www.samajalive.in
Sunday, December 14, 2025
14.1 C
Bhubaneswar

ବ୍ୟାୟାମ କରିବାର ଉପଯୋଗିତା

ସୁସ୍ଥ ଜୀବନଶୈଳୀ ନିମନ୍ତେ ପ୍ରତିଦିନ ବ୍ୟାୟାମ କରିବା ଜରୁରୀ। ଯୁବପିଢି ଠାରୁ ଆରମ୍ଭ କରି ବୟସ୍କ ବର୍ଗ ସମସ୍ତେ ଏବେ ଯୋଗ, ପ୍ରାଣାୟମ, କସରତ ଅବା ଯେ କୌଣସି ଶାରୀରିକ ପରିଶ୍ରମ କରୁଛନ୍ତି। ଓଜନ କମ୍ କରିବା ସହ ଆମ ଶରୀରର ଶକ୍ତି ବୃଦ୍ଧି କରିବାରେ ମଧ୍ୟ ଏସବୁ ସହାୟକ। ନିକଟରେ ନେଦରଲ୍ୟାଣ୍ଡ ବିଶେଷଜ୍ଞ ଦଳ ବ୍ୟାୟାମର ଉପକାରିତା ବାବଦରେ ଜନସାଧାରଣଙ୍କୁ ଅବଗତ କରାଇଛନ୍ତି।

  • ଅନେକଙ୍କର ଧାରଣା ଯେ ଅଧିକ ସମୟ ବ୍ୟାୟାମ କଲେ ଶୀଘ୍ର ଓଜନ ହ୍ରାସ ପାଇଥାଏ। ସେଭଳି ଚିନ୍ତାଧାରା ସମ୍ପୂର୍ଣ୍ଣ ଭୁଲ୍। ଖାଦ୍ୟପାନୀୟ ଠିକ୍ ରଖି ଯଦି ଜଣେ ୧୦-୧୫ ମିନିଟ୍ ମଧ୍ୟ କସରତ କରିବ, ସେହି ବ୍ୟକ୍ତିର ଓଜନ ନିୟନ୍ତ୍ରଣରେ ରହିବ। ୧୦ ମିନିଟ୍ ଦୌଡ଼ି କିମ୍ବା ସ୍କିପିଂ କରିପାରିବେ। ନିଜ ଶରୀର କ୍ଷମତାକୁ ଦୃଷ୍ଟିରେ ରଖି ହିଁ ପଦକ୍ଷେପ ନିଅନ୍ତୁ। ନଚେତ୍ ଏ ବାବଦରେ ବିଶେଷଜ୍ଞଙ୍କ ପରାମର୍ଶ ନେଇପାରିବେ।
  •  କେତେକ ବର୍ଗର ଲୋକ ଦୈନିକ ୪୫ ମିନିଟ୍ ବ୍ୟାୟାମ କରିବା ପରେ ମଧ୍ୟ ସେମାନଙ୍କ ଓଜନ ହ୍ରାସ ପାଇନଥାଏ। କାରଣ ହେଉଛି ସେମାନଙ୍କ ଭୋଜନର ପରିମାଣ। ଏହି ବର୍ଗର ଲୋକେ ପ୍ରଶିକ୍ଷକଙ୍କ ନିର୍ଦେଶରେ କସରତ କରିଲେ ଲାଭ ମିଳେ।
  •  ଘଣ୍ଟାଘଣ୍ଟା ଧରି ବ୍ୟାୟାମ କଲେ ମଧ୍ୟ ଶରୀର ଦୁର୍ବଳ ହୋଇଯାଏ। ବିଶେଷଜ୍ଞଙ୍କ ମତରେ କସରତ କରିବା ପରେ ଝାଳ ବାହାରୁଥିଲେ ଆପଣଙ୍କ ପରିଶ୍ରମ ସାର୍ଥକ ବୋଲି ଜାଣିପାରିବେ।
  •  ଅଧିକ ସମୟ ପରିବର୍ତ୍ତେ ବରଂ ୧୦-୨୦ମିନିଟ୍ ମଧ୍ୟରେ ବ୍ୟାୟାମ କରନ୍ତୁ। ନିୟମିତ ଏଇ ଅଭ୍ୟାସ ପାଳନ କରିବା ପରେ ଆପଣଙ୍କୁ ଫୂର୍ତ୍ତି ଲାଗିବା ସହ ଶରୀରର ଓଜନ ମଧ୍ୟ ବଢ଼େନାହିଁ।

Hot this week

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

Related Articles

Popular Categories