www.samajalive.in
Sunday, December 14, 2025
14.1 C
Bhubaneswar

କରୋନା ଯୋଗୁଁ ପ୍ରଭାବିତ କୌଳିକ ପରିବାର; ଦୀପାବଳିରେ ବିକ୍ରି ହୋଇପାରିଲାନି କୁମ୍ଭାରଙ୍କ ହାତ ତିଆରି ଦୀପ

ନବରଙ୍ଗପୁର : ଚଳିତ ବର୍ଷ ମହାମାରୀ କରୋନା ଯୋଗୁଁ ଅନେକଙ୍କ ଜୀବନ ଜୀବିକା ଉପରେ ପ୍ରଭାବ ପଡ଼ିଥିବା ବେଳେ ଏଥିରେ ଅଧିକାଂଶ ପ୍ରଭାବିତ ହୋଇଛନ୍ତି କୌଳିକ ବୃତ୍ତି କରି ବଞ୍ଚୁଥିବା ପରିବାର । କରୋନା ଯୋଗୁଁ ହାଟ ବଜାର, ଯାନୀ ଯାତ୍ରା ଆଦି ଏକ ପ୍ରକାର ବନ୍ଦ ହୋଇଯିବା ଯୋଗୁଁ ଏମାନଙ୍କ ଏକପ୍ରକାର ଦୁନିଆରେ ଚଳିବା କଷ୍ଟକର ହୋଇପଡ଼ିଅଛି । ଏପରି ଏକ ଗାଁ ଅଛି ଯେଉଁ ଗ୍ରାମର ଅଧିକାଂଶ ପରିବାର କୌଳିକ ବୃତ୍ତି କରି ଜୀବନ ଜୀବିକା ଚଳାଇଥାନ୍ତି । ସେହି ଗ୍ରାମଟି ହେଉଛି ତଣ୍ଡାଗୁଡ଼ା, ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ର ତଣ୍ଡାଗୁଡ଼ା ଗ୍ରାମ ରେ ୧୫୦ ରୁ ଉର୍ଦ୍ଧ୍ବ ପରିବାର ବହୁବର୍ଷ ପୂର୍ବରୁ କୁମ୍ଭାର କାମ କରି ଜୀବିକା ନିର୍ବାହ କରି ଆସୁଛନ୍ତି । ଏଠାର ମାଟି ତିଆରି ମାଟି ହାଣ୍ଡି, କଳସ, ଦୀପ, ଖେଳନା ଆଦି ସାରା ରାଜ୍ୟରେ ପରିଚୟ ସୃଷ୍ଟି କରିଥିବା ବେଳେ, ପୂର୍ବରୁ ପରମ୍ପରା ଅନୁଯାଇ କୌଣସି ବାହାଘର, ଯାନୀ ଯାତ୍ରା ଏବଂ ଯେ କୌଣସି ପର୍ବରେ ମାଟି ତିଆରି ପାତ୍ର ର ଚାହିଦା ଅଧିକ ଆବଶ୍ୟକ ପଡିଥାଏ। ସେଥିପାଇଁ ପୋଡେଶୀ ରାଜ୍ୟ  ଛତିଶଗଡ, ଆନ୍ଧ୍ରା, ମଧ୍ୟପ୍ରଦେଶ ଆଦି ରାଜ୍ୟରୁ ଲୋକେ ଏଠାକୁ ଆସି ମାଟି ତିଆରି ଜିନିଷ କିଣି ନେଇଥାନ୍ତି । ଏହି ଗ୍ରାମକୁ ବିଭିନ୍ନ ସମୟରେ ସରକାରଙ୍କ ପକ୍ଷରୁ ପ୍ରୋତ୍ସାହନ ଯୋଗାଇ ଏମାନଙ୍କୁ ସ୍ୱାବଲମ୍ବୀ ହେବାପାଇଁ ସମସ୍ତ ପ୍ରକାର ଆର୍ଥିକ ସାହାଯ୍ୟ ମଧ୍ୟ ଯୋଗାଇ ରାଜ୍ୟ ଏବଂ ରାଜ୍ୟ ବାହାରକୁ ଏଠିକାର ହାତ ତିଆରି ମାଟି ଜିନିଷ କୁ ବିଭିନ୍ନ ପ୍ରଦର୍ଶନୀ ରେ ଭାଗ ନେବାକୁ ସୁଯୋଗ ମିଳିଅଛି । ସବୁ ବର୍ଷ ଦୀପାବଳିରେ ଏମାନଙ୍କର ହାତ ତିଆରି ଜିନିଷର ଚାହିଦା ଅଧିକା ଥିବାବେଳେ ଚଳିତ ବର୍ଷ ମଧ୍ୟ ଏହି ପରିବାର ଦୀପାବଳିକୁ ଆଖି ଆଗରେ ରଖି ପ୍ରଚୁର ପରିମାଣରେ ମାଟିଦ୍ଵୀପ, କଳସ ଆଦି ତିଆରି କରି ବିକ୍ରି କରିବାକୁ ଆଶାବାନ୍ଧି ଥିବା ବେଳେ କରୋନା କଟକଣା ଏମାନଙ୍କ ଆଶା ଓ ସ୍ବପ୍ନକୁ ଚୁରମାର କରିଦେଇଥିବା କହିଛନ୍ତି। ସେମାନଙ୍କ କହିବା ଅନୁଯାଇ ପ୍ରତିବର୍ଷ ଦୀପାବଳି ରେ ଗୋଟିଏ ଗୋଟିଏ ପରିବାର ୨୦ ରୁ ୩୦ ହଜାର ଟଙ୍କାର ମାଟି ପାତ୍ର ବିକ୍ରି କରୁଥିବା ବେଳେ ଚଳିତ ବର୍ଷ ଏଥିରୁ ୨୦ ଭାଗ ମଧ୍ୟ ବିକ୍ରି ହୋଇନଥିବା କୌଳିକ ପରିବାରର ଦୁର୍ଗା କୁମ୍ଭାର, ସମକ୍ଷରୁ କୁମ୍ଭାର, ଡମ୍ବରୁ କୁମ୍ଭାର, ଧନାଇ କୁମ୍ଭାର ଏବଂ ଡାଇଭର କୁମ୍ଭାର ପ୍ରମୁଖ କହିଛନ୍ତି । କରୋନା ଯୋଗୁଁ ଚଳିତ ବର୍ଷ ଏମାନଙ୍କ ସାମଗ୍ରୀ ବିକ୍ରି ନହୋଇ ରହିଯାଇଥିବା ଯୋଗୁଁ କ୍ଷତି ସହିବା ସହ ଜୀବନ ଜୀବିକା ଉପରେ ପ୍ରଭାବ ପଡ଼ିଅଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

Hot this week

ଭାରତ ଉପରେ ୫୦% ବାଣିଜ୍ୟିକ ଶୁଳ୍କକୁ ବିରୋଧ

ଶୁଳ୍କ ପ୍ରତ୍ୟାହାର ପ୍ରସ୍ତାବ ଆଣିଲେ ୩ ସିନେଟର ୱାଶିଂଟନ : ଆମେରିକା ରାଷ୍ଟ୍ରପତି...

ପଶ୍ଚିମବଙ୍ଗରେ ଏସଆଇଆର ପ୍ରଭାବ

ମମତାଙ୍କ ନିର୍ବାଚନମଣ୍ଡଳୀରେ ବାଦ ପଡିଛନ୍ତି ୪୪ ହଜାର ଭୋଟର କଲକାତା : ନିର୍ବାଚନ...

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

Related Articles

Popular Categories