣା ସଂକ୍ରାନ୍ତରେ ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରଖିଛି ବୋଲି ଥାନା ଅଧିକାରୀ ଧବଳେଶ୍ୱର ସାହୁ ସୂଚନା ଦେଇଛନ୍ତି।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories