www.samajalive.in
Sunday, December 14, 2025
26.1 C
Bhubaneswar

ସମ୍ବଲପୁରର ମୀମାଂସାଙ୍କୁ ଆନ୍ତର୍ଜାତିକ ଫେସନ ଶୋ’ରେ ଶ୍ରେଷ୍ଠ ‘ମେକଅପ୍‌’ ମଡ଼େଲ ପୁରସ୍କାର

ସମ୍ବଲପୁର: ସମ୍ବଲପୁରର ଝିଅ ମୀମାଂସା ରାଜ୍ୟ ତଥା ଦେଶ ପାଇଁ ଆନ୍ତର୍ଜାତିକ ସ୍ତରରେ ସୁନାମ ଆଣିଛନ୍ତି। ଅପେରା ରିକ୍ରିଏସନ୍ସ ପ୍ରାଇଭେଟ ଲିମିଟେଡ ଦ୍ବାରା ନଭେମ୍ବର ୧ ତାରିଖ ଆୟୋଜିତ ଇଣ୍ଟରନେସନାଲ ଫେସନ ଶୋ’ ୨୦୨୦ରେ ମୀମାଂସା ପ୍ରିୟଦର୍ଶିନୀ ରଥ ଶ୍ରେଷ୍ଠ ‘ମେକ୍‌ଅପ୍’ ମଡେଲ ପୁରସ୍କାର ହାସଲ କରିଛନ୍ତି। ତାଙ୍କ ଶ୍ରେଷ୍ଠ ମଡେଲ ହେବା ସ୍ବପ୍ନକୁ ସାକାର କରିବାରେ ମେକ୍ଅପ୍ ଆଟିଷ୍ଟ ଭାବରେ ମନୀଷା ପଣ୍ଡା, ଡିଜାଇନର ଅର୍ପିତା ପୂଜାହାରୀ ଓ ଫଟୋଗ୍ରାଫର ଲଳିତ ରୋହିଦାସଙ୍କ ଭୂମିକା ରହିଥିବା ସୁଶ୍ରୀ ମୀମାଂସା କହିଛନ୍ତି। କରୋନା ମହାମାରୀ ଯୋଗୁଁ ଏହି ପ୍ରତିଯୋଗିତା ଭର୍ଚୁଆଲ ଭାବରେ ଫେସବୁକ୍‌ ଲାଇଭ୍‌ରେ ଆୟୋଜିତ ହୋଇଥିଲା।


ଅପେରା ମିସ୍‌ ଅନ୍‌ଲାଇନ କୁଇନ, ଅପେରା ମିସ ଇଣ୍ଡିଆ ଗ୍ଲୋବାଲ ଆଦି ବିଭିନ୍ନ ପ୍ରତିଯୋଗିତା ଆୟୋଜନ ପରେ ସମସ୍ତ ପ୍ରତିଯୋଗିତାର ଫାଇନାଲିଷ୍ଟ ମାନଙ୍କୁ ନେଇ ଅକ୍ଟୋବର ମାସରେ ଏକ ତାଲିକା ପ୍ରସ୍ତୁତ କରାଯାଇଥିଲା। ଅକ୍ଟୋବର ୩୦ ତାରିଖ ଭର୍ଚୁଆଲ ଶୋ ପାଇଁ ଏକ ପ୍ରି-ଟ୍ରେନିଂ ବା ମକ୍ ଶୋ ପରେ ନଭେମ୍ବର ୧ ତାରିଖ ଫେସନ ପ୍ରତିଯୋଗିତା ହୋଇଥିଲା। ଅନୁଜ କୁଳଶ୍ରେଷ୍ଠଙ୍କ ନେତୃତ୍ବରେ ଆୟୋଜିତ ଏହି ଫେସନ ଶୋ’​‌େ​‌ର ଭାରତ ଓ ଅଷ୍ଟ୍ରେଲିଆର ବିଚାରକ ଓ ପ୍ରତିଯୋଗୀମାନେ ଅଂଶଗ୍ରହଣ କରିଥିଲେ।

- Advertisement -


ମୀମାଂସା ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟରୁ ଇଂରାଜୀରେ ସ୍ନାତକୋତ୍ତର ଉପାଧି ଲାଭ କରିବା ପରେ ଓଡ଼ିଶା ମୁକ୍ତ ବିଶ୍ବବିଦ୍ୟାଳୟରେ ସୋସିଓଲୋଜିରେ ସ୍ନାତକୋତ୍ତର ପାଠ୍ୟକ୍ରମରେ ଯୋଗ ଦେଇଛନ୍ତି। ସେ ଜଣେ ସୁଗାୟିକା, ଲୋକମହୋତ୍ସବ ଆଦିରେ ଆଙ୍କର ହେବା ସହ ଆର୍‌ଜେ ଭଳି କାର୍ଯ୍ୟ କରିଥିବାବେଳେ ପିଲାଦିନରୁ ମଡେଲିଂ ପ୍ରତି ସେ ଆକୃଷ୍ଟ ହୋଇଥିଲେ। ​‌ସେ ଅଇଁଠାପାଲି ଶ୍ରୀରାମ ବିହାର ନିବାସୀ ଅବସରପ୍ରାପ୍ତ ଇତିହାସ ପ୍ରାଧ୍ୟାପକ ରାଜକୁମାର ରଥ ଓ ଗୃହିଣୀ କାମିନୀ ରଥଙ୍କ କନ୍ୟା ଅଟନ୍ତି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories