www.samajalive.in
Wednesday, December 10, 2025
26.1 C
Bhubaneswar

କରୋନା କାଳରେ ଋଣ କରିଛନ୍ତି ୪୬% ଲୋକ, ସବୁଠୁ ଆଗରେ ସହରାଞ୍ଚଳ ଜନତା

ନୂଆଦିଲ୍ଲୀ : କରୋନା ମହାମାରୀ ସମାଜର ସବୁ ବର୍ଗର ଲୋକଙ୍କ ଜୀବନ ଏବଂ ଅର୍ଥନୀତି ଉପରେ ଗୁରୁତର ପ୍ରଭାବ ପକାଇଛି। ବିଭିନ୍ନ ଶିଳ୍ପ କ୍ଷେତ୍ରରେ ନିଯୁକ୍ତ ନିମ୍ନଆୟ ବର୍ଗର ଲୋକମାନେ ଚାକିରି ହରାଇବା ଏବଂ ବିଭିନ୍ନ ଶିଳ୍ପରେ ଦରମା ହ୍ରାସ ଯୋଗୁଁ ଅଧିକ ପ୍ରଭାବିତ ହୋଇଛନ୍ତି। ମହାମାରୀ ଋଣ ଏବଂ ଋଣ ସମ୍ବନ୍ଧୀୟ ପ୍ରାଥମିକତାକୁ ବଦଳାଇ ଦେଇଛି। ୟୁରୋପ ଏବଂ ଏସିଆରେ କାର୍ଯ୍ୟ କରୁଥିବା ଆନ୍ତର୍ଜାତୀୟ ଗ୍ରାହକ ଅର୍ଥ ସେବା ପ୍ରଦାନକାରୀ କମ୍ପାନୀ ହୋମ କ୍ରେଡିଟ୍ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏହା ପ୍ରତିଫଳିତ ହୋଇଛି। ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳର ଲୋକେ ଅଧିକ ଋଣ କରିଛନ୍ତି।

ହୋମ କ୍ରେଡ଼ିଟ୍ ରିପୋର୍ଟ ଅନୁସାରେ ଭାରତରେ ପରିବାରର ଆବଶ୍ୟକତା ପୂରଣ ପାଇଁ ୪୬% ଲୋକ କରଜ କରିଛନ୍ତି। ଦରମା କମିବା, ଦରମାରେ ବିଳମ୍ବ ହେବା ଏହାର ପ୍ରମୁଖ କାରଣ ବୋଲି କୁହାଯାଇଛି। ଏପରିକି ପୁରୁଣା ଋଣ ପରିଶୋଧ ପାଇଁ ମଧ୍ୟ ଲୋକମାନେ ନୂଆ କରଜ କରିଛନ୍ତି। ଏହି ଅଧ୍ୟୟନ ଅନୁସାରେ ଚାକିରି ହରାଇବା ଯୋଗୁଁ ୧୪% ଲୋକ କରଜ ନେବାକୁ ବାଧ୍ୟ ହୋଇଛନ୍ତି। ଅନୁରୂପ ଭାବରେ ପରିବାର ସଦସ୍ୟଙ୍କ ଆବଶ୍ୟକତା ପୂରଣ ପାଇଁ ୨୩% ଲୋକ ଋଣ କରିଛନ୍ତି। ଘର ନିମନ୍ତେ ଆବଶ୍ୟକୀୟ ଟିଭି, ଫ୍ରିଜ, ଫୋନ୍ ପରି ସାମଗ୍ରୀ କିଣିବା ପାଇଁ ୩୩% ଲୋକ ଋଣ କରିଥିବା ସୂଚନା ମିଳିଛି। ଅଧିକାଂଶ କ୍ଷେତ୍ରରେ ଲୋକମାନେ ନିଜ ବନ୍ଧୁ, ପରିଚିତ ବ୍ୟକ୍ତିଙ୍କଠାରୁ କରଜ କରିଛନ୍ତି । ୨୭% ଲୋକ ନିଜର ସମ୍ପର୍କୀୟ ଓ ବନ୍ଧୁମାନଙ୍କଠାରୁ କରଜ କରିଥିବା ଜଣାପଡ଼ିଛି। ମୁମ୍ବାଇ, ଭୋପାଳ, ଦିଲ୍ଲୀ, ପାଟନା ଆଦି ସହରରେ ହାରାହାରି ୨୫% ଲୋକ ନିଜର ପରିଜନଙ୍କଠାରୁ କରଜ ନେଇଥିବା ସୂଚନା ମିଳିଛି।

- Advertisement -

ତେବେ ବିଶେଷଭାବରେ ପୁରୁଷମାନେ ମହିଳାମାନଙ୍କ ତୁଳନାରେ କରୋନା କାଳରେ ଅଧିକ କରଜ କରିଥିବା ଏଥିରେ ଦର୍ଶାଯାଇଛି। ମହିଳାମାନେ କୌଣସି ବନ୍ଧୁ ଓ ପରିଜନଙ୍କ ଅପେକ୍ଷା କୌଣସି ଆର୍ଥିକ ପ୍ରତିଷ୍ଠାନ, ବ୍ୟାଙ୍କ, ଋଣପ୍ରଦାନକାରୀ ସଂସ୍ଥାରୁ କରଜ କରିଥିବା ଜଣାପଡ଼ିଛି ବୋଲି ହୋମ କ୍ରେଡ଼ିଟ୍ ଇଣ୍ଡିଆ ରିପୋର୍ଟରେ ପ୍ରକାଶ ପାଇଛି।

Hot this week

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

Related Articles

Popular Categories