www.samajalive.in
Wednesday, December 10, 2025
26.1 C
Bhubaneswar

କେଶ ପାଇଁ ପେସ୍ତାବାଦାମ ମାସ୍କ

ଶୀତଦିନେ କେଶ ଯତ୍ନରେ ସାମାନ୍ୟତମ ଅବହେଳା କରିବା ଅନୁଚିତ। ଏହା କାରଣରୁ କେଶ ଝଡ଼ା, ରୁପି ହେବା ଆଦି ସମସ୍ୟା ଉପୁଜିଥାଏ। ଘରେ ମାସ୍କ ତିଆରି କେଶରେ ସପ୍ତାହକୁ ଥରେ କିମ୍ବା ଦୁଇଥର ଲଗାଇଲେ ଅନେକ ସମସ୍ୟା ସମାଧାନ ହେଉଥିବାର ସୌନ୍ଦର୍ଯ୍ୟ ବିଶେଷଜ୍ଞଙ୍କ ମତ।

  •  ନିୟମିତ ପେସ୍ତାବାଦାମ ଓ କାଜୁ ଖାଇଲେ କେଶର ଘନତ୍ବ ବଢ଼ୁଥିବାବେଳେ ଏସବୁକୁ ବାଟି କେଶରେ ପ୍ୟାକ୍ ଭଳି ମଧ୍ୟ ଲଗାଇବା ଭଲ। ନାମୀ ବ୍ୟୁଟିସିଆନ୍ ଶେହନାଜ୍‌ ହୁସୈନ୍‌ କହିଛନ୍ତି, ପେସ୍ତାବାଦାମରେ ଥିବା ପୋଷକତତ୍ତ୍ବ ଆମ ଶରୀରକୁ ଆବଶ୍ୟକ ପରିମାଣରେ ପୋଷକତତ୍ତ୍ବ ଯୋଗାଇବା ସହ କେଶ ପାଇଁ ଔଷଧ ଭଳି କାମ କରେ।
  •  ପେସ୍ତାବାଦାମ ମାସ୍କ ପାଇଁ ଆବଶ୍ୟକ ସାମଗ୍ରୀ: ଅଧ କପ୍ ଖିର, ୧ବଡ଼ ଚାମଚ ପେସ୍ତାବାଦାମ ତେଲ, ଅଧ କପ୍ ଉଷୁମ ପାଣି, ୨ଚାମଚ ପେସ୍ତାବାଦାମ ଗୁଣ୍ଡ। ଏକ ପାତ୍ର ନେଇ ସମସ୍ତ ସାମଗ୍ରୀକୁ ମିଶାଇ ପ୍ୟାକ୍ ତିଆରି କରି କେଶମୂଳରେ ଲଗାଇ ୨୦-୩୦ ମିିନିଟ୍ ଲଗାଇ ରଖନ୍ତୁ। ପରେ ଶ୍ୟାମ୍ପୁ କରିନେବେ।
  •  ଦହିରେ ପେସ୍ତାବାଦାମ ଗୁଣ୍ଡ ମିଶାଇ ତାହା ମଧ୍ୟ କେଶରେ ପ୍ୟାକ୍ ଭଳି ଲଗାଇଲେ ଲାଭ ମିଳେ। କେଶ ଅତ୍ୟଧିକ ଝଡ଼ୁଥିଲେ, ଏଇ ଉପାୟ ଆପଣାଇଲେ ୧ ମାସ ମଧ୍ୟରେ ଘନତ୍ବ ବଢ଼ିଥାଏ।
  •  ଦୁର୍ବଳ ତଥା ପତଳା କେଶ ନିମନ୍ତେ ପେସ୍ତାବାଦାମ ପ୍ୟାକ୍ ଲଗାଇବା ଜରୁରୀ। କେଶରେ ସଂକ୍ରମଣ ହୋଇଥିଲେ, ସପ୍ତାହରେ ୨ଥର ଏହି ପେସ୍ତାବାଦାମ ପ୍ୟାକ୍ ଲଗାଇବା ଭଲ।
  •  କେଶକୁ କଣ୍ଡିସନିଂ କରିବା ପାଇଁ ପେସ୍ତାବାଦାମ ପ୍ୟାକ୍ ସପ୍ତାହରେ ୨-୩ଥର ଶାମ୍ପୂ ପରେ ଲଗାଇଲେ କେଶକୁ ଉତ୍ତମ ଖୋରାକ୍ ମିଳୁଥିବାର ସୌନ୍ଦର୍ଯ୍ୟ ବିଶେଷଜ୍ଞଙ୍କ ମତ।
  •  ପେସ୍ତାବାଦାମ ପ୍ୟାକ୍ କେଶକୁ ମଏଶ୍ଚରାଇଜ୍ କରିବା ସହ ରୁପି ସମସ୍ୟା ଦୂର କରିଥାଏ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories