www.samajalive.in
Saturday, December 13, 2025
18.1 C
Bhubaneswar

ମହାତ୍ମା ଗାନ୍ଧୀ ନରେଗା ଯୋଜନାରେ ସୁନ୍ଦରଗଡ଼ ଜିଲାର ଅଣକୁଶଳୀ ଶ୍ରମିକଙ୍କୁ ଏଣିକି ମିଳିବ ଦୈନିକ ଅଧିକ ୯୬.୪୦ ଟଙ୍କା ମଜୁରି

ସୁନ୍ଦରଗଡ଼ : ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ବା ନରେଗା ଯୋଜନାରେ ଜିଲ୍ଲାର ଅଣକୁଶଳୀ ଶ୍ରମିକଙ୍କୁ ଏଣିକି ଦୈନିକ ୩୦୩ ଟଙ୍କା ୪୦ ପଇସା ହାରରେ ମଜୁରି ମିଳିବ। ଆଗରୁ ଦୈନିକ ମଜୁରି ୨୦୭ ଟଙ୍କା ରହିଥିଲା। ଏବେ ଦୈନିକ ଅଧିକ ୯୬ ଟଙ୍କା ୪୦ ପଇସା ମଜୁରି ପ୍ରଦାନ କରାଯିବ। ଏହି ଅତିରିକ୍ତ ଅର୍ଥ ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମଏଫ) ପାଣ୍ଠିରୁ ପ୍ରଦାନ କରାଯିବ।

କୋଭିଡ୍ ମହାମାରୀ ପରିସ୍ଥିତିରେ ଜିଲ୍ଲାର ଶ୍ରମିକ ଏବଂ ସାଧାରଣ ବର୍ଗର ଲୋକଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆଣିବା ପାଇଁ ନରେଗା ଯୋଜନାରେ ଅଧିକ କର୍ମ ନିଯୁକ୍ତି ଲାଗି ଜିଲ୍ଲା ପ୍ରଶାସନ ଉଦ୍ୟମ କରି ଆସୁଛି। ଜିଲ୍ଲାର ଗ୍ରାମାଞ୍ଚଳ ଶ୍ରମିକମାନଙ୍କ ମଜୁରି ବୃଦ୍ଧି କରିବା ପାଇଁ ଜିଲ୍ଲା ପ୍ରଶାସନ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗକୁ ପ୍ରସ୍ତାବ ଦେଇଥିଲେ। ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ବିଭାଗ କେନ୍ଦ୍ରକୁ ସୁପାରିଶ କରିଥିଲା। କେନ୍ଦ୍ର ସରକାରଙ୍କ ଅନୁମତି ମିଳିବା ଫଳରେ ଏବେ ଜିଲ୍ଲାର ନରେଗା ହିତାଧିକାରୀମାନେ ଦୈନିକ ଅତିରିକ୍ତ ୯୬ ଟଙ୍କା ୪୦ ପଇସା ମଜୁରି ପାଇବେ।

- Advertisement -

୨୦୨୦-୨୧ ଆର୍ଥିକ ବର୍ଷରେ ନରେଗା ଅଧୀନରେ ୧ କୋଟି ୪୩ ଲକ୍ଷ ୧୬ ହଜାର ୩୧୬ଟି ଶ୍ରମ ଦିବସ ପାଇଁ ଲକ୍ଷ୍ୟ ଧାର୍ୟ୍ୟ କରାଯାଇଥିଲା। ୨୮ ଅକ୍ଟୋବର ସୁଦ୍ଧା ୮୩ ଲକ୍ଷ ୮୨ ହଜାର ୭୩୩ ଶ୍ରମ ଦିବସ ସୃଷ୍ଟି ହୋଇପାରିଛି। ତେଣୁ ବଳକା ୫୯ ଲକ୍ଷ ୩୩ ହଜାର ୫୮୩ଟି ଶ୍ରମ ଦିବସ ହାସଲ କରିବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି। ଏ ବାବଦରେ ବର୍ଦ୍ଧିତ ମଜୁରି ଲାଗି ଡିଏମଏଫ ପାଣ୍ଠିରୁ ୫୭ କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯିବ। ଏହି ମଜୁରି ବୃଦ୍ଧି ଅକ୍ଟୋବର ୨୯ ତାରିଖରୁ ସୁନ୍ଦରଗଡ଼ ଜିଲ୍ଲାରେ ଲାଗୁ କରାଯିବ।

ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବାସ ଫେରନ୍ତା ବ୍ୟକ୍ତି ଏବଂ ଗ୍ରାମାଞ୍ଚଳର ଶ୍ରମିକମାନଙ୍କ ହାତରେ ଯଥେଷ୍ଟ କାମ ଯୋଗାଇବା ପାଇଁ ପ୍ରଶାସନ ଉଦ୍ୟମ କରୁଛି। ତା’ସାଙ୍ଗକୁ ଠିକଣା ସମୟରେ ସେମାନେ ଯେପରି ମଜୁରି ବାବଦ ଅର୍ଥ ପାଇ ପାରିବେ ସେ ଦିଗରେ ମଧ୍ୟ ଧ୍ୟାନ ଦିଆଯାଉଛି। ନରେଗା ଯୋଜନାରେ ଆଗ୍ରହୀ ସମସ୍ତ ପରିବାର ହାତରେ କାମ ଯୋଗାଇ ଦେବା ପ୍ରଶାସନର ଲକ୍ଷ୍ୟ ବୋଲି ଜିଲ୍ଲାପାଳ ଶ୍ରୀଯୁକ୍ତ ନିଖିଲ ପବନ କଲ୍ୟାଣ କହିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories