www.samajalive.in
Friday, December 12, 2025
15.1 C
Bhubaneswar

ଆଇନ ମହାବିଦ୍ୟାଳୟ କର୍ମଚାରୀଙ୍କ ଆତ୍ମହତ୍ୟା ଅଭିଯୋଗ

ସମ୍ଵଲପୁର : ସମ୍ବଲପୁରର ଲାଲା ଲଜପତ ରାୟ ଆଇନ ମହାବିଦ୍ୟାଳୟର ଜଣେ ଅସ୍ଥାୟୀ କର୍ମଚାରୀ ଧର୍ମରାଜ ଦଳପତ ମହାବିଦ୍ୟାଳୟ କୋଠାରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଧର୍ମରାଜ ଦୀର୍ଘ ୩୦ ବର୍ଷ ହେବ ଏହି ମହାବିଦ୍ୟାଳୟରେ କାମ କରି ଆସୁଥିଲେ। କାର୍ଯ୍ୟକ୍ଷେତ୍ରରେ ଅତ୍ୟଧିକ ମାନସିକ ଚାପ ରହୁଥିବା ଯୋଗୁଁ ସେ ଏହି ଚରମ ପଦକ୍ଷେପ ନେଇଛନ୍ତି ବୋଲି ପରିବାରଵର୍ଗ ଅଭିଯୋଗ କରିଛନ୍ତି। ସେ କମ୍ପ୍ୟୁଟର ଶିଖି ନ ଥିବାରୁ ହାତ କାମକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ପସନ୍ଦ କରୁ ନ ଥିଲେ। ଏଣୁ ବାରମ୍ବାର ତାଙ୍କୁ ଗାଳି ଶୁଣିବାକୁ ପଡୁଥିଲା। ବୟସ ଅଧିକ ହୋଇ ଥିବାରୁ ସେ ଅତ୍ୟଧିକ ମାନସିକ ଚାପରେ ରହୁଥିଲେ। ଏ ସମ୍ପର୍କରେ ମହାବିଦ୍ୟାଳୟର ଅଧ୍ୟକ୍ଷ ବିଜୟନନ୍ଦ ବେହେରା ପରିବାରର ଅଭିଯୋଗକୁ ସମ୍ପୁର୍ଣ୍ଣ ନିରାଧାର ବୋଲି କହିଛନ୍ତି।

samajalive.in

ସୂଚନାଯୋଗ୍ୟ ଯେ, ଗୁରୁବାର ଦିନ ପ୍ରାୟ ସାଢ଼େ ୧୧ଟା ସମୟରେ ମହାବିଦ୍ୟାଳୟର ତୃତୀୟ ମହଲାରେ ଥିବା ହଲ ନଂ ୨ ରେ ତାଙ୍କ ମୃତ ଦେହ ଏକ ରସିରେ ଝୁଲୁଥିବାର ଜଣେ କର୍ମଚାରୀ ଦେଖିଥିଲେ। ଏହା ପରେ ଧର୍ମରାଜଙ୍କ ପରିବାରବର୍ଗ ଓ ପୁଲିସକୁ ଖବର ଦିଆଯାଇଥିଲା। ଘଟଣାସ୍ଥଳରେ ଧନୁପାଲି ପୁଲିସ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବୁର୍ଲା ପଠାଇଛନ୍ତି। ଏନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories