www.samajalive.in
Sunday, December 14, 2025
26.1 C
Bhubaneswar

ମହିଳା ଟି-୨୦ ଚାଲେଞ୍ଜ୍‍ : ସୁପରନୋଭାଜ୍‌କୁ ହରାଇଲା ଭେଲୋସିଟି

ଶାରଜା : ଆଇପିଏଲ୍‌ ମଧ୍ୟରେ ବୁଧବାରଠାରୁ ୩ ଦଳ ବିଶିଷ୍ଟ ମହିଳା ଟି୨୦ ଚ୍ୟାଲେଞ୍ଜ୍ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଛି। ଏହାର ପ୍ରଥମ ମ୍ୟାଚ୍‌ରେ ମିତାଲି ରାଜ୍‌ଙ୍କ ଦଳ ଭେଲୋସିଟି ୫ ୱିକେଟରେ ସୁପରନୋଭାଜ୍‌କୁ ପରାସ୍ତ କରିଛି। ହରମନପ୍ରୀତ କୌର ଓ ଚମାରି ଅଟ୍ଟାପଟୁଙ୍କ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂକରି ସୁପରନୋଭାଜ୍ ୨୦ ଓଭର ଶେଷରେ ୮ ୱିକେଟରେ ୧୨୬ ରନ୍ କରିଥିଲା। ପରେ ସୁଷମା ବର୍ମା ଓ ସନ୍ ଲସ୍‌ଙ୍କ ଲଢ଼ୁଆ ବ୍ୟାଟିଂ ବଳରେ ଭେଲୋସିଟି ଗୋଟିଏ ବଲ୍‌ ବାକିଥାଇ ୫ ୱିକେଟ ହରାଇ ଜିତିଥିଲା। ଗୁରୁବାର ଭେଲୋସିଟି-ଟ୍ରେଲ୍‌ବ୍ଲେଜର୍ସ ମ୍ୟାଚ୍‌ ଖେଳାଯିବ।

ଟସ୍‌ ଜିତି ଭେଲୋସିଟି ଫିଲ୍‌ଡିଂ ନେବା ପରେ ସୁପରନୋଭାଜ୍‌ର ଓପ୍‌ନର ଦ୍ବୟ ପ୍ରିୟା ପୁନିଆ ଓ ଚମାରି ଅଟ୍ଟାପଟୁ ୩୦ ରନ୍‌ର ଭାଗିଦାରୀ କରିଥିଲେ। ପୁନିଆ ୧୫ ବଲ୍‌ରୁ ୧୧ ରନ୍‌କରି ଆଉଟ ହୋଇଥିଲେ। ଜେମିମା ରଡ୍ରିଗ୍ବେଜ୍ ୭ ରନ୍ କରି ପାରିଥିଲେ। ୩ୟ ୱିକେଟ ପାଇଁ ଅଟ୍ଟାପଟୁ ଓ ଅଧିନାୟିକା ହରମନପ୍ରୀତ କୌର ୪୭ ରନ୍ ଯୋଗ କରିଥିଲେ। ଶ୍ରୀଲଙ୍କାର ଅଟ୍ଟାପଟୁ ୩୯ ବଲ୍‌ରୁ ୨ଟି ଲେଖାଏଁ ଛକା ଓ ଚୌକା ସହ ୪୪ ରନ୍ କରିଥିଲେ। ୧୭ଶ ଓଭରରେ ଆଉଟ ହୋଇଥିବା ହରମନପ୍ରୀତ ୨୭ ବଲ୍‌ରୁ ୨ଟି ଛକା ଓ ଗୋଟିଏ ଚୌକା ସହ ୩୧ ରନ୍‌ କରିଥିଲେ। ପୂଜା ବସ୍ତ୍ରାକର ଖାତା ଖୋଲି ପାରିନଥିଲେ। ଶ୍ରୀଲଙ୍କାର ଅନ୍ୟ ଖେଳାଳି ଶଶିକଳା ସିରିବର୍ଦ୍ଦନେ ୨୧ ବଲ୍‌ରୁ ୧୮ ରନ୍‌ରେ ରନ୍‌ଆଉଟ ହୋଇଥିଲେ। ଏକତା ବିସ୍ତ୍ ୩ଟି ଏବଂ ଲେଗ୍ କେସ୍ପରେକ୍ ଓ ବାଂଲାଦେଶର ଜାହାନାରା ଆଲମ୍ ୨ଟି ଲେଖାଏଁ ୱିକେଟ ନେଇଥିଲେ।

- Advertisement -

୧୨୭ ରନ୍‌ ଲକ୍ଷ୍ୟରେ ଭେଲୋସିଟି ପ୍ରଥମ ଓଭରରେ ଇଂଲଣ୍ଡର ଓପ୍‌ନର ଡ୍ୟାନି ୱାଟ୍‌ (୦)ଙ୍କ ୱିକେଟ ହରାଇଥିଲା। ତେବେ ଦଳକୁ ଶକ୍ତ ଧକ୍କା ଲାଗିଥିଲା; ଯେତେବେଳେ ଆକ୍ରମଣାତ୍ମକ ଖେଳାଳି ସେଫାଳି ବର୍ମା ୩ୟ ଓଭରରେ ଆଉଟ ହୋଇଥିଲେ। ୧୬ ବର୍ଷ ବୟସ୍କା ସେଫାଳି ୧୧ ବଲ୍‌ରୁ ୪ଟି ଚୌକା ସହ ୧୭ ରନ୍ କରିଥିଲେ। ପରେ ଧିମା ବ୍ୟାଟିଂ କରିଥିବା ଅଧିନାୟିକା ମିତାଲି ରାଜ୍ ୧୯ ବଲ୍‌ରୁ ୭ ରନ୍‌କରି ଆଉଟ ହୋଇଥିଲେ। ବେଦା କୃଷ୍ଣମୂର୍ତ୍ତି ସ୍କୋର୍‌କୁ ଆଗେଇ ନେଇଥିଲେ। ୨୮ ବଲ୍‌ରୁ ୪ଟି ଚୌକା ସହ କୃଷ୍ଣମୂର୍ତ୍ତି ଆଉଟ୍‌​‌ ହେବା ଭେଲୋସିଟି ପାଇଁ ଶକ୍ତ ଧକ୍କା ଥିଲା। ପରେ ସୁଷମା ବର୍ମା ଓ ସୁନ୍ ଲସ୍ ଲଢ଼ୁଆ ବ୍ୟାଟିଂ କରିଥିଲେ। ଦୁହେଁ ଦ୍ରୁତ ୫୧ ରନ୍ ଯୋଡ଼ିବା ପରେ ସୁଷମା ୩୩ ବଲ୍‌ରୁ ୨ଟି ଛକା ସହ ୩୪ ରନ୍‌କରି ଆଉଟ ହୋଇଥିଲେ। ଶେଷ ଓଭରରୁ ଭେଲୋସିଟି ୯ ରନ୍ ଆବଶ୍ୟକ କରୁଥିଲା। ୫ଟି ବଲ୍‌ରେ ଭେଲୋସିଟି ଜିତି ନେଇଥିଲା। ଲସ୍ ୨୧ ବଲ୍‌ରୁ ଗୋଟିଏ ଛକା ଓ ୪ଟଇ ଚୌକା ସହ ୩୭ ରନ୍‌କରି ଅପରାଜିତ ଥିଲେ। ଦକ୍ଷିଣ ଆଫ୍ରିକାର ଆୟାବୋଙ୍ଗା ଖାକା ୨ଟି ୱିକେଟ ନେଇଥିଲେ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories