www.samajalive.in
Monday, December 8, 2025
13.1 C
Bhubaneswar

ଆମେରିକା ରାଷ୍ଟ୍ରପତି ନିର୍ବାଚନ : ବିଜୟ ଦ୍ବାରରେ ବାଇଡେନ

ୱାଶିଂଟନ(ଡିସି) : ଭାରତୀୟ ସମୟ ଗୁରୁବାର ସଂଧ୍ୟା ୫ଟା ୪୫ରେ ପୁନର୍ବାର ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଗଣନା ଆରମ୍ଭ ହୋଇଛି। ଆଲାସ୍କା, ଆରିଜୋନା, ପେନସିଲଭାନିଆ, ନାଭେଡ଼ା, ଜର୍ଜିଆ ଓ ନର୍ଥ କାରୋଲିନାରେ ଏ ପର୍ଯ୍ୟନ୍ତ ଭୋଟ ଗଣତି ଶେଷ ହୋଇ ନାହିଁ। ମଧ୍ୟରାତ୍ର ସୁଦ୍ଧା ପ୍ରାପ୍ତ ଖବର ଅନୁଯାୟୀ ଆଲାସ୍କା, ଜର୍ଜିଆ, ନର୍ଥ କାରୋଲିନା ଓ ପେନସିଲଭାନିଆରେ ରିପବ୍ଲିକାନ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଆଗୁଆ ଥିବାବେଳେ ଆରିଜୋନା ଓ ନାଭେଡ଼ାରେ ଡେମୋକ୍ରାଟିକ୍‌ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥ ଜୋ ବାଇଡେନ ଆଗୁଆ ଅଛନ୍ତି। ବାଇଡେନଙ୍କୁ ଏ ପର୍ଯ୍ୟନ୍ତ ୨୬୪ ଇଲେକ୍ଟର୍ସ(ସାଂସଦ)ଙ୍କ ମତ ମିଳିଛି। ବହୁମତ ପାଇଁ ଆଉ ୬ଟି ଇଲେକ୍ଟର୍ସ ଆବଶ୍ୟକତା ଥିବାବେଳେ ନାଭେଡା​‌ରେ ତାଙ୍କୁ ଏତିକି ସଂଖ୍ୟକ ଇଲେକ୍ଟର୍ସ ମିଳିପାରେ । ଏଣୁ ମ୍ୟାଜିକ୍‌ ସଂଖ୍ୟା ୨୭୦ ଇଲେକ୍ଟର୍ସଙ୍କ ସମର୍ଥନ ପାଇ ବାଇଡେନ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇ ପାରନ୍ତି ।

ଅନ୍ୟପକ୍ଷରେ ବିରୋଧୀ ରିପବ୍ଲିକାନ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଟ୍ରମ୍ପଙ୍କୁ ୨୧୪ ଇଲେକ୍ଟର୍ସଙ୍କ ମତ ମିଳିଛି । ଆଲାସ୍କା, ଜର୍ଜିଆ, ନର୍ଥ କାରୋଲିନା ଓ ପେନସିଲଭାନିଆରେ ଟ୍ରମ୍ପ ଆଗୁଆ ଥିଲେ ​‌ହେଁ ବହୁମତ ହାସଲ କରିବା ତାଙ୍କ ପକ୍ଷେ କଷ୍ଟକର। କାରଣ ଫଳାଫଳ ପ୍ରକାଶ ପାଇ ନଥିବା ଉପରୋକ୍ତ ରାଜ୍ୟର ମୋଟ ଇଲେକ୍ଟର୍ସଙ୍କ ସଂଖ୍ୟା ୫୪ । ଯଦି ଏହି ସବୁ ରାଜ୍ୟର ସମସ୍ତ ୫୪ ଇଲେକ୍ଟର୍ସ ଟ୍ରମ୍ପଙ୍କୁ ମିଳିଯାଏ ତେବେ ସେ ସମୁଦାୟ ୨୬୮ଟି ମତ ପାଇବେ; ଯାହାକି ବହୁମତ ୨୭୦ ଠାରୁ ଆହୁରି ୨ କମ୍‌ । ସମୁଦାୟ ୫୩୮ ଇଲେକ୍ଟର୍ସଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ବାଇଡେନ ୨୬୪ ଓ ଟ୍ରମ୍ପ ୨୧୪ଙ୍କ ସମର୍ଥନ ପାଇଛନ୍ତି। ଆଲାସ୍କା, ଆରିଜୋନା, ପେନସିଲଭାନିଆ, ନାଭେଡ଼ା, ଜର୍ଜିଆ ଓ ନର୍ଥ କାରୋଲିନାର ପ୍ରାୟ ୬୦ଟି ଇଲେକ୍ଟର୍ସଙ୍କ ପାଇଁ ମତଗଣନା ଜାରି ରହିଛି। ଏଥିରୁ ବାଇଡେନ ୬ ଓ ଟ୍ରମ୍ପଙ୍କୁ ୫୪ ଇଲେକ୍ଟର୍ସଙ୍କ ସମର୍ଥନ ମିଳିପାରେ ।

- Advertisement -

ବାଇଡେନଙ୍କୁ ୭୧,୭୨୯,୩୫୪ (୫୦.୫%) ଓ ଟ୍ରମ୍ପଙ୍କୁ ୬୮,୧୦୭, ୩୯୭(୪୭.୯%) ଭୋଟ ମିଳିଛି। ପୋଷ୍ଟାଲ ଓ ଇ-ମେଲ ବାଲାଟ ଯୋଗୁଁ ଚଳିତ ଥର ନିର୍ବାଚନ ଫଳାଫଳ ପ୍ରକାଶ ପାଇବାରେ ବିଳମ୍ବ ଘଟିଥିବା କୁହାଯାଉଛି। ସରକାରୀ ଭାବେ ଆସନ୍ତା ୧୧ ତାରିଖରେ ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପାଇବ । ସେହିପରି ଆସନ୍ତା ବର୍ଷ ଜାନୁଆରୀ ୧୧ରେ ଇଲେକ୍ଟର୍ସମାନେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କୁ ନିର୍ବାଚିତ କରିବେ। ସେହିବର୍ଷ ଜାନୁଆରୀ ୨୦ରେ ଆମେରିକାର ନୂତନ ରାଷ୍ଟ୍ରପତି ଶପଥ ଗ୍ରହଣ କରିବେ।
ଜର୍ଜିଆ, ମିସିଗାନ ଓ ପେନସିଲଭାନିଆ​‌​‌ରେ ଭୋଟ ଗଣତିକୁ ନେଇ ଟ୍ରମ୍ପ ନ୍ୟାୟାଳୟର ଦ୍ବାରସ୍ଥ ହେବେ ବୋଲି କହିଛନ୍ତି। ମତଦାନ କରାଯିବାର ନିର୍ଦ୍ଧାରିତ ସମୟ ପରେ ଉପରୋକ୍ତ ରାଜ୍ୟରେ ଭୋଟ ଗ୍ରହଣ କରାଯାଇଥିବା ସେ ଅଭିଯୋଗ କରିଛନ୍ତି । ଏହିସବୁ ରାଜ୍ୟରେ ପୁନର୍ବାର ମତଗଣନା ପାଇଁ ଟ୍ରମ୍ପ ଦାବି କରିଛନ୍ତି। ନିର୍ବାଚନ ଫଳାଫଳ ଜଣାପଡ଼ିବା ପରେ ଟ୍ରମ୍ପଙ୍କ ସମର୍ଥକ ରାସ୍ତାକୁ ଓହ୍ଲାଇଛନ୍ତି। ରାଜନୈତିକ ତଥା ବର୍ଣ୍ଣ ବି​‌ଦ୍ଵେଶ ହିଂସାକୁ ଦୃଷ୍ଟିରେ ରଖି ଆମେରିକାର ବିଭିନ୍ନ ଉତ୍ତେଜନା ବହୁଳ ସ୍ଥାନରେ ବ୍ୟାପକ ସୁରକ୍ଷା କର୍ମୀ ନିୟୋଜିତ କରାଯାଇଛି । ସେହିପରି ଆମେରିକା ରାଷ୍ଟ୍ରପତିଙ୍କ ବାସଭବନ ‘ହ୍ବାଇଟ୍‌ ହାଉସ୍‌’କୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି।

Hot this week

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

Related Articles

Popular Categories