www.samajalive.in
Saturday, December 6, 2025
19.1 C
Bhubaneswar

ଅନିଶ୍ଚିତତାରେ ରାଜ୍ୟ ଚଳଚ୍ଚିତ୍ର-ଟେଲି ପୁରସ୍କାର ଉତ୍ସବ : ଆରମ୍ଭ ହୋଇନି ପ୍ରକ୍ରିୟା, ହାତ ବାନ୍ଧି ବସିଛି ବିଭାଗ

ଭୁବନେଶ୍ୱର : ଅଶୀ ଦଶକରୁ ଆରମ୍ଭ ହୋଇଥିବା ରାଜ୍ୟ ଚଳଚ୍ଚିତ୍ର ଓ ୨୦୧୧ରୁ ଆରମ୍ଭ ହୋଇଥିବା ଟେଲି ପୁରସ୍କାର ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି। ଚଳିତ ବର୍ଷ ଏହି ଉତ୍ସବ ହେବ ନାହିଁ ବୋଲି ଏକପ୍ରକାର ସ୍ପଷ୍ଟ ହୋଇଛି। ବିଗତ ବର୍ଷମାନଙ୍କରେ ଏହି ଉତ୍ସବ ପାଇଁ ଏପ୍ରିଲ-ମେ ମାସରୁ ପ୍ରକ୍ରିୟା ଆରମ୍ଭ ସହ ଚଳଚ୍ଚିତ୍ର ଆବେଦନ ହୋଇଥାଏ। ନଭେମ୍ବର ସୁଦ୍ଧା ଜୁରି କମିଟି ଗଠନ ହୋଇ ଡିସେମ୍ବରରେ ପୁରସ୍କାର ପ୍ରଦାନ କରାଯାଇଥାଏ ମାତ୍ର ଚଳିତ ବର୍ଷ କୌଣସି ପ୍ରକ୍ରିୟା ଆରମ୍ଭ ହୋଇନାହିଁ। ନଭେମ୍ବର ଆରମ୍ଭ ହେଲାଣି ସଂସ୍କୃତି ବିଭାଗ ପକ୍ଷରୁ ଏନେଇ କୌଣସି କାର୍ଯ୍ୟପନ୍ଥା ଗ୍ରହଣ କରାଯାଇନାହିଁ। ଖୋଦ୍‌ ମନ୍ତ୍ରୀ ମଧ୍ୟ ଏ ବିଷୟରେ ଅବଗତ ନାହାନ୍ତି। ୨୦୧୮ ପାଇଁ ୩୦ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ବହୁ ବିଳମ୍ବରେ ଦିଆଯାଇଥିଲା। ଓଏଫ୍‍ଡିସି-ସଂସ୍କୃତି ବିଭାଗ ଟଣାଓଟରା ଭିତରେ ଡିସେମ୍ବର ବଦଳରେ ଫେବୃଆରୀରେ ଦିଆଯାଇଥିଲା। ହେଲେ ଚଳିତ ବର୍ଷ କରୋନା ପାଇଁ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟ ଆଗେଇ ପାରିନାହିଁ।
ଉଭୟ ଚଳଚ୍ଚିତ୍ର ଏବଂ ଟେଲି ଧାରାବାହିକ କ୍ଷେତ୍ରରେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଥାଏ।

ଏନେଇ ବିଭିନ୍ନ ପ୍ରକ୍ରିୟା ରହିଥାଏ। ଚଳଚ୍ଚିତ୍ର ଓ ଧାରାବାହିକ ଆବେଦନରୁ ଆରମ୍ଭ କରି ମନୋନୟନ, ଜୁରି କମିଟି ଗଠନ ପରେ ସ୍କ୍ରିନିଂ ହୋଇଥାଏ। ଏହାପରେ ପୁରସ୍କାର ନିମନ୍ତେ କମିଟି ଚୂଡ଼ାନ୍ତଭାବେ ମୁଦା ଲଫାଫା ମଧ୍ୟରେ ସଂସ୍କୃତି ବିଭାଗକୁ ହସ୍ତାନ୍ତର କରିଥାନ୍ତି। ଏହାପରେ ଘୋଷଣା କରାଯାଇଥାଏ ଏବଂ ଏହାର୧୫ ଦିନ ପରେ ପୁରସ୍କାର ପ୍ରଦାନ କରାଯାଇଥାଏ। ଚଳିତ ବର୍ଷ କୌଣସି ବି ପ୍ରକ୍ରିୟା ଆରମ୍ଭ ହୋଇନାହିଁ। ଗତବର୍ଷ ବିବାଦ ପରେ ସଂସ୍କୃତି ବିଭାଗ ପୁରସ୍କାର ଆୟୋଜନ କରିଥିଲା। ତେଣୁ ଓଏଫଡିସି ଏ କ୍ଷେତ୍ରରେ ନିରବ। କରୋନା ଯୋଗୁଁ ଅନେକ ସରକାରୀ କାର୍ଯ୍ୟକ୍ରମ ଅନଲାଇନ ମାଧ୍ୟମରେ ହେଉଥିବାବେଳେ ଏକାଡେମୀର ବହୁ କାର୍ଯ୍ୟକ୍ରମ ମଧ୍ୟ ଅନଲାଇନରେ କରାଯାଉଛି। ଅନେକ ଘରୋଇ ଅନୁଷ୍ଠାନ ଅନଲାଇନ ମାଧ୍ୟମରେ ଫିଲ୍ମ ଫେଷ୍ଟିଭାଲ କରି ପୁରସ୍କାର ପ୍ରଦାନ କରୁଛନ୍ତି। ସଂସ୍କୃତି ବିଭାଗ ଅନେକ କାର୍ଯ୍ୟକ୍ରମ ଅନଲାଇନରେ କରୁଥିବାବେଳେ କ’ଣ ପାଇଁ ଚଳଚ୍ଚିତ୍ର ଉତ୍ସବ ପ୍ରକ୍ରିୟା ଆରମ୍ଭ ହୋଇନାହିଁ ସେ ନେଇ ପ୍ରଶ୍ନ ଉଠିଛି। କିଛି ଆଗଧାଡ଼ିର ଅଭିନେତାଙ୍କ ଅଭିଯୋଗ ଅନୁସାରେ ରାଜ୍ୟ ସରକାର କରୋନା ସମୟରେ ଚଳଚ୍ଚିତ୍ର ଓ ଟେଲି କଳାକାରଙ୍କୁ ଉପେକ୍ଷା କରିଥିବାବେଳେ ପୁରସ୍କାର ବନ୍ଦ କରି ପ୍ରୋତ୍ସାହନରେ ପ୍ରତିବନ୍ଧକ ଲାଗାଇଛନ୍ତି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କହିଛନ୍ତି ଯେ, ଏନେଇ କୌଣସି ସୂଚନା ମୋ ପାଖରେ ନାହିଁ। ଅନୁଧ୍ୟାନ କଲା ପରେ ଯାହା କିଛି ପଦକ୍ଷେପ ନିଆଯିବ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories