www.samajalive.in
Friday, December 12, 2025
14.1 C
Bhubaneswar

ନବନିଯୁକ୍ତ ଭୁବନେଶ୍ୱର ଜିଲା କଂଗ୍ରେସ ସଭାପତିଙ୍କ ଦାୟିତ୍ୱ ଗ୍ରହଣ

ଭୁବନେଶ୍ୱର : ଆଜି ଭୁବନେଶ୍ୱର ଜିଲା କଂଗ୍ରେସର ନବନିଯୁକ୍ତ ସଭାପତି ବିଶ୍ୱଜିତ ଦାଶ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ଅବସରରେ ଭୁବନେଶ୍ୱର ଜିଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଏକ ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଜଟଣୀ ବିଧାୟକ  ସୁରେଶ କୁମାର ରାଉତରାୟ, ରାଜ୍ୟ ମହିଳା କଂଗ୍ରେସ କାର୍ଯ୍ୟକାରୀ ସଭାପତି ବନ୍ଦିତା ପରିଡ଼ା ସମେତ ଭୁବନେଶ୍ୱର ଜିଲା କଂଗ୍ରେସର ଛାତ୍ର, ଯୁବ, ମହିଳା ଏବଂ ବିଭିନ୍ନ ପ୍ରକୋଷ୍ଠର ନେତୃବୃନ୍ଦ ଓ କର୍ମୀମାନେ ପୁଷ୍ପଗୁଚ୍ଛ ଓ ଉତରୀୟ ଦେଇ ବିଶ୍ୱଜିତ ଦାଶଙ୍କୁ ସ୍ୱାଗତ ଜଣାଇଥିଲେ । ଏହି ଅବସରରେ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ବିଶ୍ୱଜିତ ଦାଶଙ୍କୁ ସ୍ୱାଗତ କରି ଆସନ୍ତା ଦିନରେ ଜିଲା କଂଗ୍ରେସକୁ ଲୋକାଭିମୁଖି, ଲୋକାଦୃତ କରାଯାଇ ପାରିବ ସେଥିପାଇଁ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଓ ନିଦ୍ଦେର୍ଶ ଦେଇଥିଲେ ।

ଆସନ୍ତା ଏକମାସ ଭିତରେ ଭୁବନେଶ୍ୱର ଜିଲାର ପ୍ରତ୍ୟେକ ୱାଡ଼କୁ ଗ୍ରସ୍ତକରି କଂଗ୍ରେସ ଲୋକମାନଙ୍କୁ ଭେଟିବା ଏବଂ ସେ ୱାର୍ଡ଼ର ଲୋକମାନଙ୍କ ସମସ୍ୟା ଏବଂ ସମାଧାନ କରିବାପାଇଁ ନିଷ୍ପତିମୂଳକ କାର୍ଯ୍ୟକ୍ରମ ହାତକୁ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ଭୁବନେଶ୍ୱର ଜିଲା କଂଗ୍ରେସକୁ ପ୍ରତ୍ୟେକ ଅଂଚଳକୁ ପଦଯାତ୍ରା କରିବା ଏବଂ ଅଂଚଳବାସୀଙ୍କ ସହିତ ସୁସମ୍ପର୍କ ସ୍ଥାପନ କରିବା ପାଇଁ ଗୁରୁତ୍ୱାରୋପ କରିଥିଲେ । ତତ୍‌ସହିତ ପ୍ରତ୍ୟେକ କଂଗ୍ରେସ କର୍ମୀ ଏବଂ ଜିଲା କଂଗ୍ରେସ ନେତୃବୃନ୍ଦ ଅହରହ ପରିଶ୍ରମ କରିବାପାଇଁ ଉପଦେଶ ଦେଇଥିଲେ । ନବନିଯୁକ୍ତ ସଭାପତି ବିଶ୍ୱଜିତ ଦାଶ ତାଙ୍କ ବକ୍ତବ୍ୟରେ ଅଖିଳ ଭାରତ କଂଗ୍ରେସ କମିଟି ଅଧ୍ୟକ୍ଷା  ସୋନିଆ ଗାନ୍ଧୀ, ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ଓଡ଼ିଶା ପ୍ରଭାରୀ  କେ ଚେଲ୍ଲାକୁମାର ଜୀ ଏବଂ ପିସିସି ସଭାପତି  ନିରଞ୍ଜନ ପଟ୍ଟନାୟକ ତାଙ୍କୁ ଯେଉଁ ଗୁରୁଦାୟିତ୍ୱ ପ୍ରଦାନ କରିଛନ୍ତି ସେଥିପାଇଁ ସେ ତାଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହିତ ଜିଲା କଂଗ୍ରେସକୁ ସଶକ୍ତ କରିବାପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ ।

- Advertisement -

ଆସନ୍ତା ଦିନରେ ଜିଲ୍ଲା କଂଗ୍ରେସ ପ୍ରତ୍ୟେକ ବର୍ଗଙ୍କୁ ସାଙ୍ଗରେ ନେଇ ଚାଲିବ ଏବଂ ନଭେମ୍ବର ମାସ ଦ୍ୱିତୀୟ ସପ୍ତାହରୁ ସାରା ଭୁବନେଶ୍ୱରର ପ୍ରତ୍ୟେକ ୱାର୍ଡ଼ ପରିକ୍ରମା କରିବା ସହିତ ଜନସାଧାରଣଙ୍କ ସମସ୍ୟା ସହିତ ଜଡ଼ିତ ରହି ତାର ସମାଧାନ କରିବା ପାଇଁ ସମସ୍ତ ପ୍ରୟାସ କରିବେ । ରାଜ୍ୟ ଏବଂ କେନ୍ଦ୍ରରେ ଏକ ଜନମାରଣ ସରକାର ବିରୁଦ୍ଧରେ ପ୍ରତ୍ୟେକ ସ୍ତରରେ ଜନଆନ୍ଦୋଳନ କରାଯିବ ଏବଂ ଲୋକମାନଙ୍କୁ ସଚେତନ କରାଯିବ । ଆବଶ୍ୟକତା ପଡ଼ିଲେ ଆଗାମି ଦିନରେ ଆଉ ଏକ ଅସହଯୋଗ ଆନ୍ଦୋଳନ କରିବାକୁ ଭୁବନେଶ୍ୱର ଜିଲା କଂଗ୍ରେସ ପଛାଇବ ନାହିଁ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ । ଆଜିର କାର୍ୟ୍ୟକ୍ରମକୁ କୋଭିଡ-୧୯ ଗାଇଡ ଲାଇନ ଅନୁସାରେ ପାଳନ କରାଯାଇଥିଲା ।

Hot this week

ଜାନୁଆରୀ ୩୧ ରୁ ଓସିଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା

କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ପରିଚାଳିତ ଓଡ଼ିଶା...

ସଜାଡ଼ିବାକୁ ଉଦ୍ୟମ : ମୋକିମ୍‌

କଟକ : ବାରବାଟୀ କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ...

ଓଡ଼ିଶା ହେବ ଜବରଦଖଲମୁକ୍ତ

ଭୁବନେଶ୍ବର: ଓଡ଼ିଶାକୁ ଜବରଦଖଲମୁକ୍ତ କରିବାକୁ ରାଜସ୍ବ ବିଭାଗ ଅଣ୍ଟା ଭିଡ଼ିଛି। ବିଭାଗସ୍ତରରେ...

୬ ରାଜ୍ୟରେ ଏସ୍‌ଆଇଆର୍‌ ସମୟସୀମା ବୃଦ୍ଧି

ନୂଆଦିଲ୍ଲୀ: ନିର୍ବାଚନ କମିଶନ (ଇସି)ଙ୍କ ତରଫରୁ ଗୁରୁବାର ପାଞ୍ଚ ରାଜ୍ୟ ଓ...

କଂଗ୍ରେସ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅପେକ୍ଷା

ଭୁବନେଶ୍ବର : ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ ନେଇ ରାଜ୍ୟ...

Related Articles

Popular Categories