www.samajalive.in
Sunday, December 7, 2025
23.1 C
Bhubaneswar

 ଯାଦବ ନେତାଙ୍କୁ ଶ୍ରଦ୍ଧାଞ୍ଜଳି

କଟକ : କଟକ ରାଣୀହାଟ ଗୋପାଳ ସାହିର ତ୍ରିଲୋଚନ ନାଟିଆ ଏବଂ ସେକ୍ ବଜାରର ପୂର୍ଣ୍ଣଚନ୍ଦ୍ର ବେହେରାଙ୍କୁ କଟକ ଟାଉନ ୧୨ ଦେଶ ଯାଦବ ସମୁଦାୟ ତରଫରୁ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା। ଉଭୟ ଯାଦବ ନେତା ଖାଲି ଯାଦବ ସମୁଦାୟର ସଂଗଠକ ନ ଥିଲେ ଓଡ଼ିଶା ସରକାରୀ ପ୍ରେସ୍ ଏବଂ ଟେଲିକମ୍ ବିଭାଗରେ ଫୁଟବଲ ଓ କୁସ୍ତିରେ ଜାତୀୟ ସ୍ଥରରେ ସ୍ୱର୍ଣ୍ଣପଦକ ହାସଲ କରି ଓଡ଼ିଶାର ସୁନାମ ଆଣିଥିଲେ। ବିଚକ୍ଷଣ ବୁଦ୍ଧିମତା ଓ କଥାର ବାଗଚାତୁରୀ ପାଇଁ ସମସ୍ତଙ୍କୁ ପ୍ରଭାବିତ କରିପାରୁଥିବା ଉଭୟ ନେତାଙ୍କ ଦେହାନ୍ତ କାରଣରୁ ସାଥି, ଶୁଭେଚ୍ଛୁ ଓ ଆତ୍ମୀୟ ସ୍ୱଜନ ମହଲରେ ଶୋକର ଛାୟା ଖେଳିଯାଇଛି। ଶୋକାକୂଳ ପରୀବାରଙ୍କୁ କଟକ ଟାଉନ ୧୨ଦେଶ ଯାଦବ ସମୁଦାୟ ପକ୍ଷରୁ ସର୍ବଶ୍ରୀ ବଟକୃଷ୍ଣ ବେହେରା, ରଘୁନାଥ ବେହେରା, ଶ୍ୟାମସୁନ୍ଦର ବେହେରା, ପ୍ରତାପ ଦାସ, ଶରତ ଦାସ, ସନ୍ତୋଷ ଦାସ, ବିଜୟ ବେହେରା, ଭରତ ବେହେରା, ବିଶ୍ୱନାଥ ଦାସ, ବିଜନ ବେହେରା, ଅଭିଷେକ ପ୍ରଧାନ, ରମେଶ ବେହେରା, ଶଙ୍କର ବେହେରା, ହରେକୃଷ୍ଣ ପରିଡା, କୃଷ୍ଣଚନ୍ଦ୍ର ବେହେରା, ପଦ୍ମଚରଣ ବେହେରା, ଅମରେନ୍ଦ୍ର ବେହେରା, ବାଦଲ ବେହେରା, ମହେନ୍ଦ୍ର ବେହେରା, ନିରଞ୍ଜନ ବେହେରା, ଅଶୋକ ବେହେରା, ଶାରଦା ନାଟିଆ, ଅଶୋକ ସାହୁ ଓ ତ୍ରିଲୋଚନ ବେହେରା ପ୍ରମୁଖ ସମବେଦନା ଜଣାଇବା ସଂଗେ ସଂଗେ ସ୍ୱର୍ଗତ ଆତ୍ମାର ସଦ୍ଗତି ନିମେନ୍ତ ଇଷ୍ଟ ଦେବତା ରାଧାନମୋହନଙ୍କ ଶ୍ରୀଚରଣରେ ପ୍ରାର୍ଥନା କରାଯାଇଥିଲା ବୋଲି ମୁଖପାତ୍ର ମହେଶ୍ୱର ଦାସ ଜଣାଇଛନ୍ତି।

 

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories