www.samajalive.in
Sunday, December 14, 2025
23.1 C
Bhubaneswar

ନୀତୀଶ କୁମାରଙ୍କ ବଡ଼ ଘୋଷଣା : ‘ଏହା ମୋର ଶେଷ ନିର୍ବାଚନ’

ପାଟନା : ବିହାର ମୁଖ୍ୟମନ୍ତ୍ରୀ ତଥା ସଂଯୁକ୍ତ ଜନତା ଦଳ (ଜେଡିୟୁ)ର ସୁପ୍ରିମୋ ତଥା ଜାତୀୟ ସଭାପତି ନୀତୀଶ କୁମାର କହିଛନ୍ତି ଯେ ଏହା ତାଙ୍କର ଶେଷ ନିର୍ବାଚନ। ଗୁରୁବାର ପୂର୍ଣ୍ଣିଆରେ ଏକ ନିର୍ବାଚନୀ ଜନସଭାକୁ ସମ୍ବୋଧିତ କରିବାବେଳେ ସେ ଏହା ଘୋଷଣା କରିଛନ୍ତି। ପୂର୍ଣ୍ଣିଆ ଜିଲ୍ଲାର ଧାମଦା ବିଧାନସଭା ଆସନରୁ ଏନଡିଏ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବାକୁ ଯାଇଥିବା ନୀତୀଶ କୁମାର କହିଛନ୍ତି ଯେ, ସମସ୍ତେ ଜାଣି ରଖନ୍ତୁ, ୩ୟ ପର୍ଯ୍ୟାୟ ମତଦାନ ପାଇଁ ଆଜି ପ୍ରଚାରର ଶେଷ ଦିନ। ଶନିବାର ମତଦାନ ହେବ। ତେବେ ଏହା ମୋର ଶେଷ ନିର୍ବାଚନ। ସବୁକିଛି ଠିକ ଅଛି, ଯାହା ଭଲରେ ଶେଷ ହୁଏ ତାହା ସବୁଠାରୁ ଭଲ।’

ବିହାର ବିଧାନସଭା ନିର୍ବାଚନ ୨୦୨୦ର ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ପାଇଁ ମତଦାନ ଶନିବାର ଅନୁଷ୍ଠିତ ହେବ। ଏଥିପାଇଁ ପ୍ରଚାର ଅଭିଯାନ ଆଜି ସନ୍ଧ୍ୟା ୫ଟାରେ ଶେଷ ହୋଇଛି। ଶେଷ ଦିନରେ ପ୍ରଚାର କରୁଥିବାବେଳେ ନୀତୀଶ କୁମାର ଏହି ନିର୍ବାଚନକୁ ତାଙ୍କର ଶେଷ ନିର୍ବାଚନ ବୋଲି କହିଛନ୍ତି । ସୂଚନାଯୋଗ୍ୟ, ନୀତୀଶ କୁମାର ୨୦୦୫ ମସିହାରୁ ବିହାରର ମୁଖ୍ୟମନ୍ତ୍ରୀ ଅଟନ୍ତି। ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ସେ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ରେଳ ମନ୍ତ୍ରୀ ଥିଲେ। ଆଜିର ସାଧାରଣ ସଭାକୁ ସମ୍ବୋଧିତ କରି ନୀତୀଶ କୁମାର ମଧ୍ୟ ତାଙ୍କର ପୁରୁଣା ଦିନଗୁଡ଼ିକୁ ମନେ ପକାଇ କହିଛନ୍ତି ଯେ ରେଳ ମନ୍ତ୍ରୀ ହେଲେ ମଧ୍ୟ ମୁଁ ଲୋକଙ୍କ ସମସ୍ୟାର ସମାଧାନ ପାଇଁ କାର୍ଯ୍ୟ କରୁଥିଲି।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories