www.samajalive.in
Sunday, December 14, 2025
16.1 C
Bhubaneswar

ଆଜି ଭୁବନେଶ୍ବରରେ ୬୮କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୧୧୫

ଭୁବନେଶ୍ବରୁ ଆଜି ଭୁବନେଶ୍ବରରେ କରୋନା ଆକ୍ରାନ୍ତ ସଂଖ୍ୟା ୬୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ବାରେଣ୍ଟାଇନ୍‌ରୁ ୧୪ଜଣ ଏବଂ ଲୋକାଲ୍‌ କଣ୍ଟାକ୍ଟ କେସ୍‌ ୫୩ ଚିହ୍ନଟ ହୋଇଛନ୍ତି। ଆଜି ଭୁବନେଶ୍ବରରେ ୧୧୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରି ଯାଇଛନ୍ତି ବୋଲି ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଟ୍ବିଟ୍‌ କରି ସୂଚନା ଦିଆଯାଇଛି।
ବିଏମ୍‌ସି ପକ୍ଷରୁ ଟ୍ବିଟ୍‌ ଯୋଗେ ଦିଆଯାଇଥିବା ସୂଚନା ଅନୁଯାୟୀ ଆଜି କରୋନା ଆକ୍ରାନ୍ତ ହୋଇଥିବା କ୍ବାରେଣ୍ଟାଇନ୍‌ କେସ୍‌ ମଧ୍ୟରୁ ଚନ୍ଦ୍ରଶେଖରପୁରରୁ ସର୍ବାଧିକ କରୋନା ଆକ୍ରାନ୍ତ ରହିଛନ୍ତି। ସେହିପରି ପଟିଆରୁ ୩ ଓ ମଞ୍ଚେଶ୍ବରରୁ ୨ ସମେତ ଟଙ୍କପାଣି ରୋଡ୍‌, ରସୁଲଗଡ଼, ପୁରୁଣା ଭୁବନେଶ୍ବର, ନୟାପଲ୍ଲି, କପିଳପ୍ରସାଦ ଓ କଳିଙ୍ଗନଗରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଆଜି ଲୋକାଲ୍‌ କଣ୍ଟାକ୍ଟ କେସ୍‌ରେ ପଟିଆରୁ ୭, ପୁରୁଣା ଭୁବନେଶ୍ବରୁ ୫, ସୂର୍ଯ୍ୟନଗର ୩, ନ୍ୟୁ ଫରେଷ୍ଟ ପାର୍କ, ଭୀମଟାଙ୍ଗି, ଶ୍ୟାମପୁର ରସୁଲଗଡ଼ ଓ ମଞ୍ଚେଶ୍ବରୁ ୨ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଆଚାର୍ଯ୍ୟ ବିହାର, ବଡ଼ଗଡ଼, ବମିଖାଲ, ଚନ୍ଦ୍ରଶେଖରପୁର, ଡୁମୁଡୁମା, ଗାଡ଼କଣ, ଗୌତମନଗର, ହଂସପାଳ, ଆଇଆର୍‌ସି ଭିଲେଜ୍‌, ଜାଗମରା, କଳିଙ୍ଗ ବିହାର, କାନନ ବିହାର, ଝାରପଡ଼ା, ଖାରବେଳନଗର, ଲକ୍ଷ୍ମୀସାଗର, ନୀଳାଦ୍ରିବିହାର, ପାହାଳ, ପଳାଶୁଣି, ପାଣ୍ଡରା, ପାତ୍ରପଡ଼ା, ଭିଏସ୍‌ଏସ୍ ନଗର, ୟୁନିଟ୍‌ ୬, ଟଙ୍କପାଣି ରୋଡ୍‌ରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଆଜି ସୁଦ୍ଧା ଭୁବନେଶ୍ବରରେ ୨୯,୫୨୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୨୮,୩୯୫ଜଣ ସୁସ୍ଥ ହୋଇ ଘରକୁ ଫେରି ଯାଇଛନ୍ତି ଓ ୯୩୧ଜଣ ଚିକିତ୍ସିତ ହେଉଛନ୍ତି। ସେହିପରି କରୋନା ଆକ୍ରାନ୍ତିରେ ୧୭୫ଜଣଙ୍କ ମୃତ୍ୟୁ ହୋଇଛି ବୋଲି ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories