www.samajalive.in
Monday, December 8, 2025
20.1 C
Bhubaneswar

କୋଭିଡ଼୍‍ କଟକଣାରେ ଅନୁଷ୍ଠିତ ହେଲା ଲକ୍ଷ୍ମୀପୂଜା

ଚକାପାଦ: କୋଭିଡ଼୍‍ କଟକଣାରେ ସମାପ୍ତ ହେଲା କନ୍ଧମାଳ ଜିଲା ଚକାପାଦ ବ୍ଳକ ଅନ୍ତର୍ଗତ ଶଙ୍କରାଖୋଲ ସ୍ଥିତ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା। ସ୍ଥାନୀୟ ମା’ ଗଜଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ଦୀର୍ଘବର୍ଷ ଧରି ଏହି ପୂଜା ପାଳନ ହେଉଥିବା ବେଳେ ଚଳିତ ବର୍ଷ କରୋନା କଟକଣା ଯୋଗୁଁ ବିନା କୌଣସି ସାଜସଜାରେ ବିଧି ଓ ନିୟମ ପ୍ରକାରେ ପାଳିତ ହୋଇଯାଇଛି। ପୂର୍ବରୁ ୧୦ ଦିନ ଧରି ପାଳନ ହେଉଥିବା ବେଳେ ଚଳିତ ବର୍ଷ ମାତ୍ର ୪ ଦିନ ଧରି ପାଳିତ ହୋଇଥିଲା। ପ୍ରତ୍ୟେକ ଦିନ ସାଧାରଣ ଦର୍ଶନ ପାଇଁ ସଂପୂର୍ଣ୍ଣଭାବେ ବାରଣ କରାଯାଇଥିଲା। ପୂଜା କମିଟିର ସଭାପତି ବିଷ୍ଣୁ ଚରଣ ଦିଗାଲ, ଉପସଭାପତି ଚିତ୍ରସେନ କହଁର, ସଂପଦାକ କିରାପ କହଁର, ସହ ସଂପାଦକ ରାଜେଶ ପାଣିଗ୍ରାହୀ, କୋଷାଧ୍ୟକ୍ଷ ବିଷ୍ଣୁ ଚରଣ ବଗର୍ତ୍ତି ଓ କର୍ମକର୍ତ୍ତାମାନଙ୍କ ସହଯୋଗରେ ନିରାଡ଼ମ୍ବର ଭାବେ ଏହି ପୂଜା ପାଳିତ ହୋଇଥିବା ବେଳେ ବିନା ପଟୁଆରେ ମଧ୍ୟ ବିସର୍ଜନ ଅନୁଷ୍ଠିତ ହୋଇଯାଇଛି। ପରିଚାଳନାରେ ସ୍ଥାନୀୟ ପ୍ରଶାସନ ଓ ପଂଚାୟତବାସୀ ସଂପୂର୍ଣ୍ଣଭାବେ ସହଯୋଗ କରିଥିବା ବେଳେ କର୍ତ୍ତା ରୂପେ ମନୋଜ କୁମାର ଗୌଡ଼ ନୀତିକୁ ସମାପନ କରିଥିଲେ।

 

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories