www.samajalive.in
Friday, December 12, 2025
16.1 C
Bhubaneswar

ଭୁବନେଶ୍ବରରେ ଟ୍ରେଡ୍‌ ଲାଇସେନ୍ସ  ଫି’ ଫାଙ୍କି ଚାଲିଛନ୍ତି ୧୭ହଜାର ବେପାରୀ : ବାର୍ଷିକ ୬କୋଟି କ୍ଷତି

ଭୁବନେଶ୍ବର : ବିଏମ୍‌ସି ଅଞ୍ଚଳରେ ପ୍ରାୟ ୩୦ ହଜାରରୁ ଊର୍ଦ୍ଧ୍ବ ବେପାରୀ ବ୍ୟବସାୟ କରୁଛନ୍ତି। ହେଲେ ୧୩ ହଜାର ବେପାରୀ ଟ୍ରେଡ୍‌ ଲାଇସେନ୍ସ ନମ୍ବର ବାହାର କରି ଫି’ (ଟିକସ) ଦାଖଲ କରୁଥିଲାବେଳେ ଅବଶିଷ୍ଟ ୧୭ ହଜାର ବ୍ୟବସାୟୀ ବର୍ଷ ବର୍ଷ ଧରି ଫି’ ଫାଙ୍କି ଚାଲିଛନ୍ତି। ଉକ୍ତ ବେପାରୀଙ୍କୁ ଚିହ୍ନଟ ନିମନ୍ତେ ବିଏମ୍‌ସିର ରାଜସ୍ବ ବିଭାଗ ୱାର୍ଡ ଅଧିକାରୀ ଏବଂ ସ୍କ୍ବାଡ୍‌କୁ ନିର୍ଦେଶ ଦେଇଛି।

ସୂଚନା ଅନୁଯାୟୀ, ଯେଉଁ ୧୩ ହଜାର ବେପାରୀ ଫି’ ଦାଖଲ କରୁଛନ୍ତି, ସେମାନଙ୍କ ପାଖରୁ ବିଏମ୍‌ସି ବର୍ଷକୁ ୪କୋଟି ଟଙ୍କା ରାଜସ୍ବ ଆଦାୟ କରୁଛି। ଅବଶିଷ୍ଟ ୧୭ ହଜାର ବେପାରୀ ଲାଇସେନ୍ସ ନମ୍ବର ବାହାର କରି ନଥିବା ବିଏମ୍‌ସି କହୁଛି। ଏଥିପାଇଁ ବିଏମ୍‌ସି ବାର୍ଷିକ ୬କୋଟି ଟଙ୍କା ରାଜସ୍ବ ହରାଉଛି। ଏ ବାବଦ ରାଜସ୍ବ ବୃଦ୍ଧି ପାଇଁ ଟ୍ରେଡ୍‌ ଲାଇସେନ୍ସ ନମ୍ବର ସଂଖ୍ୟା ବଢ଼ାଇବା ପାଇଁ ବିଏମ୍‌ସି ବ୍ୟବସାୟୀ ଚିହ୍ନଟ ପ୍ରକ୍ରିୟାକୁ ଜୋରଦାର କରିଛି। ଅଧିକାରୀମାନେ ବ୍ୟବସାୟୀଙ୍କ ପାଖକୁ ଯାଇ ଟ୍ରେଡ୍‌ ଲାଇସେନ୍ସ ଯାଞ୍ଚ କରିବେ। ଯେଉଁ ବେପାରୀ ଲାଇସେନ୍ସ କରି ନଥିବେ ସେମାନଙ୍କୁ ଲାଇସେନ୍ସ କରାଇ ନେବାକୁ ପରାମର୍ଶ ଦେବେ। ଆର୍ଥିକ ବର୍ଷ ଶେଷ ସୁଦ୍ଧା ୧୭ ହଜାର ବେପାରୀଙ୍କୁ ଚିହ୍ନଟ କରିବାକୁ ବିଏମ୍‌ସି ଲକ୍ଷ୍ୟ ରଖିଛି। ଯଦି ବିଏମ୍‌ସି ଏହା କରିବାରେ ସକ୍ଷମ ହୁଏ, ତେବେ ବର୍ଷକୁ ଅତିରିକ୍ତ ୬କୋଟି ଟଙ୍କା ରାଜସ୍ବ ଆଦାୟ କରିପାରିବ।

- Advertisement -

ଏ ସଂକ୍ରାନ୍ତରେ ବିଏମ୍‌ସି ଡେପୁଟି କମିସନ ଶ୍ରୀମନ୍ତ ମିଶ୍ର କହିଛନ୍ତି, ସମସ୍ତ ବେପାରୀ ଟ୍ରେଡ୍‌ ଲାଇସେନ୍ସ ନମ୍ବର ବାହାର କରୁନାହାନ୍ତି। ଲାଇସେନ୍ସ ନମ୍ବର ବୃଦ୍ଧି ପାଇଁ ବିଏମ୍‌ସି ଚିହ୍ନଟ ପ୍ରକ୍ରିୟା ଜାରି ରହିଛି। ଏହାଦ୍ବାରା ରାଜସ୍ବ ପରିମାଣ ବୃଦ୍ଧି ପାଇବ। ତେବେ ଚଳିତ ବର୍ଷ କୋଭିଡ ମୁକାବିଲା କାର୍ଯ୍ୟରେ ବିଏମ୍‌ସି କର୍ମଚାରୀ ନିୟୋଜିତ ଥିବାରୁ ରାଜସ୍ବ ଆଦାୟକୁ ଗୁରୁତ୍ବ ଦିଆଯାଇ ପାରିନାହିଁ। ମହାମାରୀ ସମୟରେ ଲୋକଙ୍କ ଦ୍ବାରକୁ ଯାଇ ଟିକସ ଆଦାୟ ସମ୍ଭବ ନୁହେଁ। ଅନ୍‌ଲାଇନ୍‌ରେ ଯେତିିକି ଲୋକ ଟିକସ ଭରିଲେ ସେତିକି ଟଙ୍କା ହଁ ରାଜସ୍ବ ଆଦାୟ ହେଉଥିବା ସେ କହିଛନ୍ତି। ସୂଚନାଯୋଗ୍ୟ, ଘର ଭଡ଼ା ଏବଂ ଗୃହ ବିଭାଗ, ବିଏମ୍‌ସି ଓ ହାଉସିଂ ବୋର୍ଡ ଘର ନିର୍ମାଣ କରି ଭଡ଼ା ସୂତ୍ରରେ ଦିଆଯାଇ ଥିବା ଦୋକାନ ଗୃହ ଉପରେ ଟ୍ରେଡ୍‌ ଲାଇସେନ୍ସ ନମ୍ବର ବାହାର କରାଯାଇ ପାରିବ। ଭେଣ୍ଡିଂଜୋନ୍‌ ଏବଂ ରାସ୍ତା ପାର୍ଶ୍ବ ଦୋକାନୀଙ୍କ ପାଖରୁ ଫି’ ଆଦାୟ କରାଯାଇ ପାରିବ ନାହିଁ। ସୂଚନା ଅନୁଯାୟୀ, ଟ୍ରେଡ୍‌ ଲାଇସେନ୍ସ ଫି’ ଫାଙ୍କୁଥିବା ବ୍ୟବସାୟୀଙ୍କୁ ଚିହ୍ନଟ କଲାବେଳେ ବିଏମ୍‌ସି କର୍ମଚାରୀ ଅନେକ କ୍ଷେତ୍ରରେ ସହାନୁଭୂତି ଦେଖାଉଥିବା ଅଭିଯୋଗ ହେଉଛି। ଏଥିଯୋଗୁଁ ବିଏମ୍‌ସି ପ୍ରତି ବର୍ଷ କୋଟି କୋଟି ଟଙ୍କା ରାଜସ୍ବ ହରାଉଛି।

 

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories