www.samajalive.in
Saturday, December 6, 2025
15.1 C
Bhubaneswar

ଦୁଇ ଦିନିଆ ନେପାଳ ଗସ୍ତରେ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରୱଣେ

ନୂଆଦିଲ୍ଲୀ: ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରୱଣେ ବୁଧବାର ଦୁଇ ଦିନିଆ ନେପାଳ ଗସ୍ତରେ ଯାଇଛନ୍ତି। ଗତ କିଛି ମାସ ହେବ ଦୁଇ ଦେଶ ମଧ୍ୟରେ ସୀମା ବିବାଦ ଚାଲିଛି। ଏଭଳି ପରିସ୍ଥିତିରେ ଭାରତୀୟ ସେନା ମୁଖ୍ୟଙ୍କ ଏହି ଗସ୍ତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଛି।

ନେପାଳ ଗସ୍ତରେ ଜେନେରାଲ ନରୱଣେ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲିଙ୍କ ସମେତ ନେପାଳର ପ୍ରତିପକ୍ଷ ଜେନେରାଲ ପୁରାଣ ଚାନ୍ଦ ଥାପାଙ୍କୁ ଭେଟିବେ। ସେ ନେପାଳ ସେନାର ଆର୍ମି କମାଣ୍ଡ ଏବଂ ଷ୍ଟାଫ୍ କଲେଜରେ ଛାତ୍ର-ଅଧିକାରୀମାନଙ୍କୁ ମଧ୍ୟ ସମ୍ବୋଧିତ କରିବେ।

- Advertisement -

ଦୁଇ ଦିନିଆ ନେପାଳ ଗସ୍ତ ପୂର୍ବରୁ ସେନା ମୁଖ୍ୟ ନରୱଣେ ତାଙ୍କ ଗସ୍ତକୁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି। ତାଙ୍କର ଏହି ଗସ୍ତ ଭାରତ ଏବଂ ନେପାଳ ମଧ୍ୟରେ ବନ୍ଧୁତାକୁ ମଜବୁତ କରିବ ବୋଲି ସେ କହିଛନ୍ତି।

ନରୱଣେ କହିଛନ୍ତି ଯେ, ମୁଁ ଭାଗ୍ୟବାନ। ମୁଁ ଭାରତ ଏବଂ ନେପାଳ ମଧ୍ୟରେ ସମ୍ପର୍କକୁ ମଜବୁତ କରିବାକୁ ଯାଉଛି। ଏଭଳି ନିମନ୍ତ୍ରଣରେ ନେପାଳ ପରିଦର୍ଶନ କରି ମୋର ପ୍ରତିପକ୍ଷ ଜେନେରାଲ ଥାପାଙ୍କୁ ଭେଟି ମୁଁ ଖୁସି ଅଟେ। ମୁଁ ନିଶ୍ଚିତ ଯେ ଏହି ପରିଦର୍ଶନ ଦୁଇ ଦେଶର ସେନାବାହିନୀକୁ ମଜବୁତ କରିବ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories