www.samajalive.in
Saturday, December 13, 2025
26.1 C
Bhubaneswar

କଟକଣା ନ ହଟିବା ଯାଏଁ ହେବନି ଲୋକଉତ୍ସବ: ବଲାଙ୍ଗିର କଳାକାର ଝୁରୁଛନ୍ତି କୋଶଲ କଳାମଣ୍ଡଳ

ବଲାଙ୍ଗିର :ଧୀରେ ଧୀରେ ଶୀତ ମାଡି ଆସିଲାଣି। ସନ୍ଧ୍ୟା ୫ଟା ହେଲେ ଥଣ୍ଡା ଅନୁଭବ ହେଉଛି। ଠିକ ଏହି ସମୟରେ ଲୋକ ଉତ୍ସବର ଆୟୋଜନର ପ୍ରସ୍ତୁତି ପାଇଁ ବୈଠକୀ ଆରମ୍ଭ ହୋଇଯାଏ। ବର୍ଷ ତମାମ କଳାକାରମାନେ ଏଠି କିପରି ତାଙ୍କ କଳାକୁ ପ୍ରଦର୍ଶନ କରିବେ ସେ ନେଇ ସୁଯୋଗ ଅପେକ୍ଷାରେ ଥାନ୍ତି।

ବଲାଙ୍ଗିର ଜିଲାରେ କଳା କଳାକାରଙ୍କ ହୃଦୟସ୍ଥଳୀ କହିଲେ କୋଶଲ କଳାମଣ୍ଡଳ ପଡିଆକୁ ବୁଝାଏ। ହେଲେ ଏଥର ସବୁ ଗୋଳମାଳିଆ ହୋଇଛି। କୋଭିଡ-୧୯ କଟକଣା ଯୋଗୁଁ ଆୟୋଜନର ବାଟ ଫିଟିନି। ଫଳରେ କୋଶଲ କଳାମଣ୍ଡଳ ପଡିଆକୁ କଳାକାରମାନେ ବେଶ ଝୁରୁଛନ୍ତି। ଏହା ଏକ ସାଧାରଣ ପଡିଆ ନୁହେଁ, ବରଂ କଳା ଓ କଳାକାରଙ୍କୁ ଏକତା ସୂତ୍ରରେ ବାନ୍ଧି ରଖୁଥିବା ଏକ ପବିତ୍ର ଭୂମି। ଲୋକଉତ୍ସବରେ ହଜାର ହଜାର ସଂଖ୍ୟାରେ ଲୋକଙ୍କ ଭିଡ ହେଉଥିବା ବେଳେ ଏଭଳି ସ୍ଥିତି ଆୟୋଜନ ଆଦୌ ସମ୍ଭବ ନୁହେଁ।

- Advertisement -

ଏ ନେଇ ଭାରପ୍ରାପ୍ତ ଜିଲା ସଂସ୍କୃତି ଅଧିକାରୀ ବିଜୟ କୁମାର ଶତପଥୀ ତାଙ୍କ ପ୍ରତିକ୍ରିୟାରେ ଜନସାଧାରଣଙ୍କ ଜୀବନ ସୁରକ୍ଷା ଆମ ପାଇଁ ସବୁଠୁ ବଡ ଚ୍ୟାଲେଞ୍ଜ। ଯେଉଁ ଭଳି ପରିସ୍ଥିତି ରହିଛି ଏହା ବର୍ତ୍ତମାନ ସମୟରେ ଆୟୋଜନର ସମୟ ନୁହେଁ। ଆମକୁ ସରକାର ତଥା ଅନ୍ୟ ସୂତ୍ରରୁ ସେଭଳି କିଛି ନିର୍ଦ୍ଦେଶ ମଧ୍ୟ ଆସି ନାହିଁ। ତେଣୁ କୋଭିଡ କଟକଣା ନହଟିବା ଯାଏଁ କୌଣସି ପ୍ରକାର ଲୋକ ଉତ୍ସବ ପାଇଁ ପଦକ୍ଷେପ ନିଆଯିବା ସମ୍ଭବ ନୁହେଁ ବୋଲି କହିଛନ୍ତି।

ଅନ୍ୟପକ୍ଷରେ ଚଳିତ ମାସ ୧୦ ତାରିଖରୁ ୩୦ ତାରିଖ ଯାଏଁ ସରକାର ନିଷେଧାଦେଶ ଜାରି କରିଛନ୍ତି। ବାଣ ବିକ୍ରି କରିବା ଓ ଫୁଟାଇବା ମଧ୍ୟ ସମ୍ପୁର୍ଣ୍ଣ ଭାବେ ନିଷିଦ୍ଧ। ଚଳିତ ଶୀତ ଋତୁରେ କୋଭିଡ ସଂକ୍ରମଣ ବୃଦ୍ଧି ପାଇବା ନେଇ ବିଶେଷଜ୍ଞମାନେ ସ୍ପଷ୍ଟ କରିଥିବା ବେଳେ ବାୟୁ ପ୍ରଦୂଷଣ ପ୍ରାଦୁର୍ଭାବରେ ମୃତ୍ୟୁ ସଂଖ୍ୟା ବଢିବ ବୋଲି ଚେତାଇ ଦେଇଛନ୍ତି। ତେଣୁ ଏଥର ବାଣ ନଫୁଟାଇବା ପାଇଁ ବିଭିନ୍ନ ସାମାଜିକ ସଙ୍ଗଠନ, ସଚେତନ ନାଗରିକ ଜନସଚେତନତା ସୃଷ୍ଟି ଆରମ୍ଭ କରି ଦେଇଥିବା ବେଳେ କଳାକାରମାନେ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। ଏଭଳି ବିପଦ ସମୟରେ ଆଗ ଜୀବନ, ପରବର୍ତ୍ତୀ ସମୟରେ ଅନେକ କାର୍ଯ୍ୟକ୍ରମ ଆୟୋଜନ କରାଯାଇପାରେ। ତେଣୁ କଳାକାରମାନେ ମଧ୍ୟ ବିପଦକୁ ନଡାକିବା ପାଇଁ ଆହ୍ୱାନ ଦେଇଛନ୍ତି।

 

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories