www.samajalive.in
Sunday, December 14, 2025
16.1 C
Bhubaneswar

ଅଠର ହଜାର କେନାଲ ବ୍ରୀଜ୍‍ ତଳୁ ଅଜଣା ଯୁବକଙ୍କ ଗଳିତ ଶବ ଉଦ୍ଧାର

ବୁର୍ଲା : ବୁର୍ଲା ଥାନା ଅନ୍ତର୍ଗତ ଅଠରହଜାର କେନାଲ ପୋଲତଳୁ ଜଣେ ଅଜଣା ଯୁବକଙ୍କ ଗଳିତ ଶବ ବୁର୍ଲା ଅଗ୍ନିଶମ ବିଭାଗ ଦ୍ୱାରା ଉଦ୍ଧାର ହୋଇଛି। ମିଳିିଥିବା ସୂଚନା ମତେ ଅଠର ହଜାର ନିକଟରେ ଥିବା ପିସିବ୍ରିଜରୁ ପାଣି କେନାଲକୁ ଯିବା ପାଇଁ ଲାଗିଥିବା ଗେଟରେ ଜଣେ ଯୁବକଙ୍କ ଗଳିତ ମୃତ ଦେହ ଭାସୁଥିବା ଲୋକେ ଦେଖିଥିଲେ। ଏହାପରେ ବୁର୍ଲା ପୁଲିସକୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ। ବୁର୍ଲା ପୁଲିସ ଅଗ୍ନିଶମ ବାହିନିକୁ ଖବରଦେଇ ଉକ୍ତ ମୃତ ଦେହକୁ ଉଦ୍ଧାର କରିଥିଲେ। ତେବେ ମୃତ ଦେହଟି ଦୁଇରୁ ତିନି ଦିନ ପୂର୍ବର ହୋଇଥିବା ପୁଲିସ ଅନୁମାନ କରୁଛି।

ତେବେ ମୃତ ବ୍ୟକ୍ତିଙ୍କ ପରିଚୟ ମିଳି ପାରିନାହିଁ। ତେବେ ବୁର୍ଲା ବିଷ୍ଣୁ ମନ୍ଦିର ପଡା କେନାଲ ଘାଟରେ ଜଣେ ଯୁବକ ଦୁଇଦିନ ତଳେ ପାଣିକୁ ଡେଇଁଥିବା ବୁର୍ଲା ଥାନାରେ ଅଭିଯୋଗ ହୋଇଥିଲା। ହେଲେ ପୁଲିସ ବହୁ ଖୋଜା ଖୋଜି ପରେ ମଧ୍ୟ ଉକ୍ତ ବ୍ୟକ୍ତିଙ୍କ କୌଣସି ପତ୍ତା ମିଳି ନ ଥିଲା। ତେବେ ଆଜି ଉଦ୍ଧାର ହୋଇଥିବା ଶବଟି ଉକ୍ତ ବ୍ୟକ୍ତିଙ୍କ ହୋଇ ଥାଇପାରେ ବୋଲି ବୁର୍ଲା ଥାନାଧିକାରୀ ସୂଚନା ଦେଇଛନ୍ତି। ତେବେ ଶବକୁ ପୁଲିସ ଜବତ କରି ଶବଗୃହରେ ଆଣି ରଖିଥିବା ଜଣାପଡିଛି। ତେବେ ଶବ ଉଦ୍ଧାର ହେବାର ୭୨ ଘଣ୍ଟା ମଧ୍ୟରେ ଶବ ନେବା ପାଇଁ କୌଣସି ପରିବାର ଲୋକେ ନ ଆସନ୍ତି ତେବେ ପୁଲିସ ଦ୍ୱାରା ଶବ ସତ୍କାର କରାଯିବ ବୋଲି ଜଣାପଡିଛି। ତେବେ ଆଜି ବୁର୍ଲା ଅଗ୍ନିଶମ ବିଭାଗ ଅଧିକାରୀ ଲୋକେଶ୍ୱର ପଟେଲଙ୍କ ସମେତ ଏକ ନଅ ଜଣିଆଁ ଟିମ ଉଦ୍ଧାର କାର୍ଯ୍ୟ କରିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories