www.samajalive.in
Sunday, December 14, 2025
26.1 C
Bhubaneswar

ଗୋଟିଏ ଦିନରେ ଦୁଇ ପରୀକ୍ଷା ପ୍ରସଙ୍ଗ : ୧୬କୁ ଘୁଞ୍ଚିଲା ଉତ୍କଳ ବିଏଡ୍‌ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର :ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନର ବିଏଡ୍‌ ଓ ଡିଇଏଲଇଡି(ସିଟି) ପାଠ୍ୟକ୍ରମରେ ନାମଲେଖା ପାଇଁ  ଚଳିତ ମାସ ପ୍ରବେଶିକା ଅନୁଷ୍ଠିତ ହେବ। ଆସନ୍ତା ୮ ତାରିଖରେ ସିଟି ପ୍ରବେଶିକା ଥିବାବେଳେ ସେହିଦିନ ଉତ୍କଳ  ବିଶ୍ବବିଦ୍ୟାଳୟର ବିଏଡ ପାଠ୍ୟକ୍ରମରେ ପ୍ରବେଶିକା ରହିଥିଲା। ସିଟି ଓ ବିଏଡ୍‌ ପାଠ୍ୟକ୍ରମ ପାଇଁ ଆବେଦନ କରିଥିବା ଛାତ୍ରଛାତ୍ରୀ ଗୋଟିଏ ଦିନରେ ଦୁଇଟି ପରୀକ୍ଷା ଥିବାରୁ କେଉଁ ପରୀକ୍ଷା ଦେବେ ତାକୁ  ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ଏହାକୁ ଦୃଷ୍ଟିରେ ରଖି  ପ୍ରବେଶିକା ତାରିଖକୁ ପରିବର୍ତ୍ତନ କରାଯାଇଛି।

ଉତ୍କଳ ବିଶ୍ବବିଦ୍ୟାଳୟର ୮ ତାରିଖରେ ହେବାକୁ ଥିବା ବିଏଡ୍‌ ପ୍ରବେଶିକା ପରୀକ୍ଷା ୧୬ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ଆସନ୍ତା ୧୬ ତାରିଖ ପୂର୍ବାହ୍ନ ୧୧ଟାରୁ ୧୨ଟା୩୦ ପର୍ଯ୍ୟନ୍ତ ବିଏଡ୍‌ ପ୍ରବେଶିକା ପରୀକ୍ଷା ହେବ।ପରୀକ୍ଷା କେନ୍ଦ୍ର ଅପରିବର୍ତ୍ତିତ ଥିବାବେଳେ କେବଳ ତାରିଖକୁ ପରିବର୍ତ୍ତନ କରାଯାଇଛି ବୋଲି  ପିଜି କାଉନସିଲ୍‌ ଅଧ୍ୟକ୍ଷ ପ୍ରଫେସର ବସନ୍ତ ମଲ୍ଲିକ କହିଛନ୍ତି। ଛାତ୍ରଛାତ୍ରୀଙ୍କ ହିତକୁ ଦୃଷ୍ଟିରେ ରଖି ବିଏଡ୍‌ ପ୍ରବେଶିକା ତାରିଖରେ ପରିବର୍ତ୍ତନ କରାଯାଇଛି ବୋଲି ସେ କହିଛନ୍ତି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories