www.samajalive.in
Thursday, December 11, 2025
18.1 C
Bhubaneswar

+୨ ବଳକା ସିଟ୍‌ ପାଇଁ ୫ରୁ ଆବେଦନ : ୨୩ରେ ମେଧା ତାଲିକା, ୨୪ରୁ ୨୭ ନାମଲେଖା

ଭୁବନେଶ୍ବର : ଯୁକ୍ତଦୁଇ ପାଠ୍ୟକ୍ରମ ପାଇଁ ଖାଲିଥିବା ସିଟ୍‌ରେ ନାମଲେଖା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି ଜରିଆରେ ନିୟମାବଳୀ ଜାରି କରାଯାଇଛି। ପାଠ୍ୟକ୍ରମର ୨ ପର୍ଯ୍ୟାୟ ନାମଲେଖା ପରେ ଖାଲିଥିବା ସିଟ୍‌ରେ ଏହି ନାମଲେଖା ହେବ। ଛାତ୍ରଛାତ୍ରୀ ୫ରୁ ୧୯ ତାରିଖ ପର୍ଯ୍ୟନ୍ତ www.samsodisha.gov.inରେ ଆବେଦନ କରିପାରିବେ। ୨୩ ଅପରାହ୍ଣ ୨ଟାରେ ଯୋଗ୍ୟ ମେଧାତାଲିକା ପ୍ରକାଶ ପାଇବ ଏବଂ ନାମଲେଖା ୨୪ରୁ ୨୭ ମଧ୍ୟରେ ଅନୁଷ୍ଠିତ ହେବ। ଡିସେମ୍ବର ୩ରେ ସ୍ପଟ୍‌ ନାମଲେଖା ପାଇଁ ମେଧାତାଲିକା ପ୍ରକାଶ ପାଇବ। ଡିସେମ୍ବର ୩ ଓ ୪ରେ ଛାତ୍ରଛାତ୍ରୀ ସ୍ପଟ୍‌ ନାମଲେଖା ପାଇଁ ନାମ ପଞ୍ଜୀକରଣ କରିପାରିବେ।

ସଂପୃକ୍ତ କନିଷ୍ଠ ମହାବିଦ୍ୟାଳୟରେ ନାମ ପଞ୍ଜୀକରଣ କରିବେ ଓ ୫ ତାରିଖରେ ସ୍ପଟ୍‌ ନାମଲେଖା ହେବ। ୭ ତାରିଖ ସନ୍ଧ୍ୟାରେ ନାମଲେଖାର ତଥ୍ୟ ଇ-ସ୍ପେସ୍‌ରେ ଉପଲବ୍ଧ ହେବ। ଯେଉଁ କଲେଜରେ ଛାତ୍ରଛାତ୍ରୀ ଆବେଦନ କରିବେ ସେହି କଲେଜର ପ୍ରଥମ ପର୍ଯ୍ୟାୟ କଟ୍‌ ଅଫ୍‌ ମାର୍କ ସହ ସମାନ କିମ୍ବା ତା’ଠାରୁ ଅଧିକ ନମ୍ବର ସେମାନଙ୍କର ଥିବା ଦରକାର। କେବଳ ଅନ୍‌ଲାଇନ୍‌ରେ ସିଏଏଫ୍‌ ଫି’ ଦାଖଲ କରାଯିବା ସହ ନାମଲେଖା ସମୟରେ ଛାତ୍ରଛାତ୍ରୀଙ୍କ କାଗଜପତ୍ର ଯାଞ୍ଚ କରାଯିବ। ପ୍ରଥମ ପର୍ଯ୍ୟାୟ ନାମଲେଖା ସମୟରେ ଆବେଦନ କରି ଯଦି ‌କୌଣସି କଲେଜରେ ସିଟ୍‌ ପାଇ ନ ଥିବେ ସେମାନେ ପୁରୁଣା ଲଗ୍‌ଇନ୍‌ ମାଧ୍ୟମରେ ଆବେଦନ କରିପାରିବେ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି।

Hot this week

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

Related Articles

Popular Categories