www.samajalive.in
Sunday, December 14, 2025
26.1 C
Bhubaneswar

ବଲାଙ୍ଗିରର ବହୁ ଚର୍ଚ୍ଚିତ ଧାନ କିଣା ଦୁର୍ନୀତି ଘଟଣା : ପୁନଃ ଯାଞ୍ଚ ପାଇଁ ସିଏସ୍ଓଙ୍କ ଦ୍ୱାରସ୍ଥ ଅବସରପ୍ରାପ୍ତ କର୍ମଚାରୀ

ବଲାଙ୍ଗିର : ପୁଣି ଚର୍ଚ୍ଚାରେ ବଲାଙ୍ଗିର ଜିଲାର ବହୁ ଚର୍ଚ୍ଚିତ ଧାନକିଣା ଦୁର୍ନୀତି । ୨୦୦୪-୦୫ ମସିହାରେ ହୋଇଥିବା ଏହି ଦୁର୍ନୀତିକୁ ଯୋଗାଣ ବିଭାଗ ସଂପୂର୍ଣ୍ଣ ଭାବେ ଚାପି ଦେଇଥିବା ବେଳେ ପୁଣି ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହିକ୍ରମରେ ଗୁରୁବାର ତତ୍କାଳୀନ ବଲାଙ୍ଗିର ଜିଲା ଯୋଗାଣ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ସହକାରୀ ପରିଚାଳକ(ଆକାଉଣ୍ଟ) ହାଜର ହୋଇଥିଲେ। ସେହି ସମୟରେ ହୋଇଥିବା ଏହି ବଡଧରଣର ଦୁର୍ନୀତିକୁ ସମସ୍ତେ ମିଶି ଚାପି ଦେଇଥିବା ବେଳେ ବଲାଙ୍ଗିରର ସୂଚନା ଅଧିକାର କର୍ମୀ ନୀଳମଣି ଜୋଷୀ ଏହାର ଏକ ତଦନ୍ତ ପାଇଁ ସମସ୍ତ କାଗଜପତ୍ର ସହ ମୁଖ୍ୟମନ୍ତ୍ରୀଙ୍କ ଠାରେ ଆବେଦନ କରିଥିଲେ। ତାଙ୍କ ଆବେଦନକ୍ରମରେ ରାଜ୍ୟ ସରକାର ଏହାର ତଦନ୍ତ ସହ ରିପୋର୍ଟ ପ୍ରଦାନ କରିବା ପାଇଁ ଜିଲା ଯୋଗାଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ବଲାଙ୍ଗିର ଜିଲାରେ ୨୦୦୪-୦୫ ଖରିଫ ସମୟରେ ଧାନ କିଣାରେ ଏକ ବଡ ଧରଣର ଦୁର୍ନୀତି ହୋଇଥିଲା। କିଣାଯାଇଥିବା ବସ୍ତା ବସ୍ତା ଧାନ ପରିବହନରେ ବ୍ୟବହାର ହୋଇଥିବା ଗାଡି ନମ୍ବରରୁ ଏହା ଦୁଇ ଚକିଆ ଯାନ ହୋଇଥିବା ସ୍ପଷ୍ଟ ହୋଇଥିଲା । ଏହି ଘଟଣା ସାମ୍ନାକୁ ଆସିବା ପରେ ପ୍ରଶାସନ ହରଡଘଣାରେ ପଡିଥିଲା । ପରେ ଏହାର ତଦନ୍ତ କ୍ରାଇମବ୍ରାଞ୍ଚକୁ ଦିଆଯାଇଥିବା ବେଳେ କାଗଜପତ୍ରରେ ସବୁକିଛି ଠିକ କରି ଘଟଣାକୁ ଚାପି ଦିଆଯାଇଥିଲା । ଏହି ଘଟଣାରେ ବିଭାଗର ଉପରସ୍ତରରୁ ତଳସ୍ତରର କର୍ମଚାରୀ, ଅଧିକାରୀ ସାମିଲ ଥିବା ନେଇ ସେହି ସମୟରେ ଅଭିଯୋଗ ହୋଇଥିଲା। ତେବେ ଏହି ଦୁର୍ନୀତିକୁ ସ୍ପଷ୍ଟ କରିଥିବା ସୂଚନା ଅଧିକାର ରିପୋର୍ଟରେ ଆଜି ବି ଏହି ଦୁର୍ନୀତିର ସବୁ ଲେଖାଜୋଖା ପ୍ରମାଣ ରହିଥିବା ବେଳେ ଦୁର୍ନୀତି କରିଥିବା ଅନେକ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇନାହିଁ ।

- Advertisement -

ଦୀର୍ଘ ୧୨ ବର୍ଷରୁ ଉର୍ଦ୍ଧ ସମୟ ବିତିଥିଲେ ମଧ୍ୟ ତଦନ୍ତର କୌଣସି ନିଷ୍କର୍ସରେ ପହଞ୍ଚିପାରିନାହିଁ । ତେବେ ଏନେଇ ଏକ ଉଚ୍ଚସ୍ତରୀୟ ତଦନ୍ତ କରିବା ପାଇଁ ସୂଚନା ଅଧିକାର କର୍ମୀ ଶ୍ରୀ ଜୋଷୀ ସମସ୍ତ କାଗଜପତ୍ର ସହ ମୁଖ୍ୟମନ୍ତ୍ରୀଙ୍କ ଠାରେ ଆବେଦନ କରିଥିଲେ । ଅଭିଯୋଗ ହେବା ପରେ ଗତ ଫେବୃୟାରୀ ମାସରେ ଏହି ଘଟଣାରେ ପକ୍ଷଭୁକ୍ତ ଥିବା ସହକାରୀ ମ୍ୟାନେଜର(ଆକାଉଣ୍ଟ) ଜ୍ଞାନରଞ୍ଜନ ଭୋଇ ଅବସର ଗ୍ରହଣ କରିଥିଲେ। ସଂପୃକ୍ତ ଅଧିକାରୀ ଜଣକ ମିଲର୍ସ ନାଁରେ ପ୍ରାୟ ୫୩ରୁ ଉର୍ଦ୍ଧଟି ଚେକ ଦେଇଥିଲେ । ଏହିଭଳି ଧାନକିଣା ଟୋକନରେ ସେ ଚଞ୍ଚକତା କରିଥିଲେ ବୋଲି ମଧ୍ୟ ସ୍ପଷ୍ଟ ହୋଇଥିବା ବେଳେ ସରକାର ତାଙ୍କ ଅବସରକାଳୀନ ପ୍ରାପ୍ୟ ବନ୍ଦ କରିଥିଲେ । ପରେ ସେ ଏହାକୁ ପାଇବା ପାଇଁ ଆବେଦନ କରିଥିଲେ । ଏହି କ୍ରମରେ ଘଟଣାର ତଦନ୍ତ କରି ଏକ ରିପୋର୍ଟ ଦେବା ସହିତ ଅଭିଯୋଗର ସମଧାନ କରିବା ପାଇଁ ଯୋଗାଣ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା । ଗୁରୁବାର ପୂର୍ବତନ ଆକାଉଣ୍ଟ ଅଧିକାରୀ ଶ୍ରୀ ଭୋଇ ସିଏସ୍ଓଙ୍କ କାର୍ଯ୍ୟାଳୟରେ ହାଜର ହୋଇଥିଲେ । ଉଭୟ ଅଭିଯୋଗକାରୀ ଶ୍ରୀ ଜୋଷୀ ଓ ଅଭିଯୁକ୍ତ ଶ୍ରୀ ଭୋଇଙ୍କ ପକ୍ଷ ଜିଲା ଯୋଗାଣ ଅଧିକାରୀ ଦିଲୀପ କୁମାର ପାତ୍ର ଶୁଣିବା ସହିତ ସେମାନଙ୍କ ସହ ଆଲୋଚନା କରିଥିଲେ । ତେବେ ଏହି ଦୁର୍ନୀତି ସେ ସାମିଲ ନଥିବା ବେଳେ ତାଙ୍କୁ ଜୋରଜବରଦସ୍ତ ଫଶାଯାଉଥିବା ଶ୍ରୀ ଭୋଇ ନିଜ ପ୍ରତିକ୍ରିୟାରେ କହିଥିଲେ। ଦୁର୍ନୀତିରେ ଆର୍ଥିକ କାରବାର ଦାୟିତ୍ୱରେ ଥିବା ଅଧିକାରୀ ଶ୍ରୀ ଭୋଇଙ୍କ ସଂପୃକ୍ତି ଥିବା ଶ୍ରୀ ଜୋଷୀ ଅଭିଯୋଗ କରିଛନ୍ତି । ଉଭୟଙ୍କ ପକ୍ଷ ଶୁଣିବା ପରେ ସେ ସମସ୍ତ ବିଷୟର ପୁନଃଯାଞ୍ଚ କରି ଏକ ରିପୋର୍ଟ ଦେବେ ବୋଲି ସିଏସ୍ଓ ଶ୍ରୀ ପାତ୍ର କହିଛନ୍ତି ।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories